ହାତ ନାହିଁ ଗୋଡରେ କରନ୍ତି ଚିତ୍ର –ମୁଖ୍ୟମନ୍ତ୍ରୀ ରିଲିଫ୍ ଫଣ୍ଡକୁ ୫ ହଜାର ଟଙ୍କା ଦେଲେ ଦିବ୍ୟାଙ୍ଗ ଚିତ୍ରକାର, ଏପରି ଇମୋସନାଲ କଥା ଟ୍ୱିଟ କଲେ ମୁଖ୍ୟମନ୍ତ୍ରୀ

Published By : Prameya-News7 Bureau | November 13, 2019 IST

ଥିରୁଭାନନ୍ତପୁରମ ୧୩/୧୧: ଏବେ ସୋସିଆଲ ମିଡିଆରେ କେରଳ ମୁଖ୍ୟମନ୍ତ୍ରୀ ପିନରାଇ ବିଜୟନ ଓ ଜଣେ ଦିବ୍ୟାଙ୍ଗ ଚିତ୍ରକାରଙ୍କ ଫଟୋ ଭାଇରାଲ ହେଉଛି। ମଙ୍ଗଳବାରରେ କେରଳ ମୁଖ୍ୟମନ୍ତ୍ରୀ ନିଜ ଟ୍ବିଟର ଆକାଉଣ୍ଟରେ ଏକ ଇମୋସ୍‌ନାଲ ମେସେଜ ପୋଷ୍ଟ କରିଛନ୍ତି। ମୁଖ୍ୟମନ୍ତ୍ରୀ ରିଲିଫ୍‌ ପାଣ୍ଠିକୁ ​ଜଣେ ଦିବ୍ୟାଙ୍ଗ ଚିତ୍ରକାର ନିଜ ଉପାର୍ଜିତ ୫ ହଜାର ଟଙ୍କା ପ୍ରଦାନ କରିଛନ୍ତି।

କେରଳ ମୁଖ୍ୟମନ୍ତ୍ରୀ ତାଙ୍କ ଟ୍ବିଟର ଆକାଉଣ୍ଟରେ ଲେଖିଛନ୍ତି ‘ଆଜି ସକାଳୁ ତାଙ୍କ ହୃଦୟକୁ ଛୁଇଁଲା ଭଳି ଘଟଣା ଘଟିଛି। ଦିବ୍ୟାଙ୍ଗ ଚିତ୍ରକାର  ପ୍ରଣବ ତାଙ୍କୁ ସାକ୍ଷାତ କରି ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୫ ହଜାର ଟଙ୍କା ପ୍ରଦାନ କରିଛନ୍ତି। ସେ ପ୍ରଣବଙ୍କ ସହିତ ୪ଟି ଫଟୋ ମଧ୍ୟ ଉଠାଇଥିଲେ’।

wp:core-embed/twitter {"url":"https://twitter.com/vijayanpinarayi/status/1194138212169445376","type":"rich","providerNameSlug":"twitter","className":""}
https://twitter.com/vijayanpinarayi/status/1194138212169445376
/wp:core-embed/twitter

କେରଳ ମୁଖ୍ୟମନ୍ତ୍ରୀ ଲେଖିଛନ୍ତି ଯେ ପ୍ରଣବଙ୍କ ଇଚ୍ଛା ଶକ୍ତି ତାଙ୍କୁ ଆଗକୁ ବଢିବା ପାଇଁ ଆହୁରି ଶକ୍ତି  ପ୍ରଦାନ କରିଛି । ପ୍ରଣବଙ୍କର ଏହି ମହାନ ଉଦେଶ୍ୟ ଓ କାର୍ଯ୍ୟଧାରା ଅନ୍ୟମାନଙ୍କୁ ନିଶ୍ଚିତ ପ୍ରେରଣା ଦେବ ବୋଲି ମୁଖ୍ୟମନ୍ତ୍ରୀ ପିନାରାଇ କହିଛନ୍ତି।

 ଦିବ୍ୟାଙ୍ଗ  ଚିତ୍ରକର ପ୍ରଣବଙ୍କର ଇଚ୍ଛାଶକ୍ତି ଅନ୍ୟଙ୍କ ପାଇଁ ଆଦର୍ଶ । ହାତ ନଥିଲେ ବି ସେ ସମର୍ଥ ଅନ୍ୟମାନଙ୍କ ପାଇଁ ଉଦାହରଣ ବୋଲି ମୁଖ୍ୟମନ୍ତ୍ରୀ ନିଜ ପୋଷ୍ଟରେ ଉଲ୍ଲେଖ କରିଛନ୍ତି । ହାତ ନଥିଲେ ବି ଦୁନିଆ ଆଗରେ ହାର ମାନି ନାହିନ୍ତି ପ୍ରଣବ  ।  ଗୋଡରେ ସେ ବେଶ୍‌ ସୁନ୍ଦର ଚିତ୍ର କରିବା ସହ ଅନ୍ୟାନ୍ୟ ଦୈନନ୍ଦିନ କାର୍ଯ୍ୟ ବି କରି ପାରୁଛନ୍ତି ।  ସେ ସ୍ୱାକ୍ଷର ,  ଗୋଡରେ ଚେକ୍‌ ଉପରେ ଦସ୍ତଖତ କରିବା ସହ ସେଲିଫି ବି ନେଇଛନ୍ତି । ତାଙ୍କର ଏପରି ମହାନ୍‌ କାର୍ଯ୍ୟକୁ ସମସ୍ତ ମହଲରେ ପ୍ରଶଂସା କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.