୯ ତାରିଖରେ ମୋଦି-ନବୀନ ଭେଟଘାଟ୍ ; ଏହାକୁ ସୌଜନ୍ୟମୂଳକ ସାକ୍ଷାତକାର ବୋଲି କହୁଛନ୍ତି ବିଜେଡି-ବିଜେପି କ୍ୟାମ୍ପ୍

Published By : Prameya-News7 Bureau | June 07, 2019 IST

ରାଜ୍ୟ ରାଜନୀତିରେ କାଲି ଦେଖିବାକୁ ମିଳିବ ହଲଚଲ୍ ।  ମୋଦିଙ୍କୁ ଭେଟିବାକୁ ଦିଲ୍ଲୀ ଯିବେ ନବୀନ ।  ଆଉ ସେପଟେ ଦିଲ୍ଲୀରୁ ଫେରିବେ ଧର୍ମେନ୍ଦ୍ର। ମୋଦି-ନବୀନ ଭେଟକୁ ଉଭୟ କ୍ୟାମ୍ପ ସୌଜନ୍ୟମୂଳକ ସାକ୍ଷାତ କହୁଥିଲେ ବି ରାଜନୈତିକ ସମୀକରଣକୁ ନେଇ ଚର୍ଚ୍ଚା ହେଉଛି। …

{"id":120747}

ଦଳ ବଳ ଧରି କାଲି ଦିଲ୍ଲୀ ଯିବେ ନବୀନ ।  ଆଉ ସେପଟେ ଦିଲ୍ଲୀରୁ ଫେରିବେ ଧର୍ମେନ୍ଦ୍ର। ପଞ୍ଚମ ପାଳିର ଦାୟିତ୍ବ ନେବା ପରେ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିବାକୁ ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ । ସାଥୀରେ କିଛି ବରିଷ୍ଠ ମନ୍ତ୍ରୀଙ୍କୁ ବି ନେବେ ବୋଲି ଶୁଣିବାକୁ ମିଳୁଛି ।

{"id":120748}

ଗସ୍ତର ଚୁଡ଼ାନ୍ତ କାର୍ଯ୍ୟସୂଚୀ ମିଳିନଥିଲେ ବି, ୯ ତାରିଖରେ ମୋଦି-ନବୀନ ଭେଟଘାଟ୍ ହେବ ବୋଲି କୁହାଯାଉଛି। ସାକ୍ଷାତ ବେଳେ ବାତ୍ୟା ଫୋନିର ଚୁଡ଼ାନ୍ତ କ୍ଷୟକ୍ଷତି ରିପୋର୍ଟ ନେଇ ଆଲୋଚନା ହୋଇପାରେ ।  ଅଧିକ କେନ୍ଦ୍ରୀୟ ଅନୁଦାନ ପାଇଁ ଦାବି କରିପାରନ୍ତି ନବୀନ । ସେହିଭଳି ଆୟୁଷ୍ମାନକୁ ନେଇ କେନ୍ଦ୍ର-ରାଜ୍ୟ ଭିତରେ ତିଆରି ହେଉଥିବା ଭାବ ଆଉ ୨ ପାଦ ଆଗକୁ ଯାଇପାରେ ।

{"id":120749}

କିନ୍ତୁ ଉଭୟ ବିଜେଡି-ବିଜେପି କ୍ୟାମ୍ପ୍ ଏହାକୁ କେବଳ ସୌଜନ୍ୟମୂଳକ ସାକ୍ଷାତକାର କହୁଛନ୍ତି । ତେବେ ବଡ଼ ବିଜୟ ପରେ ୨ ନେତାଙ୍କ ମିଟିଂରେ ରାଜନୀତିର କଥା ବା ନଉଠିବ କେମିତି ?   ଅନ୍ୟପକ୍ଷରେ, ପ୍ରଧାନମନ୍ତ୍ରୀଙ୍କ  ବାଦ୍ ଅନ୍ୟ କିଛି କେନ୍ଦ୍ର ମନ୍ତ୍ରୀଙ୍କୁ ବି ଭେଟି ପାରନ୍ତି ଟିମ୍ ନବୀନ ।…

{"id":120750}

ନବୀନ ଦିଲ୍ଲୀ ଯିବେ, ଆଉ ଦିଲ୍ଲୀରୁ ଫେରିବେ ୨ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡ଼ଙ୍ଗୀ । ମାନେ ମୋଦିଙ୍କୁ ଭେଟିବାକୁ ନବୀନ ଭୁବନେଶ୍ବରରୁ ଦିଲ୍ଲୀ ବାହିରିବେ, ସେପଟେ ଦିଲ୍ଲୀ ଛାଡ଼ି ଭୁବନେଶ୍ବର ଆସିବେ ଧର୍ମେନ୍ଦ୍ର । ସକାଳ ସାଢେ ୮ରେ ଭୁବନେଶ୍ବର ଏୟାରପୋର୍ଟରେ ପହଞ୍ଚିବା ପରେ ସିଧା ପୁରୀ ଯିବେ ୨ କେନ୍ଦ୍ର ମନ୍ତ୍ରୀ ।

{"id":120751}

ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ସାରି ଭୁବନେଶ୍ବର ଫେରିବେ।  ଅପରାହ୍ନରେ ପ୍ରଦର୍ଶନୀ ପଡ଼ିଆରେ ହେବ ସ୍ବାଗତ ସଂବର୍ଦ୍ଧନା ଉତ୍ସବ। ଧର୍ମେନ୍ଦ୍ର ଓ ପ୍ରତାପଙ୍କ ସହ ଦଳର ସମସ୍ତ ସାଂସଦ ଓ ବିଧାୟକଙ୍କୁ ସଂବର୍ଦ୍ଧିତ କରାଯିବ ।…

{"id":120752}

ନିର୍ବାଚନ ଫଳ ପରେ ବିଜେପି - ବିଜେଡି ଆରୋପ-ପ୍ରତ୍ୟାରୋପର ରାଜନୀତି ଟିକେ ଥଣ୍ଡା ପଡ଼ିଛି। ହେଲେ କାଲି ମୋଦି-ନବୀନ ଭେଟ ପରର ରିଆକ୍ସନ ହିଁ ସ୍ପଷ୍ଟ କରିବ, ଆଗକୁ ସମୀକରଣ କଣ ହେବ।…

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.