ସୁରଟରେ ହେବ ସୋ: ନବୀନଙ୍କ ସହ ଯୋଗ ଦେବେ ସିନେଷ୍ଟାର ସିଦ୍ଧାନ୍ତ, ଅନୁଭବ ଓ ବର୍ଷା, ବ୍ରହ୍ମପୁର-ସୁରଟ ଟ୍ରେନ୍ ଚଳାଚଳ ପାଇଁ ଦାବି କରିଛନ୍ତି ନବୀନ

Published By : Prameya-News7 Bureau | December 16, 2018 IST

ଭୁବନେଶ୍ୱର ୧୬/୧୨ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତାକାଲି ସୁରଟ ଗସ୍ତରେ ଯିବେ। ଏହାପୂର୍ବରୁ ନବୀନଙ୍କ ସାଉଥ ବ୍ରିଗେଡ଼ ଯାଇ ସୁରଟରେ ମାହୋଲ ବନେଇଲେଣି। କୁଆଡେ ଲକ୍ଷାଧିକ ଓଡ଼ିଆଏଥିରେ ଯୋଗ ଦେବେ। ସୁରଟରେ ଥିବା ପ୍ରାୟ ୭ ଲକ୍ଷ ଓଡ଼ିଆ ଟାର୍ଗେଟରେ ଅଛନ୍ତି । ଏହାପୂର୍ବରୁ ନବୀନ ସୁରଟ ସଂପର୍କିତ ତନିଟି ଚିଠି କେନ୍ଦ୍ରକୁ ଲେଖିଥିବା ବେଳେ ବିଜେପି ଓ କଂଗ୍ରେସ ନବୀନଙ୍କ ଆନ୍ତରିକତା ଉପରେ ପ୍ରଶ୍ନ ଉଠାଇ ମାରିଛନ୍ତି ପ୍ରଶ୍ନବାଣ। ଦେଖନ୍ତୁ ସୁରଟ ପଲିଟିକ୍‌ସରେ କିଏ କେଉଁ କଣରେ ଠିଆ ହୋଇଛନ୍ତି। 

{"id":64359}

ସୁରଟରେ ହେବ ସୋ ।  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ଏକାଠି ହେବେ ବିଜେଡିର ନେତା। ବିଜେଡିର ସିନେଷ୍ଟାର  ସିଦ୍ଧାନ୍ତ, ଅନୁଭବ ଓ ବର୍ଷା। ଗୁଜରାଟର ସୁରଟର ଅମଲୋଲି ସ୍ଥିତ ରାଜୱାଡ଼ି ପାର୍ଟି କ୍ଲବ ପଡ଼ିଆରେ ହେଉଥିବା ସୁରଟରେ ଥିବା ପ୍ରବାସୀ ଓଡ଼ିଆ ସମାଜ ଦ୍ବାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ ଲକ୍ଷାଧିକ ଓଡ଼ିଆ । ଏ ହେଉଛି ସେଠାକାର ଚିତ୍ର । ସଭାସ୍ଥରେ ଲାଗିଛି ଓଡିଆ ପୋଷ୍ଟର ବ୍ୟାନର।

ନବୀନ ପହଞ୍ଚିବା ପୂର୍ବରୁ ସୁରଟରେ ପହଞ୍ଚି ଯାଇଛନ୍ତି ବିଜେଡିର ଦକ୍ଷିଣ ନେତାଏ। ମାହୋଲ ବନାଇଛନ୍ତି। କେମିତି ଅଧିକରୁ ଅଧିକ ଲୋକ ସଭାସ୍ଥଳକୁ ଆସିବେ। ସୁରଟରେ ରହୁଥିବା ଓଡ଼ିଆଙ୍କ ଇସ୍ୟୁ ଯେମିତି ଏଥିରେ ସ୍ଥାନପାଇବ ଏସବୁର ଫିଲ୍ଡ ୱାର୍କ କରିଛନ୍ତି। ସୁରଟରେ ରହିଥିବା ଓଡିଆମାନଙ୍କ ସମସ୍ୟାର ସମାଧାନ ଦିଗରେ ଓଡିଶା ସରକାର ଉଦ୍ୟମ କରିପାରିବେ। ଏହା ସହିତ ଓଡ଼ିଶା ବାହାରେ ରହୁଥିବା ଓଡ଼ିଆମାନଙ୍କ ସହିତ ଯୋଡ଼ି ହେବା ଲାଗି ରାଜ୍ୟ ସରକାର ଉଦ୍ୟମ କରୁଛନ୍ତି। 

{"id":64360}

ସୁରଟ କାର୍ୟ୍ୟକ୍ରମ ପୂର୍ବରୁ ସୁରଟରେ ଓଡ଼ିଆମାନଙ୍କ ବିଭିନ୍ନ ସମସ୍ୟା ନେଇନୀବୀନ ୨ଟି ଚିଠି କେନ୍ଦ୍ରକୁ ଲେଖିଛନ୍ତି। ସୁରଟ-ଭୁବନେଶ୍ବର ବିମାନ ଚଳାଚଳ ଏବଂ ବ୍ରହ୍ମପୁର-ସୁରଟ ଟ୍ରେନ୍ ଚଳାଚଳ ପାଇଁ ଦାବି କରିଛନ୍ତି । ଏହାସହ ଗୁଜରାଟ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଓଡ଼ିଆଙ୍କ ପାଇଁ କମ୍ୟୁନିଟି ସେଣ୍ଟର ଲାଗି ଜାଗା ମାଗିଛନ୍ତି । ସେପଟେ ଏହି ପ୍ରସଙ୍ଗରେ ବିରୋଧି ସରକାରଙ୍କୁ ଟାର୍ଗେଟ କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ୧୯ ବର୍ଷ ଶାସନ କାଳରେ ସୁରଟ ହେଉ, ଦିଲ୍ଲୀ ବାହାରେ ରହୁଥିବା ଓଡ଼ିଆଙ୍କ ସମସ୍ୟା ବାବଦରେ ଥରୁଟିଏ ଚିନ୍ତା କରିନାହାନ୍ତି ରାଜ୍ୟ ସରକାର। ଏବେ ନିର୍ବାଚନ ଦେଖି ସୁରଟ କାର୍ଯ୍ୟକ୍ରମ ହୋଇଛି। ପ୍ରବାସୀ ଓଡ଼ିଆଙ୍କ ସମସ୍ୟା ଚିନ୍ତାଥିଲେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରିବାକୁ ଆହ୍ବାନ ଦେଇଛନ୍ତି।  ସେପଟେ କଂଗ୍ରେସ ମଧ୍ୟ ସମାନ ଢଙ୍ଗାରେ ଟାର୍ଗେଟ କରିଛିଆଉ ଏହାର ଜବାବ ରଖିଛି ବିଜେଡି। 

{"id":64361}

ସୁରଟରେ୭ ଲକ୍ଷ ଓଡ଼ିଆ ଅଛନ୍ତି। ବିଶେଷ କରି ୪ ଲକ୍ଷ କେବଳ ଗଞ୍ଜାମ ଜିଲ୍ଲାରୁ ଅଛନ୍ତି। ସେମାନଙ୍କ ମାଧ୍ୟମରେ ବିଜେଡି ଭୋଟ ବ୍ୟାଙ୍କ ତିଆରି କରିବାକୁ ଚେଷ୍ଟା କରିଛି। ସେପଟେ ବିଜେପି ଓ କଂଗ୍ରେସ ମଧ୍ୟ ସମାନ ଢଙ୍ଗରେ ପ୍ରବାସୀ ଓଡ଼ିଆଙ୍କ ସହ ଯୋଡ଼ି ହେବା ଲାଗି ଅଣ୍ଟା ଭିଡ଼ିଲେଣି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.