Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସୋର : ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ : ୪ ଗୁରୁତର, ଜଣେ ଗିରଫ
  • ||
  • ନୂଆଦିଲ୍ଲୀ : ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
  • ||
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||
  • ଭୁବନେଶ୍ୱର : ବିଜେଡିରୁ ବହିଷ୍କୃତ ହେଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ
  • ||
  • ମାଲକାନଗିରି : କମ୍ବିଂ ଅପରେସନ ସାରି ଫେରୁଥିବା ବେଳେ ଲ୍ୟାଣ୍ଡମାଇନ ବିସ୍ଫୋରଣ : ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ୍ ସହିଦ, ୯ଯବାନ ଆହତ
  • ||

ବିହାର ସରକାରରେ ବିଭାଗ ବଣ୍ଟନ: ନୀତୀଶ ନିଜ ପାଖରେ ରଖିଲେ ଗୃହ ମନ୍ତ୍ରଣାଳୟ, ତାରାକିଶୋରଙ୍କୁ ମିଳିଲା ଅର୍ଥ ବିଭାଗ ଦାୟିତ୍ଵ

17/11/2020 at 4:17 PM

ପାଟନା ୧୭।୧୧: ବିହାରରେ ନୀତୀଶ କୁମାରଙ୍କ ନେତୃତ୍ଵରେ ଏନଡିଏ ସରକାର ଗଠନ ହୋଇଛି। ଗତକାଲି ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସହିତ ୧୪ ମନ୍ତ୍ରୀ ଶପଥ ନେବା ପରେ ଆଜି ମନ୍ତ୍ରିମଣ୍ଡଳର ବିଭାଗ ବଣ୍ଟନ ହୋଇଛି। ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ନିଜ ପାଖରେ ଗୃହ, ସାଧାରଣ ପ୍ରଶାସନ, ଭିଜିଲାନ୍ସ ସମେତ ସେହି ବିଭାଗ ନିଜ ପାଖରେ ରଖିଛନ୍ତି ଯାହା ଅନ୍ୟ ମନ୍ତ୍ରୀଙ୍କୁ ଆବଣ୍ଟିତ କରାଯାଇ ନାହିଁ। ଉପ ମୁଖ୍ୟମନ୍ତ୍ରୀ ତାରାକିଶୋର ପ୍ରସାଦଙ୍କୁ ଅର୍ଥ, ବାଣିଜ୍ୟ, ପରିବେଶ ଓ ଜଙ୍ଗଲ, ବିପର୍ଯ୍ୟୟ ପରିଚାଳନା, ସହରାଞ୍ଚଳ ବିକାଶ ସହିତ ସୂଚନା ଓ ଅଦୌଗିକି ବିଭାଗ ମିଳିଛି।

ସେହି ପରି ଉପ ମୁଖ୍ୟମନ୍ତ୍ରୀ ରେଣୁ ଦେବୀଙ୍କୁ ପଞ୍ଚାୟତିରାଜ, ପଛୁଆ ବର୍ଗ ବିକାଶ ଓ ଇବିସି କଲ୍ୟାଣ ସହିତ ଉଦ୍ୟୋଗ ମନ୍ତ୍ରଣାଳୟ ମିଳିଛି। ବିଜୟ ଚୌଧୁରୀଙ୍କୁ ଗ୍ରାମାଞ୍ଚଳ ବିକାଶ, ଜଳ ସମ୍ବଳ, ସୂଚନା ଓ ପ୍ରସାରଣ ଏବଂ ସଂସଦୀୟ ବ୍ୟାପାର ଦାୟିତ୍ଵ ଦିଆଯାଇଛି। ବିଜେନ୍ଦ୍ର ଯାଦବଙ୍କୁ ଶକ୍ତି ସହିତ ନିଷେଧ, ଯୋଗାଣ ଓ ଖାଦ୍ୟ ଉପଭୋକ୍ତା ମନ୍ତ୍ରଣାଳୟର ଦାୟିତ୍ଵ ମିଳିଛି।

ଅଶୋକ ଚୌଧୁରୀଙ୍କୁ ଭବନ ନିର୍ମାଣ, ସାମାଜିକ କଲ୍ୟାଣ, ବିଜ୍ଞାନ ପ୍ରଯୁକ୍ତିବିଦ୍ୟା ସହିତ ସଂଖ୍ୟାଲଘୁ କଲ୍ୟାଣ ବିଭାଗ ଦିଆଯାଇଛି। ମେଭାଲାଲ ଚୌଧୁରୀଙ୍କୁ ଶିକ୍ଷା ମନ୍ତ୍ରଣାଳୟ  ମିଳିଛି। ଶୀଲା କୁମାରଙ୍କୁ ପରିବହନ ମନ୍ତ୍ରଣାଳୟର ଦାୟିତ୍ଵ ଦିଆଯାଇଛି। ସନ୍ତୋଷ ମାଝୀଙ୍କୁ ଲଘୁ ସେଚନ ସହିତ ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ବିଭାଗ ମିଳିଛି। ମୁକେଶ ସାହାନୀଙ୍କୁ ପଶୁପାଳନ ଓ ମତ୍ସ୍ୟ ମନ୍ତ୍ରଣାଳୟର ଦାୟିତ୍ଵ ଦିଆଯାଇଛି।

ବିଜେପି କୋଟାରୁ ମନ୍ତ୍ରୀ ହୋଇଥିବା ମଙ୍ଗଳ ପାଣ୍ଡେଙ୍କୁ ସ୍ଵାସ୍ଥ୍ୟ ସହିତ ସଡକ ନିର୍ମାଣ ଓ କଳା ଏବଂ ସଂସ୍କୃତି ମନ୍ତ୍ରଣାଳୟର ଦାୟିତ୍ଵ ମିଳିଛି। ଅମରେନ୍ଦ୍ର ସିଂହଙ୍କୁ କୃଷି, ସମବାୟ ଓ ଆଖୁ ବିଭାଗ ହସ୍ତାନ୍ତର କରାଯାଇଛି। ରାମପ୍ରୀତ ପାସଓ୍ଵାନଙ୍କୁ ପିଏଚଇଡି, ଜୀବେଶ କୁମାରଙ୍କୁ ପର୍ଯ୍ୟଟନ, ଶ୍ରମ ଓ ଖଣିଜ, ରାମସୁରତଙ୍କୁ ରାଜସ୍ଵ ଓ ଆଇନ ମନ୍ତ୍ରଣାଳୟ ଦାୟିତ୍ଵ ମିଳିଛି।

   Related Posts