ୱେବସିରିଜ ଜରିଆରେ ଅପରାଧ ବୃଦ୍ଧି ପାଉଥିବା ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚିଠି ଲେଖିଲେ ନୀତିଶ କୁମାର, ଏହିସବୁ କାର୍ଯ୍ୟକ୍ରମକୁ ସେନ୍ସର ଅନ୍ତର୍ଭୁକ୍ତ କରିବାକୁ ଅନୁରୋଧ

Published By : Prameya-News7 Bureau | June 22, 2020 IST

ପାଟଣା ୨୨/୦୬ : ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ପର୍ଣ୍ଣ ସାଇଟ ଜରିଆରେ ଅଶ୍ଳୀଳତାକୁ ପ୍ରସୟା ଦେଉଥିବା ମାମଲାରେ ପୁଣିଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି | ନୀତିଶ କୁମାର ଜଣାଇଛନ୍ତି ଯେ ଦେଶରେ ମହିଳା ଓ ଶିଶୁଙ୍କ ସହିତ ହେଉଥିବା ଅପରାଧ ସମ୍ପର୍କରେ ଜଣାଇ ଟିଭିରେ ପ୍ରସାରିତ ହେଉଥିବା ସିରିଏଲ ଏବଂ ଲାଇଭ ଷ୍ଟ୍ରିମିଙ୍ଗ ସର୍ଭିସକୁ ମଧ୍ୟ ସେନ୍ସର ଭୁକ୍ତ କରିବାକୁ ଅନୁରୋଧ କରିଛନ୍ତି | ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବର୍ତ୍ତମାନ ଅନେକ ସେବା ପ୍ରଦତ୍ତ ନିଜ ଷ୍ଟ୍ରିମିଙ୍ଗ ସର୍ଭିସ ଜରିଆରେ ଉପଭୋକ୍ତାଙ୍କୁ ଏହିଭଳି ଫିଲ୍ମ, କାର୍ଯ୍ୟକ୍ରମ ଏବଂ ଧାରାବାହିକ ଦେଖାଉଛନ୍ତି ଯେଉଁଥିରୁ ଅଶ୍ଳୀଳତା ବୃଦ୍ଧି ପାଉଛି | ଇଣ୍ଟରନେଟ ଜରିଆରେ ଏହିଭଳି ଫିଲ୍ମ ଏବଂ ଶୋ' ଦର୍ଶକଙ୍କୁ ସିଧାସଳଖ ଉପଲବ୍ଧ ହୋଇଥାଏ | ଏଥିରେ ନା ସେନ୍ସର ଲାଗୁ ହୋଇଥାଏ ନା ବିଜ୍ଞାପନ ଥାଏ | ସେଥିପାଇଁ ଲୋକଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମ ଲୋକପ୍ରିୟ ହୋଇ ଚାଲିଛି | 

ମୁଖ୍ୟମନ୍ତ୍ରୀ ନୀତିଶ କୁମାର ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଦେଇଥିବା ଚିଠିରେ ଲେଖିଛନ୍ତି ଯେ, ବର୍ଷେ ପୂର୍ବରୁ ମଧ୍ୟ ସେ ଏ ସମ୍ବନ୍ଧରେ ଏକ ଚିଠି ଲେଖିଥିଲେ | ସେ କହିଛନ୍ତି ସେନ୍ସର ବିନା ଲାଇଭ ଷ୍ଟ୍ରିମିଙ୍ଗ ସର୍ଭିସ ଯୋଗୁଁ ଅନେକ ଲୋକ ଅଶ୍ଳୀଳତା, ହିଂସାତ୍ମକ ଏବଂ ଅନୁଚିତ କଣ୍ଟେଣ୍ଟ ଦେଖୁଛନ୍ତି | ଏହିସବୁ କାର୍ଯ୍ୟକ୍ରମ ଦେଖୁଥିବା ଲୋକଙ୍କ ମସ୍ତିଷ୍କକୁ ଏହିଭଳି କାର୍ଯ୍ୟକ୍ରମ ଗଭୀର ଭାବେ ଦୁଃପ୍ରଭାବିତ କରୁଛି | ଲୋକଙ୍କ ଉପରେ ଏହାର ନକାରାତ୍ମକ ପ୍ରଭାବ ପଡୁଛି | ଯାହାଫଳରେ ସାମାଜିକ ସମସ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି | ବିଶେଷକରି ମହିଳା ଓ ଶିଶୁମାନଙ୍କ ପ୍ରତି ଅପରାଧ ବୃଦ୍ଧି ପାଉଛି | ଏହିଭଳି ଅନୁଚିତ କାର୍ଯ୍ୟକ୍ରମକୁ ଅସୀମିତ ଉପଲବ୍ଧତା ଦେବା ଉଚିତ ନୁହେଁ ବୋଲି କହିଛନ୍ତି ନୀତିଶ କୁମାର | ମହିଳା ଓ ଶିଶୁମାଙ୍କ ସହିତ ହେଉଥିବା ଅପରାଧକୁ ଦୃଷ୍ଟିରେ ରଖି ଏହିସବୁ କାର୍ଯ୍ୟକ୍ରମକୁ ନିୟନ୍ତ୍ରଣ କରିବା ଆବଶ୍ୟକ ବୋଲି ମୋଦିଙ୍କୁ କହିଛନ୍ତି ନୀତିଶ କୁମାର | 

wp:core-embed/twitter {"url":"https://twitter.com/IPRD_Bihar/status/1274713567355219968","type":"rich","providerNameSlug":"twitter","className":""}
https://twitter.com/IPRD_Bihar/status/1274713567355219968
/wp:core-embed/twitter

ମୁଖ୍ୟମନ୍ତ୍ରୀ ନୀତିଶ କୁମାର ୱେବସିରିଜ, ଲାଇଭ ଷ୍ଟ୍ରିମିଞ୍ଜ ଏବଂ ଟିଭି ଧାରାବାହିକ ଜରିଆରେ ଅଶ୍ଳୀଳତା ପ୍ରସାର ଉପରେ ଚିନ୍ତା ଜାହିର କରି ଏହିସବୁ କାର୍ଯ୍ୟକ୍ରମକୁ ମଧ୍ୟ ସେନ୍ସର ବୋର୍ଡ ଅନ୍ତର୍ଭୁକ୍ତ କରିବା ପାଇଁ ମୋଦିଙ୍କୁ ପରାମର୍ଶ ଦେଇଛନ୍ତି | ଏହାସହ ଏ ସମ୍ବନ୍ଧରେ ଲାଗୁ ହୋଇଥିବା ଆଇନକୁ ସଂଶୋଧନ କରିବା ପାଇଁ ମଧ୍ୟ ଦାବି କରିଛନ୍ତି | ସେ କହିଛନ୍ତି ଯେ, ସିନେମେଟୋଗ୍ରାଫ ଆକ୍ଟ ଅନୁଯାୟୀ ଫିଲ୍ମର ସାର୍ବଜନିକ ପ୍ରଦର୍ଶନ ପାଇଁ ସେନ୍ସର ବୋର୍ଡଙ୍କ ପ୍ରାବଧାନ ରହିଛି, କିନ୍ତୁ ଏଥିରେ ପବ୍ଲିକ ଏକ୍ଜିବିସନକୁ ପରିଭାଷିତ କରାଯାଇନାହିଁ | ସେଥିପାଇଁ ଏହା ସ୍ପଷ୍ଟ ହୋଇ ପାରୁନାହିଁ ଯେ ସିନେମା ହଲରେ ଦେଖା ଯାଉଥିବା ଫୀମ ପାଇଁ ସାର୍ଟିଫିକେଟ ଆବଶ୍ୟକ ନା ଘରେ ଦେଖାଯାଉଥିବା କାର୍ଯ୍ୟକ୍ରମକୁ ମଧ୍ୟ ସେନ୍ସର କରିବା ଆବଶ୍ୟକ | ଏହି ଆଇନର ଅସ୍ପଷ୍ଟତା ଯୋଗୁଁ ଲାଇଭ ଷ୍ଟ୍ରିମିଙ୍ଗ ସର୍ଭିସ ଜରିଆରେ ଅଶ୍ଳୀଳ କଣ୍ଟେଣ୍ଟ ପ୍ରସାରିତ ହେଉଛି | ଯାହାଫଳରେ ସମାଜରେ ଅପରାଧ ବୃଦ୍ଧି ପାଉଛି | ମୁଖ୍ୟମନ୍ତ୍ରୀ ନୀତିଶ କୁମାର ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଅନୁରୋଧ କରିଛନ୍ତି ଯେ ଏହି ଗମ୍ଭୀର ବିଷୟରେ ତତ୍କାଳ ବିଚାର କରି ଏହିସବୁ କାର୍ଯ୍ୟକ୍ରମକୁ ସେନ୍ସର ବୋର୍ଡ ଅନ୍ତର୍ଭୁକ୍ତ କରିବା ପାଇଁ ବିଚାର କରନ୍ତୁ | 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.