Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ‘ଇତିହାସରେ ହୋଇଥିବା ଭୁଲଗୁଡିକୁ ଏବେ ସୁଧାରୁଛି ଭାରତ’, କଂଗ୍ରେସକୁ ଟାର୍ଗେଟ୍ କରି ବର୍ଷିଲେ ପ୍ରଧାନମନ୍ତ୍ରୀ ମୋଦି
  • ||
  • ରବିବାର ରାଜ୍ୟରେ ସୁସ୍ଥହେଲେ ଆଉ ୧୦,୮୪୧ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୩୫୩୨ ଜଣ ଡିସଚାର୍ଜ
  • ||
  • ଅଭିଯୁକ୍ତକୁ ଉଠାଇ ଆଣିବାରୁ ଥାନା ପରିସରରେ ତୁମୁଳକାଣ୍ଡ, ଗ୍ରାମବାସୀ ଓ ପୋଲିସ ମାରପିଟ
  • ||
  • ବିପୁଳ ପରିମାଣର ବିଦେଶୀ ମଦ ଜବତ, ଜଣେ ଗିରଫ
  • ||
  • ଭୁଶୁଡିଯିବ ଘାଘରା ପୋଲ ! ବିପଦରେ ଶହଶହ ଯାତ୍ରୀଙ୍କ ଜୀବନ
  • ||
  • ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୨୦କୁ ବୃଦ୍ଧି
  • ||
  • ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୮୫୨୦ କୋଭିଡ୍ ପଜିଟିଭ୍, ୧୨୦୪୬୬୦ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜଧାନୀରେ କରୋନା ବେଲଗାମ୍ : ଆଉ ୧୩ ଅଞ୍ଚଳ ମାଇକ୍ରୋ କଣ୍ଟେନମେଣ୍ଟ୍ ଜୋନ୍
  • ||
  • ଚର୍ଚ୍ଚାରେ ବଡପୋଖରୀଆ ପଞ୍ଚାୟତ : ପ୍ରତିଦ୍ୱନ୍ଦ୍ୱିତା ହେଲାନି, ନିର୍ଦ୍ୱନ୍ଦ୍ୱରେ ଚୟନ ହେଲେ ସରପଞ୍ଚ ଏବଂ ଓ୍ୱାର୍ଡ ମେମ୍ବର
  • ||
  • ରବିବାରଠୁ ବଢିବ ବର୍ଷା, ଏହି ସବୁ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ
  • ||

ସରପଞ୍ଚ ହେବ ତ ଏମିତି… କାଦୁଅ ରାସ୍ତାରେ କାନ୍ଧରେ ଖାଦ୍ୟ ବ୍ୟାଗ୍ ଧରି ସଙ୍ଗରୋଧ କେନ୍ଦ୍ରକୁ ଚାଲି ଚାଲି ଗଲେ : ମୁଖ୍ୟମନ୍ତ୍ରୀ କଲେ ପ୍ରଶଂସା

3/06/2020 at 9:43 AM

ସୋର ୩।୬: ମହାନତା ଦେଖାଇଲେ ସରପଞ୍ଚ । ଭିଡିଓ ହେଲା ଭାଇରାଲ । ମୁଖ୍ୟମନ୍ତ୍ରୀ ପ୍ରଶଂସା କରି କଲେ ଟ୍ବିଟ୍ । ରାସ୍ତା ଖରାପ ଥିବାରୁ ପ୍ରତ୍ୟକ ଦିନ ପଞ୍ଚାୟତ ଅଫିସଠାରୁ ଦେଢ କିଲୋମିଟର ଦୂରରେ ଥିବା ସଙ୍ଗରୋଧ କେନ୍ଦ୍ର ପର୍ଯ୍ୟନ୍ତ ସରପଞ୍ଚ ଚାଲି ଚାଲି କାନ୍ଧରେ ଖାଦ୍ୟ ବ୍ୟାଗ୍ ବୋହୁଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଥିଲା ।

ଭିଡିଓ ଭାଇରାଲ୍ ପରେ ମୁଖ୍ୟମନ୍ତ୍ରୀ ସରପଞ୍ଚଙ୍କୁ ଟ୍ବିଟ୍ କରି ପ୍ରଶଂସା କରିଛନ୍ତି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ୍ ମହତିପୁର ପଞ୍ଚାୟତ ଅଞ୍ଚଳରେ ।

ସୂଚନାଯୋଗ୍ୟ ଯେ, ବାଲେଶ୍ବର ଜିଲ୍ଲା ମହତିପୁର ପଞ୍ଚାୟତ ମହାସମପୁର ଗ୍ରାମକୁ ସଂଯୋଗ କରୁଥିବା ରାସ୍ତାରେ ଅସରାଏ ବର୍ଷା ହେଲେ କାଦୁଅରେ ଯାତାୟତ କରି ହୁଏନାହିଁ । ମହାସମପୁର କରଳାପାଳ ଗ୍ରାମରେ ଥିବା ସଙ୍ଗରୋଧ କେନ୍ଦ୍ରକୁ ଯିବାକୁ ଏହା ଗୋଟିଏ ମାତ୍ର ରାସ୍ତା । ଏହି କାଦୁଅ ପଚପଚ ରାସ୍ତାରେ ଖାଦ୍ୟ ନେଇ ଯିବାକୁ କେହି ରାଜି ହୋଇନଥିଲେ ।

ଫଳରେ ନିଜେ ସରପଞ୍ଚ ସଞ୍ଜୟ କୁମାର ସେଠୀ ସେହି ଦେଢ କିଲୋମିଟର କାଦୁଅ ରାସ୍ତାରେ ପ୍ରତ୍ୟକ ଦିନ ୩ ଓଳି ଖାଦ୍ୟ ନିଜ କାନ୍ଧରେ ବୋହି ନେଉଥିବା ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ତେବେ ଏହା ତାଙ୍କ କର୍ତ୍ତବ୍ୟ ତେଣୁ ସେ ନିଜ କର୍ତ୍ତବ୍ୟ ପାଳନ କରୁଥିବା ସରପଞ୍ଚ କହିଛନ୍ତି ।

ଅନ୍ୟପଟେ ଏଭଳି ଲୋକ ହିତକର କାର୍ଯ୍ୟ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟ୍ ଯୋଗେ ସରପଞ୍ଚଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

   Related Posts