ଫନୀର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଘନ ଘନ ବୈଠକ, ସ୍ଥିତି ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ : ଟେଲିଫୋନ ନେଟଓ୍ବର୍କ ଯେଭଳି ଠିକ୍ ଠାକ୍ ରହେ ସେଥିପାଇଁ ଧ୍ୟାନ ଦେବାକୁ ପରାମର୍ଶ

Published By : Prameya-News7 Bureau | May 02, 2019 IST

ଭୁବନେଶ୍ୱର ୨/୫ : ବାତ୍ୟା ଫନୀର ମୁକାବିଲା ପାଇଁ ସରକାରୀ ତନାଘନା । ଫନିର ବେଗ ଓ ଗତିପଥ ଯାହା ଅଛି ତାହା ଫାଇଲିନ ଭଳି କ୍ଷୟକ୍ଷତି ଘଟାଇବା ସମ୍ଭାବନା ଥିବାରୁ ସରକାରଙ୍କ ପକ୍ଷରୁ ଯଥା ସମ୍ଭବ ସତର୍କତା ନିଆଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଚ୍ଚ ପଦାଧିକାରୀଙ୍କ ସହିତ ସ୍ଥିତିର ସମୀକ୍ଷା କରିଛନ୍ତି । କେନ୍ଦ୍ର ସମସ୍ତ ସହାୟତା ଯୋଗାଇଦେବ ବୋଲି ପ୍ରତିଶ୍ରୁତି ଦୋହରାଇଛନ୍ତି ।

{"id":110054}

ବୈଠକରେ କ୍ୟାବିନେଟ ସଚିବ, ପ୍ରଧାନମନ୍ତ୍ରୀଙ୍କ ପ୍ରିନ୍ସିପାଲ ସଚିବ, ଗୃହସଚିବ, ଏନଡିଆରଏଫ, ଏନଡିଏମଏର ଅଧିକାରୀ ଉପସ୍ଥିତ ଥିଲେ। ନାଭାଲ ଓ ଅନ୍ୟାନ କେନ୍ଦ୍ରିୟ ଫୋର୍ସ କିଭଳି ଆପଦ ସମୟରେ ଲୋକଙ୍କୁ ରିଲିଫ ଓ ଥଇଥାନ ଆଦି କାର୍ଯ୍ୟରେ ସହାୟତା କରିବ ସେନେଇ ବି ପ୍ରଧାନମନ୍ତ୍ରୀ ଗୁରୁତ୍ବ ଦେଇଛନ୍ତି । ଏନଡିଆରଏଫ ଏବଂ କୋଷ୍ଟଗାର୍ଡ ପ୍ରସ୍ତୁତ ରହିଛି। ଏନଡିଆରଏଫ ଡିଜି ସତ୍ୟନାରାୟଣ ପ୍ରଧାନ ଓଡ଼ିଶା ଆସି ରାଜ୍ୟ ସରକାରଙ୍କ ସହିତ ଯୋଗାଯୋଗରେ ଅଛନ୍ତି।

{"id":110055}


ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତ ଗୁରୁତ୍ବପୂର୍ଣ୍ଣ ବିଭାଗର ସଚିବଙ୍କ ସହ ବାତ୍ୟା ମୁକାବିଲା ଓ ପୁନରୁଦ୍ଧାର ବାବଦରେ ଆଲୋଚନା କରିଛନ୍ତି। ସେହିଭଳି ଟେଲିକମ ସର୍ଭିସ ପ୍ରୋଭାଇଡର୍ସଙ୍କ ସହ ମଧ୍ୟ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ । ଯେଭଳି ଟେଲିଫୋନ ନେଟଓ୍ବର୍କ ଠିକ୍ ଠାକ୍ ରହେ ସେଥିପାଇଁ ଧ୍ୟାନ ଦେବାକୁ କୁହାଯାଇଛି । ପ୍ରଭାବିତ ହେବାକୁ ଥିବା ଜିଲ୍ଲାପାଳଙ୍କ ସହିତ ଭିଡିଓ କନଫରେନ୍ସିଂରେ ଆଲୋଚନା କରିଛନ୍ତି। ତଳିଆ ଅଞ୍ଚଳରୁ ଲୋକମାନଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ଶିଘ୍ର ସ୍ଥାନାନ୍ତରିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

{"id":110056}


ପରିସ୍ଥିତି ମୁକାବିଲା ପାଇଁ ପ୍ରସ୍ତୁତି କଣ ସେନେଇ ଆଜି ଅପରାହ୍ନରେ କେନ୍ଦ୍ର କ୍ୟାବିନେଟ ସଚିବ ମୁଖ୍ୟ ଶାସନ ସଚିବଙ୍କ ସହ ମଧ୍ୟ ଭିଡିଓ କନଫେରେନସରେ ଆଲୋଚନା କରିଛନ୍ତି । ଆଗରୁ କେନ୍ଦ୍ର ସରକାର ଫୋନିକୁ ଆଖିରେ ଆଗରେ ରଖି ଓଡିଶା ପାଇଁ ୩୪୦ କୋଟି ଟଙ୍କା ସହାୟତା ରାଶି ଦେଇସାରିଛନ୍ତି ।

{"id":110061}

ସ୍ବତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ ଫନିର ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖାଯାଇଛି । ଯେଉଁମାନେ ବାତ୍ୟା ଆଶ୍ରୟସ୍ଥଳୀକୁ ଆସିଲେଣି ସେମାନଙ୍କୁ ରନ୍ଧା ଖାଦ୍ୟ ଦେବାଠାରୁ ଆରମ୍ଭ କରି ବାତ୍ୟାବେଳେ ଓ ପରେ ଲୋକମାନଙ୍କ ଜରୁରୀ ଜିନିଷ କିଭଳି ଉପଲବ୍ଧ ହେବ ସେନେ୍ଇ ବି ବ୍ୟବସ୍ଥା କରାଯାଉଛି ।

{"id":110059}


ବାତ୍ୟା ପ୍ରଭାବିତ ଅଞ୍ଚଳରେ ରେଳ ଓ ବିମାନ ଚଳାଚଳ ପ୍ରଭାବିତ ହେବା ଆଶଙ୍କା ଥିବାରୁ ୧୦୩ଟି ଟ୍ରେନକୁ ବାତିଲ କରାଯାଇଛି। ସେହିପରି ପୂର୍ବଭାଗର ବିମାନବନ୍ଦରଗୁଡ଼ିକ ଆଲର୍ଟ ରହିବା ଲାଗି ଏୟାରପୋର୍ଟ ଅଥରିଟି ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

{"id":110060}


ବାତ୍ୟାର ପ୍ରଭାବ ଗୁରୁତର ଭାବେ ପଡ଼ିବା ଆଶଙ୍କା ଥିବାରୁ ସରକାର ବିଭିନ୍ନ ସ୍ତରରେ ତତ୍ପରତା ଦେଖାଇଛନ୍ତି, ଯେମିତିକି କ୍ଷୟକ୍ଷତିର ପରିଣାମ ସର୍ବନିମ୍ନ ହେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.