ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଜି କଳାହାଣ୍ଡି ଗସ୍ତ, ମଙ୍ଗଳପୁର-ପାର୍ବତୀଗିରି ମେଗା ଉଠାଜଳସେଚନ ପ୍ରକଳ୍ପର କରିବେ ଲୋକାର୍ପଣ
14/01/2021 at 7:50 AM

କଳାହାଣ୍ଡି ୧୪।୦୧ : ଆଜି କଳାହାଣ୍ଡି ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦିନ ୧୧ ଟା ୩୫ମିନିଟରେ ଜୟପାଟଣା ବ୍ଲକ ମଗଂଲପୁରରେ ହେଲିକପ୍ଟର ଯୋଗେ ନବୀନ ପହଂଚିବେ । ଭର୍ଚୁଆଲ ମାଧ୍ୟମରେ ଇନ୍ଦ୍ରାବତୀ ମଗଂଲପୁର ଠାରେ ୭୫୬ କୋଟି ବ୍ୟୟରେ ନିର୍ମିତ ପାର୍ବତୀଗିରି ମେଗା ଉଠାଜଳସେଚନ ପ୍ରକଳ୍ପର ଲୋକାର୍ପଣ କରିବେ । ଏହି ପ୍ରକଳ୍ପ ଦ୍ବାରା ଜୟପାଟଣା , କୋକସରା ଏବଂ ଧର୍ମଗଡ ବ୍ଲକ ର ୨୫ ହଜାର ୨୭୫ ହେକ୍ଟର ଜମି କୁ ଜଳସେଚନ ହୋଇପାରିବ ।

ବିଶେଷ କରି ଇନ୍ଦ୍ରାବତୀ ବହୁ ମୁଖୀ ଜଳ ପ୍ରକଳ୍ପ ଜଳସେଚନ ରୁ ଉଚ୍ଚ ରେ ଥିବା ୪୩ ଗୋଟି ପଚଂ।ୟତ ର ୯୦ ଗୋଟି ଗାଁ ଜଳସେଚନ ରୁ ବଚିଂତ ରହିଥିଲା । ଏହି ଉଠାଜଳସେଚନ ପ୍ରକଳ୍ପ ଦ୍ବାରା ସେହି ଗାଁ ଲାଭବାନ ହୋଇପାରିବେ । ଯାହାଫଳରେ ପାଖାପାଖି ୫୦ ହଜାର ରୁ ଅଧିକ ଲୋକ ଲାଭବାନ ହବେ । କେବଳ ସେତିକି ନୁହେଁ ମୋଟ ୧୦୬୪ କୋଟି ୮୬ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ୫୪ ଟି ପ୍ରକଳ୍ପକୁ ଉଦଘାଟନ କରିବେ ଏବଂ ୧୦୨୩ କୋଟି ୪୨ ଲକ୍ଷ ଟଙ୍କାର ୫୨ ଟି ବିଭିନ୍ନ ପ୍ରକଳ୍ପର ଶୁଭଦେବେ ମୁଖ୍ୟମନ୍ତ୍ରୀ ।

ମୋଟ ୨୦୮୮ କୋଟି ୪୨ ଲକ୍ଷ ଟଙ୍କାରୁ ଅଧିକ ୧୦୬ଟି ପ୍ରକଳ୍ପକୁ କଳାହାଣ୍ଡିବାସୀଙ୍କୁ ଭେଟି ଦେବେ । ଯାହାକୁ ନେଇ ଶାସକ ଦଳ କଳାହାଣ୍ଡି ଜିଲ୍ଲାରେ ବ୍ୟାପକ ଆୟୋଜନ କରିଛି । ୬୫ ଜଣ ବିଧାୟକ, ମନ୍ତ୍ରୀ, ଦଳୀୟ ସଂଗଠନର କର୍ମକର୍ତ୍ତା ଏବଂ ପ୍ରକଳ୍ପ ଦ୍ବାରା ଉପକୃତ ୪୦ ଟି ପଞ୍ଚାୟତର ସାଧାରଣ ଲୋକେ ଉପସ୍ଥିତ ରହିବେ ।

କୋଭିଡ କଟକଣା ପାଇଁ ମୁଖ୍ୟମନ୍ତ୍ରୀଙ୍କ ସମାବେଶକୁ ୪୦ ଗୋଟି ପଞ୍ଚାୟତରେ ସିଧା ପ୍ରସାରଣର ବ୍ୟବସ୍ଥା କରାଯାଇଛି । ଯାହାକୁ ନେଇ କଳାହାଣ୍ଡି ରାଜନୀତି ସରଗରମ ହୋଇଛି । ମୁଖ୍ୟମନ୍ରୀ ଙ୍କ ଗସ୍ତ ପାଇଁ ପ୍ରାୟ ୨୮ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ତଥା କୋଭିଡ ଗାଇଡ ଲାଇନ ଅନୁଯାୟୀ ସମାବେଶ ସମାପନ ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି ।