ଅଋଣାଚଳବାସୀଙ୍କୁ ଆଶ୍ୱସ୍ତ କଲେ ମୁଖ୍ୟମନ୍ତ୍ରୀ, କହିଲେ ରାଜ୍ୟରୁ ହଟିବନି ସମ୍ବିଧାନର ଅନୁଚ୍ଛେଦ ୩୭୧-ଏଚ୍

Published By : Prameya-News7 Bureau | August 16, 2019 IST

ଇଟାନଗର : କେନ୍ଦ୍ର ସରକାର ସମ୍ବିଧାନର ଅନୁଚ୍ଛେଦ ୩୭୦ ପ୍ରତ୍ୟାହାର କରିବା ପରେ ଏବେ ଏହିଭଳି ଅତିରିକ୍ତ ସୁବିଧା ସୁଯୋଗ ଉପଲବ୍ଧ କରୁଥିବା ରାଜ୍ୟମାନଙ୍କ ମଧ୍ୟରେ ଭାଳେଣି ପଡିଛି। ତେବେ ଅଋଣାଚଳ ପ୍ରଦେଶ ଉପଭୋଗ କରୁଥିବା ସମ୍ବିଧାନର ଅନୁଚ୍ଛେଦ ୩୭୧-ଏଚ୍  ପାଇଁ ରାଜ୍ୟବାସୀଙ୍କୁ ନିରାଶ ହେବାକୁପଡିବ ନାହିଁ । ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁ।

{"id":144935}

ଇଟାନଗରରେ ୭୩ ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ଆୟୋଜିତ ଉତ୍ସବରେ ଜାତୀୟ ପତାକା ଉତ୍ତୋଳନ କରି ମୁଖ୍ୟମନ୍ତ୍ରୀ  ରାଜ୍ୟବାସୀଙ୍କୁ ଏ ବାବଦେ ଆଶ୍ୱସ୍ତ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସମ୍ବିଧାନର ଅନୁଚ୍ଛେଦ ୩୭୧-ଏଚ୍ ରାଜ୍ୟର ଆର୍ଥିକ ଓ ସାଂସ୍କୃତିକ ହିତ ଲାଗି ଉଦ୍ଧିଷ୍ଟ ହୋଇଥିବା ବେଳେ ଏହା ସମାବେଶୀ। ତେବେ ସମ୍ବିଧାନର ଅନୁଚ୍ଛେଦ ୩୭୦ ବିଭାଜନକାରୀ ଥିଲା । ଏଣୁ କେନ୍ଦ୍ର ସରକାର ଏହାକୁ ହଟାଇବାକୁ ନିଷ୍ପତ୍ତି ନେଇଛନ୍ତି।

{"id":144936}

ସେହିପରି ଅନୁ୍ଚ୍ଛେଦ ୩୭୧-ଏଚ୍ ରାଜ୍ୟର ପଛୁଆ ଜିଲ୍ଲାମାନଙ୍କର ବିକାଶ ସୁନିଶ୍ଚିତ କରୁଛି। କେବଳ ଏତିକି ନୁହେଁ ରାଜ୍ୟର ଆଇନଶୃଙ୍ଖଳା ନିୟନ୍ତ୍ରଣ ଳାଗି ରାଜ୍ୟାପାଳଙ୍କୁ ବିଶେଷ ଦାୟିତ୍ୱ ପ୍ରଦାନ କରେ।ଏଣୁ କେନ୍ଦ୍ର ସରକାରଙ୍କ ଦ୍ୱାରା ରାଜ୍ୟକୁପ୍ରଦତ୍ତ ଏହି ସାମ୍ବିଧାନିକ ସୁବିଧା ସୁଯୋଗ ପ୍ରତ୍ୟାହୃତ ହେବ ନାହିଁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ତେବେ କାଶ୍ମୀରରୁ ଅନୁଚ୍ଛେଦ ୩୭୦ ପ୍ରତ୍ୟାହାର ପରେ ଏବେ ପୂର୍ବୋତ୍ତର ରାଜ୍ୟାମାନେ ଏଭଳି ସାମ୍ବିଧାନିକ ସଂଶୋଧନକୁନେଇ ଚିନ୍ତିତ ଅଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.