Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚାଲିପାରିଲାନି ବିଧାନସଭା, ସୋମାବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କଲେ ବାଚସ୍ପତି
  • ||
  • ଭୁବନେଶ୍ବର : ଚଉଷଠୀ ଯୋଗିନୀ ମା’ ନାରାୟଣୀଙ୍କ ମନ୍ଦିରରୁ ଚୋରି, ମା’ଙ୍କ ମୂର୍ତ୍ତିରୁ ସୁନା ଅଳଙ୍କାର ତାଡି ନେଲେ ଦୁର୍ବୃତ୍ତ
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୬୯୭୦ଜଣ ଭିକାରୀ, ୪୧୨୮ ପୁରୁଷ ଓ ୨୮୪୨ ମହିଳା
  • ||
  • ଭୁବନେଶ୍ବର : ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଓମିକ୍ରନ୍ ଚିହ୍ନଟ ହୋଇନାହିଁ : DMET
  • ||
  • ଭୁବନେଶ୍ବର : ଗୃହରେ ବିରୋଧୀଙ୍କ ପ୍ରତିବାଦ ପ୍ରସଙ୍ଗ, ବିଧାୟିକା ସ୍ନେହାଙ୍ଗୀନି ଛୁରିଆ କହିଲେ- ‘ଏହା ଗଣତନ୍ତ୍ର ପ୍ରତି ସୁସ୍ଥ ବାତାବରଣ ନୁହଁ’
  • ||
  • ଭୁବନେଶ୍ବର : ଦୁର୍ବଳ ହେବାରେ ଲାଗିଛି ବାତ୍ୟା : ରାଜସ୍ବ ମନ୍ତ୍ରୀ
  • ||
  • ଭୁବନେଶ୍ବର : ମମିତା ଝଡ ଧୀରେ ଧୀରେ ମହାବାତ୍ୟା ଆଡକୁ ମୁହାଁଇବ : ବିଷ୍ଣୁ ସେଠୀ
  • ||
  • ପୁରୀ : ପୁରୀ ବେଳାଭୂମିରେ ଲାଗିଲା ରେଡ୍ ଫ୍ଲାଗ୍, ଜନସାଧାରଣଙ୍କୁ ଯିବା ଲାଗି ବାରଣ
  • ||
  • ପଦାର୍ଥ ବିଜ୍ଞାନୀ ପଦ୍ମଭୂଷଣ ତ୍ରିଲୋଚନ ପ୍ରଧାନଙ୍କ ପରଲୋକ
  • ||
  • କୋରାପୁଟ : ମାଲବାହୀ ଟ୍ରେନ୍‌ ଇଞ୍ଜିନ୍ ଲାଇନ୍‌ଚ୍ୟୁତ, ନୂଆ ଟ୍ରାକ୍‌ରୁ ପୁରୁଣା ଟ୍ରାକ୍‌କୁ ପାସ୍ ବେଳେ ଦୁର୍ଘଟଣା
  • ||

ବରଗଡ଼ରେ ସ୍ମାର୍ଟ ସ୍ୱାସ୍ଥ୍ୟ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ, ଜିଲ୍ଲାକୁ ଦେଲେ ୨୯୫କୋଟି ଟଙ୍କାର ପ୍ରକଳ୍ପ ଭେଟି

13/11/2021 at 2:56 PM

ବରଗଡ଼ ୧୩।୧୧: ଆଜି ବରଗଡ଼ ଜିଲ୍ଲା  ବିଜେପୁର ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ | ବରଗଡ଼ ଜିଲ୍ଲା ଗସ୍ତ କରି ବିକେପୁର ଏମ ଗଣ୍ଡପାଲି ପଡିଆରେ ଅନୁଷ୍ଠିତ କାର୍ଯ୍ଯକ୍ରମରେ ଯୋଗଦେଇ ଜିଲ୍ଲାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ ହେଲଥ କାର୍ଡର ଶୁଭାରମ୍ଭ କରିଛନ୍ତି | ୧୨ଟି ବ୍ଳକରେ ୩ ଲକ୍ଷ ୬୩ ହଜାର ହିତାଧିକାରୀଙ୍କୁ ସ୍ୱାସ୍ଥ୍ୟ କାର୍ଡ ୫ ଦିନ ମଧ୍ୟରେ ବଣ୍ଟାଯିବାର କାର୍ଯ୍ୟକ୍ରମ ରହିଛି । ତେବେ ଏହି ସବୁ କାର୍ଡ  ବିଭିନ୍ନ ବ୍ଲକ ଓ ପଞ୍ଚାୟତରେ ବାଣ୍ଟିବାକୁ ଥିବା ବେଳେ ଆଜି ମୁଖ୍ୟମନ୍ତି ନିଜ ହାତରେ କିଛି ହିତାଧିକାରୀଙ୍କୁ ବିଜୁ ସ୍ୱସ୍ଥ୍ୟ କଲ୍ୟାଣ କାର୍ଡ ବାଣ୍ଟିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଆଜି ଜିଲ୍ଲାରେ ମୋଟ ୨୯୫କୋଟି ୯ ଲକ୍ଷ ଟଙ୍କା ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିଛନ୍ତି |

ଓଡିଶା ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ବରଗଡ଼ ପାଇଁ ଆଉ ଏକ ଫର୍ଦ୍ଦ ଯୋଡି ହୋଇଛି । ବରଗଡ଼ ଜିଲ୍ଲାରେ ଶୁଭାରମ୍ଭ ହେଲା ବିଜୁ ସ୍ୱାସ୍ଥ୍ୟକଲ୍ୟାଣ ଯୋଜନାର ସ୍ମାର୍ଟ କାର୍ଡ ବଣ୍ଟନ ।  ଜିଲ୍ଲାରେ ଆଗାମୀ ୫ ଦିନ ମଧ୍ୟରେ ୧୨ଟି ବ୍ଳକରେ ୩ ଲକ୍ଷ ୬୩ ହଜାର ହିତାଧିକାରୀଙ୍କୁ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କରାଯିବ ।  ଏଥିପାଇଁ ମନ୍ତ୍ରୀ ଓ ସାଂସଦଙ୍କୁ ଦାୟିତ୍ବ ଦିଆଯାଇଛି । ଆଜିର ଏହି କାର୍ଯ୍ୟକ୍ରମରେ ୫ଟି ସଚିବ ଭି.କାର୍ତ୍ତିୟେନ ପାଣ୍ଡିଆନ ,  ସ୍ୱାସ୍ଥ୍ୟ ମନ୍ତ୍ରୀ ନବଦାଶ, ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ,  ଅର୍ଥ ମନ୍ତ୍ରୀ ନିରଞ୍ଜନ ପୁଝାରୀ ,ରାଜ୍ୟ ସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ,ସ୍ଥାନୀୟ ବିଧାୟିକା ରିତା ସାହୁ, ଅତବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ଉପସ୍ଥିତ ରହି ସ୍ମାର୍ଟ କାର୍ଡ ବଣ୍ଟନ କରିଛନ୍ତି । ଯାହକୁ ନେଇ ଖୁସି ପ୍ରକଟ କରିଛନ୍ତି ସ୍ମାର୍ଟକାର୍ଡ ପାଇଥିବା ମହିଳାମାନେ ।

ସେପଟେ ଏହା ସହ ଜିଲ୍ଲାରେ ମୋଟ ୨୯୫ କୋଟି ୯ ଲକ୍ଷ ଟଙ୍କାର ଉନ୍ନୟନ ମୂଳକ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ ଓ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ । ସ୍ୱାସ୍ଥ୍ୟ ସେବା ଭିତ୍ତି ଭୂମି ଉନ୍ନୟନ ପାଇଁ ୯୦ କୋଟି ୨୭ ଲକ୍ଷ, କ୍ରୀଡା ଓ ପର୍ଯ୍ୟଟନ ଉନ୍ନୟନ ପାଇଁ ୪୪ କୋଟି ୨୦ ଲକ୍ଷ ଟଙ୍କା ସମେତ ୧୭୯ କୋଟି ୬୬ ଲକ୍ଷ ଟଙ୍କାର ବ୍ୟୟବରାଦ ରହିଛି । ସେହିପରି ସେତୁ ନିର୍ମାଣ ପାଇଁ ୪୦ କୋଟି ୭୩ ଲକ୍ଷ ଟଙ୍କା ,ବିଦ୍ୟୁତ ଯୋଗାଣ ପାଇଁ ୩୫ କୋଟି ୧୦ ଲକ୍ଷ ଟଙ୍କା ସହ ୧୧୫ କୋଟି ୪୩ ଲକ୍ଷ ଟଙ୍କାର  ପ୍ରକଳ୍ପ ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ।

   Related Posts