Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶେଷରେ ରଦ୍ଦ ହେଲା ତିନି କୃଷି ଆଇନ, ବିଧେୟକ ଉପରେ ମୋହର ମାରିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ
  • ||
  • ପଞ୍ଜାବ ନିର୍ବାଚନ ପୂର୍ବରୁ ବିଜେପିକୁ ବଡ଼ ସଫଳତା, ପଦ୍ମ ଧରିଲେ ଶିରୋମଣି ଅକାଳି ଦଳର ମନଜିନ୍ଦର ସିଂହ
  • ||
  • ନୂଆ କୋଭିଡ୍‌ ଭାରିଆଣ୍ଟକୁ ନେଇ ସଚେତନ ରହିବାକୁ ଅପିଲ୍‌ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ଜୁନିୟର ହକି ବିିଶ୍ୱକପ୍‌: ସେମିରେ ପ୍ରବେଶ କଲା ଫ୍ରାନ୍ସ
  • ||
  • ବଙ୍ଗୋମୁଣ୍ଡା ଆଇଆଇସିଙ୍କୁ କୋର୍ଟ ଚାଲାଣ କଲା ଭିଜିଲାନ୍ସ
  • ||
  • ଖଣ୍ଡପଡା : କଲେଜ ସମ୍ମୁଖରୁ ୨ ଛାତ୍ରୀଙ୍କୁ ଉଠାଇନେଲେ ଦୁର୍ବୃତ୍ତ, ପ୍ରତିବାଦରେ ଛାତ୍ରଛାତ୍ରୀଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ବର : ୪ କୋଚ୍‌ଙ୍କୁ ବାଧ୍ୟତାମୂଳକ ଅବସର, ଅପାରଗତା ଓ ଦାୟିତ୍ବରେ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ
  • ||
  • ଗ୍ରାହକଙ୍କୁ ପୁଣି ମହଙ୍ଗା ମାଡ, ସିଲିଣ୍ଡର ପିଛା ୧୦୦ ଟଙ୍କା ବଢିଲା
  • ||
  • ସାନଖେମୁଣ୍ଡି : ବିଲରେ ପଡିଛି ନରକଙ୍କାଳ, ଧାନ କାଟିବା ବେଳେ ଦେଖିଲେ ଲୋକେ
  • ||
  • ସୁବର୍ଣ୍ଣପୁର : ମା’ ସୁରେଶ୍ଵରୀ ମନ୍ଦିରରୁ ଚୋରି ଘଟଣା : କାର୍ଯ୍ୟରେ ଅବହେଳା ପାଇଁ ୩ ପୋଲିସ କର୍ମଚାରୀ ସସ୍‌ପେଣ୍ଡ
  • ||

ଦୀପାବଳିରେ ରଙ୍ଗର ପର୍ବ ହୋଲିର ଶୁଭେଚ୍ଛା ଦେଇ ଫସିଲେ ସିନ୍ଧ ମୁଖ୍ୟମନ୍ତ୍ରୀ, ଟ୍ରୋଲ୍‌ର ଶିକାର ହେଲେ

4/11/2021 at 10:37 PM

ଇସ୍ଲାମାବାଦ ୦୪/୧୧: ବେଳେ ବେଳେ ଖୁସୀ ଜାହିର କରିବା ମଧ୍ୟ ଦୁଃଖରେ ପରିଣତ ହୋଇପାରେ। ବିଶେଷ କରି ସୋସିଆଲ ମିଡିଆରେ କୌଣସି ପ୍ରକାର ଭୁଲକୁ ୟୁଜର୍ସ ସ୍କ୍ରିନ୍‌ସଟ୍‌ ନେଇ ଟ୍ବିଟ୍‌ କରିଥାନ୍ତି। କିନ୍ତୁ ପାକିସ୍ତାନର ସିନ୍ଧ ପ୍ରାନ୍ତର ମୁଖ୍ୟମନ୍ତ୍ରୀ ଗୁରୁତର ଭୁଲ କରି ଟ୍ରୋଲ୍‌ର ଶିକାର ହେଉଛନ୍ତି। ହିନ୍ଦୁମାନଙ୍କୁ ଦୀପାବଳିରେ ଶୁଭେଚ୍ଛା ଜଣାଇବାକୁ ଯାଇ ମୁରଦ ଅଲି ଶାହା ଜୋରଦାର ଟ୍ରୋଲ୍‌ ହୋଇଛନ୍ତି।

ସେ ଦୀପାବଳି ପରିବର୍ତେ ହାପି ହୋଲି ବୋଲି ଫଟୋ ସେୟାର କରିଛନ୍ତି। କିନ୍ତୁ ଦୀପାବଳି ଏବଂ ହୋଲି ଦୁଇଟି ଭିନ୍ନ ପର୍ବ ବୋଲି ସମସ୍ତେ ଜାଣିଛନ୍ତି । ସିନ୍ଧ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ହୋଇଥିବା ଟ୍ବିଟରରେ ରଙ୍ଗର ପର୍ବ ହୋଲିକୁ ନେଇ ପୋଷ୍ଟ କରାଯାଉଛି । କିନ୍ତୁ ସବୁଠୁ ମଜାଦାର କଥା ହେଉଛି ଯେ ଯଦିଓ ମୁରଦ ଅଲି ଭୁଲରେ ହୋଲି ଶୁଭେଚ୍ଛା ଜଣାଇଛନ୍ତି କିନ୍ତୁ ତାଙ୍କ  ଫଟୋ ମଧ୍ୟ ଟ୍ରୋଲ୍‌ର ଶିକାର ହେବା ସ୍ବାଭାବିକ । କାରଣ ତାଙ୍କ ଫଟୋ ବ୍ୟାକଗ୍ରାଉଣ୍ଡରେ ବଡ଼ କ୍ରେନ୍‌ ଥିବା ଦେଖିବାକୁ ମିଳୁଛି।

ଆଚ୍ଛା, ହୋଲି ହେଉ କି ଦୀପାବଳି କେଉଁଠି କ୍ରେନ୍‌ର ଆବଶ୍ୟକତା ରହିଛି ଆପଣ କହିବେ କି ? ଯଦିଓ ଏହା ସିନ୍ଧ ପ୍ରାନ୍ତର କୌଣସି ଏକ ସ୍ଥାନର ଫଟୋ ହୋଇପାରେ କିନ୍ତୁ ଉପରୋକ୍ତ ଦୁଇଟି ଉତ୍ସବରେ କ୍ରେନ୍‌ର କୌଣସି ସମ୍ପର୍କ ନାହିଁ । ଅନେକ ଟ୍ରୋଲ୍‌ ହେବା ପରେ ସିନ୍ଧ ମୁଖ୍ୟମନ୍ତ୍ରୀ  ଏବେ ଏହି ଟ୍ବିଟ୍‌କୁ ଡିଲିଟ୍‌ କରିଦେଇଛନ୍ତି ।   

   Related Posts