କୋଣାର୍କ ମନ୍ଦିର ଭାସ୍କର୍ଯ୍ୟର ସୁରକ୍ଷା ଲାଗି ଅଣ୍ଟା ଭିଡ଼ିଲେ ନବୀନ : କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଲେଖିଲେ ଚିଠି

Published By : Prameya-News7 Bureau | November 11, 2018 IST

ଭୁବନେଶ୍ବର ୧୧|୧୧: କୋଣାର୍କ ମନ୍ଦିରରୁ  କାରୁକାର୍ଯ୍ୟ  ସଂପନ୍ନ  ପଥର ପରିବର୍ତ୍ତନ ନେଇ ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ଉଦବେଗ ପ୍ରକାଶ କରିଛନ୍ତି । ଗଣମାଧ୍ୟମ ଖବରକୁ ଆଧାର କରି ନବୀନ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ମହେଶ ଶର୍ମାଙ୍କ ଦୃଷ୍ଟି ଆକର୍ଷଣ କରିବା ସହିତ ଏଏସଆଇ ଏବାବଦରେ ଅଧିକ ଯତ୍ନବାନ ହେବା ଲାଗି ଉଲ୍ଲେଖ କରିଛନ୍ତି। କୋଣାର୍କ ମନ୍ଦିରର ଭାସ୍କର୍ଯ୍ୟର ରକ୍ଷା ଲାଗି ଅଣ୍ଟା ଭିଡ଼ିଲେ ନବୀନ । କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ମହେଶ ଶର୍ମାଙ୍କ ଦୃଷ୍ଟି ଆକର୍ଣଷ କଲେ। ଚିଠିରେ ନବୀନ ଉଲ୍ଲେଖ କରିଛନ୍ତି ତ୍ରୟୋଦଶ ଶତାବ୍ଦୀର ସୂର୍ଯ୍ୟମନ୍ଦିରର କାରୁ କାର୍ଯ୍ୟକୁ ୟୁନେସ୍କୋ ମଧ୍ୟ ସ୍ବୀକୃତି ଦେଇଛି। କିନ୍ତୁ ଏହି ମନ୍ଦିରର ସୁରକ୍ଷା ନାଁରେ ଏଏସଆଇ କାରୁକାର୍ଯ୍ୟ ସଂପନ୍ନ ପଥର କାଢ଼ି ନେଉଛି ସେହି ସ୍ଥାନରେ ସାଧାରଣ ପଥର ଲଗେଇ ଦେଉଛି। ଏମିତି ୪୦ ପ୍ରତିଶତ ପଥର ଏମିତି ବଦଳେଇ ଦିଆଗଲାଣି । ମନ୍ଦିରର ଐତିହ୍ୟ ରକ୍ଷା ନେଇ ଏଏସଆଇ ଯତ୍ନବାନ ହେବାକୁ ନବୀନ ଗୁରୁତ୍ବ ଦେବା ସହିତ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଏହାର ଅନୁଧ୍ୟାନ କରିବା ଲାଗି ନବୀନ ଅନୁରୋଧ କରୁଛନ୍ତି। କଥା ହେଉଛି ଏଏସଆଇ ରାଜ୍ୟର ମଠ ମନ୍ଦିରଗୁଡ଼ିକର ପର୍ଯ୍ୟଟକଙ୍କ ଠାରୁ କୋଟି କୋଟି ଟଙ୍କା ଆଦାୟ କରୁଛି।ମନ ଇଚ୍ଛା ଦର ବୃଦ୍ଧି କରୁଛି।  କିନ୍ତୁ ସେହି ପରିମାଣରେ ଏସବୁର ରକ୍ଷଣାବେକ୍ଷଣ ଓ ଏହାର ଐତିହ୍ୟ ରକ୍ଷାରେ ଦାୟିତ୍ବ ନିଭାଉଛି କି? କୋଣାର୍କ ମନ୍ଦିରରେ ଯାହା ସବୁ ଚାଲିଛି ଏହାକୁ ନେଇ ବିଭିନ୍ନ ମହଲରେ ବାରମ୍ବାର ଉଦ୍‌ବେଗ ପ୍ରକାଶ ପାଇଛି। କେବେ ଏଠାରେ ପାଣି ଜମିଲାଣି ଆଉ କେବେ ଏହାର ଐତିହ୍ୟ ନଷ୍ଟ କରାଯିବା,  ଏପରିକି କାରୁକାର୍ଯ୍ୟ ମୂର୍ତ୍ତି ଚୋରି ହେବା ପର୍ଯ୍ୟନ୍ତ ବି ଅଭିଯୋଗ ହୋଇଛି। ଏଏସଆଇର ମନମାନି ବାବଦରେ ଗଣମାଧ୍ୟମରେ ବାରମ୍ବାର ଖବର ପ୍ରକାଶ ପାଉଛି। ଏହା ସତ୍ତ୍ବେ ବି ଏଏସଆଇର ଅଧିକାରୀ ମାନେ ନିଦା ବିଷ୍ଣୁ ହୋଇ ବସିଛନ୍ତି। ମୁଖ୍ୟମନ୍ତ୍ରୀ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି। ଏନେଇ ବିଧିବଦ୍ଧ ତଦନ୍ତ ହେବା ଦରକାର ଏପରିକି ଏଏସଆଇର ମନମାନି ବିରୋଧରେ ବିଭିନ୍ନ ସଂଗଠନ ରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦେଲେଣି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.