Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପ୍ରତିରକ୍ଷା ରପ୍ତାନୀ କ୍ଷେତ୍ରରେ ମାଇଲ ଖୁଣ୍ଟ : ଫିଲିପାଇନ୍ସକୁ ଧୃବ ହେଲିକପ୍ଟର ବିକ୍ରି କରିବ ଭାରତ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୧୫୯ ମୃତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୮କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୫ କରୋନା ସଂକ୍ରମିତ, ୧୦୫୦୯୫୫ରେ ପହଞ୍ଚିଲା ସଂଖ୍ୟା
  • ||
  • ବାୟୁସେନା ହେଲିକପ୍ଟର କ୍ରାସ୍‌ରେ ଓଡିଆ ଯବାନ ମୃତ, ତାଳଚେରରେ ରାଣା ପ୍ରତାପ ଦାସଙ୍କ ଘର
  • ||
  • ମାତିଲେ ମାଓବାଦୀ : ଜାଳିଲେ ଗାଡ଼ି, ସୁପରଭାଇଜରଙ୍କୁ କଲେ ଅପହରଣ
  • ||
  • ମୁହାଁମୁହିଁ ହେବେ ଶାସକ-ବିରୋଧି : ମମିତା ମେହେର ପ୍ରସଙ୍ଗରେ ବିଧାନସଭା ଘେରିବ ବିଜେପି
  • ||

କ’ଣ ଏମିତିରେ କମିବ ଜନସଂଖ୍ୟା… ନୀତିଶଙ୍କୁ ପସନ୍ଦ ଆସିଲାନି ଯୋଗୀ ସରକାରଙ୍କ ଜନସଂଖ୍ୟା ନିୟନ୍ତ୍ରଣ ଆଇନ

12/07/2021 at 7:36 PM

ନୂଆଦିଲ୍ଲୀ ୧୨।୦୭: ବିଜେପି ଶାସିତ ରାଜ୍ୟରେ ଜନସଂଖ୍ୟା ନିୟନ୍ତ୍ରଣ ଆଇନ ଅଭିଯାନ ପାଇଁ ପ୍ରୟାସ ଆରମ୍ଭ ହୋଇ ଯାଇଛି। ଉତ୍ତର ପ୍ରଦେଶର ଯୋଗୀ ସରକାର ରବିବାର ଏହାର ଡ୍ରାଫ୍ଟ ମଧ୍ୟ ଘୋଷଣା  କରିଛନ୍ତି। ହେଲେ ଏନଡିଏରେ ସାମିଲ ଜେଡିୟୁର ଆଭିମୁଖ୍ୟ ଜନସଂଖ୍ୟା ନିୟନ୍ତ୍ରଣ ନୀତିକୁ ନେଇ ରହିଛି ଭିନ୍ନ ଆଭିମୁଖ୍ୟ। ବିହାରର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ପସନ୍ଦ ଆସିଲାନି ଯୋଗୀ ସରକାରଙ୍କ ଜନସଂଖ୍ୟା ନିୟନ୍ତ୍ରଣ ଆଇନ। ତାଙ୍କ ମତରେ ଆଇନ କରି ଦେଲେ ଜନସଂଖ୍ୟା ନିୟନ୍ତ୍ରଣ ହେବ ନାହିଁ। ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ଲୋକଙ୍କୁ ସଚେତନ କରାଯିବାର ଆବଶ୍ୟକତା ରହିଛି। ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ଶିକ୍ଷା ଉପରେ ନୀତିଶ ଜୋର ଦେଇଛନ୍ତି।

ନୀତିଶ କୁମାର କାହାରି ନାମ ନନେଇ କହିଛନ୍ତି, କିଛି ଲୋକ ଚିନ୍ତା କରୁଛନ୍ତି ଯେ, ଆଇନ କରି ଦେଲେ ଜନସଂଖ୍ୟା କମ ହୋଇଯିବ। ଏମିତି ହୋଇ ପାରିବ ନାହିଁ। ମହିଳା ଶିକ୍ଷିତ ହେଲେ ଆପେ ଆପେ ଜନସଂଖ୍ୟା ନିୟନ୍ତ୍ରଣ ହୋଇଯିବ ବୋଲି ନୀତିଶ କୁମାର କହିଛନ୍ତି। ସଭିଙ୍କ ଚିନ୍ତାଧାରା ସମାନ ନୁହେଁ। ଆମର ଚିନ୍ତାଧାରା ଏହା ଯେ, ଶିକ୍ଷା ମାଧ୍ୟମରେ ହିଁ ଏହାକୁ ନିୟନ୍ତ୍ରଣ କରି ପାରିବା।

ନୀତିଶ କହିଛନ୍ତି, ରାଜ୍ୟଗୁଡିକ ଯାହା କରିବା କଥା କରନ୍ତୁ, କିନ୍ତୁ କେବଳ ଆଇନ ତିଆରି କରି ଦେଲେ ଜନସଂଖ୍ୟା ନିୟନ୍ତ୍ରଣ ହେବ ନାହିଁ। ମହିଳା ଶିକ୍ଷିତ ହେଲେ ପ୍ରଜନନ ହାର କମ ହେବ। ଲାଗୁଛି ୨୦୪୦ ସୁଦ୍ଧା ଜନସଂଖ୍ୟା ବୃଦ୍ଧି ହ୍ରାସ ପାଇବ ଏବଂ ଧିରେ ଧିରେ ଏହା କମି ଚାଲିବ ବୋଲି ନୀତିଶ କୁମାର କହିଛନ୍ତି।

ସେ କହିଛନ୍ତି, ଚୀନ କଥା ଦେଖନ୍ତୁ। ଗୋଟିଏରୁ ଦୁଇଟି କଲା, ଏବେ ଦୁଇଟି ପରେ କଣ ହେବ। ଯେବେ ପତ୍ନୀ ମାଟ୍ରିକ ପାସ୍ ତେବେ ପ୍ରଜନନ ହାର ସମଗ୍ର ଦେଶରେ ଦୁଇ ଥିଲା। ପତ୍ନୀ ଯଦି ଯୁକ୍ତ ୨ ପଢିଥାଏ ତେବେ ଦେଶରେ ପ୍ରଜନନ ହାର ୧.୭ ଏବଂ ବିହାରରେ ୧.୬ ପ୍ରତିଶତ ଥିବା ଅଧ୍ୟୟନରୁ ଜଣା ପଡିଛି ବୋଲି ନୀତିଶ କହିଛନ୍ତି।

ସୂଚନାଯୋଗ୍ୟ, ତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରବିବାର ବିଶ୍ବ ଜନସଂଖ୍ୟା ଦିବସ ଅବସରରେ ରାଜ୍ୟରେ ଜନସଂଖ୍ୟା ନୀତି ୨୦୨୧-୩୦ ଘୋଷଣା କରିଛନ୍ତି। ଏହା ଅନୁଯାୟୀ, ଯେଉଁମାନେ ଜନସଂଖ୍ୟା ନିୟନ୍ତ୍ରଣ ମାନଦଣ୍ଡକୁ ମାନି ଚଳିବେ ସେମାନଙ୍କୁ ରାଜ୍ୟ ସରକାର ପଦୋନ୍ନତି, ବେତନ ବୃଦ୍ଧି, ଆବାସ ଯୋଜନା ଆଦି ଦେବେ। ଦୁଇ ସନ୍ତାନର ମାନଦଣ୍ଡ ମାନୁଥିବା ସରକାରୀ କର୍ମଚାରୀଙ୍କ କାର୍ଯ୍ୟକାଳ ସମୟରେ ଅତିରିକ୍ତ ବେତନ ବୃଦ୍ଧି ହେବ। ଏହା ସହ ୧୨ ମାସ ମାତୃତ୍ଵ ଏବଂ ପିତୃତ୍ଵ ଅବକାଶ ବାବଦକୁ ସେମାନଙ୍କର ପେନସନରେ ଅତିରିକ୍ତ ୩ ପ୍ରତିଶତ ବୃଦ୍ଧି ହେବ ବୋଲି ଜଣାପଡ଼ିଛି।

ଯେଉଁମାନେ ସରକାରୀ କର୍ମଚାରୀ ହୋଇନଥିବେ ଏବଂ ସେମାନେ ଜନସଂଖ୍ୟା ନିୟନ୍ତ୍ରଣରେ ସହଯୋଗ କରିବେ ସେମାନଙ୍କ ପାଇଁ ବିଭିନ୍ନ କର ମାଫ ହେବ। ଏପରିକି ସେମାନଙ୍କୁ ଏବଂ ତାଙ୍କ ପରିବାରକୁ ୨୦ ବର୍ଷ ଯାଏଁ ମାଗଣା ଚିକିତ୍ସା ମିଳିବ।  

   Related Posts