ବିଶ୍ବକପ୍ ହକିର ଉଦ୍‌ଘାଟନୀ ସମାରୋହ ପାଇଁ ପ୍ରଥମ ଟିକେଟ୍ କିଣିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Published By : Prameya-News7 Bureau | November 19, 2018 IST

ଭୁବନେଶ୍ବର ୧୯|୧୧ : ବିଶ୍ବକପ୍ ହକିର ଉଦଘାଟନୀ ସମାରୋହ ପାଇଁ ପ୍ରଥମ ଟିକେଟ୍  କିଣିଲେ ମୁଖ୍ୟମନ୍ତ୍ରୀ । ସଚିବାଳୟରେ ମୁଖ୍ୟମନ୍ତ୍ରୀ ବିଶ୍ବକପ୍ ହକିର ପ୍ରଥମ ଟିକେଟ୍  କିଣିଛନ୍ତି । ହକି ଇଣ୍ଡିଆ କର୍ତ୍ତୃପକ୍ଷ ସଚିବାଳୟରେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ପ୍ରତିକାତ୍ମକ ଟିକେଟ୍  ପ୍ରଦାନ କରିଥିଲେ ଏବଂ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଟିକେଟ୍  ମୂଲ୍ୟ ବାବଦରେ ୫୦୦ ଟଙ୍କା ଦେଇଥିଲେ।  ନଭେମ୍ବର ୨୭ରେ ହେବ ବିଶ୍ବକପ ହକି ଉଦଘାଟନୀ ସମାରୋହ । କଳିଙ୍ଗ ଷ୍ଟାଡିୟମରେ ଉଦ୍ ଘାଟନୀ ସମାରୋହ ପାଇଁ ଟିକେଟ୍ ମୁଲ୍ୟ ୫୦୦ ଟଙ୍କା ରଖାଯାଇଛି । ସାଧାରଣ ଲୋକେ ଉଦଘାଟନୀ ଉତ୍ସବ ପାଇଁ କାଲିଠୁ ଅନଲାଇନରେ ଟିକେଟ୍ କିଣିପାରିବେ। ଉଭୟ ୨୭ ଏବଂ ୨୮ ତାରିଖରେ ହେବାକୁ ଥିବା ଉଦଘାଟନୀ ଉତ୍ସବ ପାଇଁ ଅନଲାଇନରେ ଟିକେଟ୍ କିଣିହେବ।  ଦର୍ଶକମାନେ ଅନଲାଇନ୍ ଯୋଗେ ଟିକେଟ୍ ବୁକ୍ କରିବାପରେ ୨୨ ତାରିଖରେ କାଉଣ୍ଟରରୁ ଟିକେଟ୍ ସଂଗ୍ରହ କରିବେ ବୋଲି ଘୋଷଣା କରିଛି ହକି ଇଣ୍ଡିଆ । ପୂର୍ବରୁ କାଉଣ୍ଟରରେ ଟିକେଟ୍ ନ ମିଳିବାରୁ କଳିଙ୍ଗ ଷ୍ଟାଡିୟମ ଫାଟକ ପାଖରେ ଭଙ୍ଗାରୁଜା ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.