ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କୁ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ

Published By : Prameya-News7 Bureau | January 16, 2020 IST

ପୁରୀ ୧୬।୦୧- ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦର୍ଶନ କରିଛନ୍ତି । ନୂଆବର୍ଷ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀଜୀଉଙ୍କୁ ଦର୍ଶନ କରିଥାଆନ୍ତି । ମାତ୍ର ଚଳିତ ବର୍ଷ ତାଙ୍କ ଭିଣୋଇ ସୋନୀ ମେହେଟ୍ଟାଙ୍କ ନିଧନ ଯୋଗୁଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆବର୍ଷ ପାଳନ କରି ନଥିଲେ ।

{"id":211933,"sizeSlug":"large"}

ଏଥିପାଇଁ ସେ ୧ ୬ ତାରିଖରେ ପୁରୀ ଗସ୍ତ କରିବା ସହ ଶ୍ରୀଜୀଉଙ୍କ ଦର୍ଶନପାଇଁ ଯାଇଥିଲେ । ଏ ସ୍ୱତନ୍ତ୍ର ବ୍ୟାଟେରୀ ଚାଳିତ ଗାଡିରେ ସେ ଦର୍ଶନ ପାଇଁ ସିଂହଦ୍ୱାର ନିକଟକୁ ଯାଇଥିଲେ । ଶ୍ରୀଜୀଉମାନଙ୍କୁ ଦର୍ଶନ କରିବା ପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ତାଙ୍କ ଖଣ୍ଡୁଆ ଦିଆଯାଇଥିଲା ।

ସିଂହଦ୍ୱାର ନିକଟରେ ସେ ନୂଆ ବର୍ଷର ଅଭିନନ୍ଦନ ଦେବା ସହ ସମସ୍ତ ପ୍ରକଳ୍ପ କାର୍ଯ୍ୟ ଅଗ୍ରଗତି କରୁଛି ବୋଲି ସୂଚନା ଦେଇଥିଲେ ।

ମ୍ୟୁନିସିପାଲିଟି ମାର୍କେଟ ଗ୍ରାଉଣ୍ଡକୁ ଯାଇ ସେଠାରେ ପୁରୀରେ କିଛି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ସେଠାରୁ ତାଳବଣିଆ ହେଲିପ୍ୟାଡକୁ ଆସି ପୁଣି ଥରେ ଭୁବନେଶ୍ବର ଫେରି ଆସିବେମୁଖ୍ୟମନ୍ତ୍ରୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.