ଆସନ୍ତାକାଲି ହିଞ୍ଜିଳିରୁ ପ୍ରାର୍ଥୀପତ୍ର ଦାଖଲ କରିବେ ମୁଖ୍ୟମନ୍ତ୍ରୀ ନବୀନ

Published By : Prameya-News7 Bureau | March 19, 2019 IST

ଭୁବନେଶ୍ୱର ୧୯/୩ : ଆସନ୍ତାକାଲି ହିଞ୍ଜିଳି ବିଧାନସଭ ଆସନ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | ସକାଳ ୯ଟା ୩୦ ମିନିଟରେ ଗଂଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ଠାରେ ମୁଖ୍ୟମନ୍ତ୍ରୀ ପହଂଚିବେ | ଏହାପରେ ଏକ ପଟୁଆରରେ ରିଟର୍ଣ୍ଣିଙ୍ଗ ଅଫିସରଙ୍କ ନିକଟକୁ ଯାଇ ତାଙ୍କ ପ୍ରାର୍ଥୀକୁ ପତ୍ର ଦାଖଲ କରିବେ | ଏନେଇ ଦଳ ପକ୍ଷରୁ ସୂଚନା ଦିଆଯାଇଛି | ଚଳିତ ନିର୍ବାଚନରେ ନବୀନ ୨ଟି ସ୍ଥାନରୁ ପ୍ରାର୍ଥୀ ହେବେ ବୋଲି ନିଷ୍ପତ୍ତି ନେଇଛନ୍ତି | ତାଙ୍କ ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳି ସମେତ ଏଥର ସେ ବିଜେପୁରରୁ ମଧ୍ୟ ପ୍ରାର୍ଥୀ ହେବେ | ବିଜେପୁର ଦ୍ୱିତୀୟ ପର୍ଯ୍ୟାୟରେ ରହିଛି | ଗତକାଲି ଠାରୁ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ପ୍ରାର୍ଥୀପତ୍ର ଦାଖଲ ଆରମ୍ଭ ହୋଇଛି | ପ୍ରଥମ ଦିନରେ ଲୋକସଭା ପାଇଁ କେହି ପ୍ରାର୍ଥୀପତ୍ର ଦାଖଲ କରିନଥିବାବେଳେ ବିଧାନ ସଭା ପାଇଁ ୪ଟି ସ୍ଥାନରୁ ଜଣେ ଲେଖାଏଁ ପ୍ରାର୍ଥୀ ସେମାନଙ୍କ ପ୍ରାର୍ଥୀ ପତ୍ର ଦାଖଲ କରିଥିଲେ |


ମାଲକାନଗିରିରୁ ଜଣେ, ନବରଙ୍ଗପୁର ବିଧାନସଭା ଆସନ ପାଇଁ ଜଣେ, କଳାହାଣ୍ଡି ଜିଲ୍ଲାର ନର୍ଲା ବିଧାନସଭା ଆସନ ପାଇଁ ଜଣେ ତାଙ୍କ ନାମାଙ୍କନ ପତ୍ର ଦାଖଲ କରିଛନ୍ତି |


ସୂଚନାଯୋଗ୍ୟ ଯେ, ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୪ଟି ଲୋକସଭା ଓ ୨୮ଟି ବିଧାନସଭା ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ | ୪ଟି ଲୋକସଭା ଆସନ ହେଲା, ବ୍ରହ୍ମପୁର, ନବରଙ୍ଗପୁର, କୋରାପୁଟ ଏବଂ କଳାହାଣ୍ଡି | ଏହି ୪ଟି ଲୋକସଭା ଅନ୍ତର୍ଗତ ବିଧାନସଭା ଆସନ ଗୁଡିକ ପାଇଁ ପ୍ରଥମ ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.