କେନ୍ଦ୍ରାପଡାରେ ବାତ୍ୟା କ୍ଷୟକ୍ଷତି ଓ ପୁନଃଥଇଥାନର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, ଘୋଷଣା କଲେ ସହାୟତା

Published By : Prameya-News7 Bureau | May 16, 2019 IST

କେନ୍ଦ୍ରାପଡା ୧୬|୫: ମୁଖମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କେନ୍ଦ୍ରାପଡାରେ ବାତ୍ୟା ପରବର୍ତ୍ତୀ ସ୍ଥିତି ସମୀକ୍ଷା କରିଛନ୍ତି | ଆଜି ଅପରାହ୍ଣରେ ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ ସମୀକ୍ଷା ବୈଠକରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ବାତ୍ୟା ପରେ ପାନୀୟ ଜଳ ଯୋଗାଣ, ବିଦ୍ୟୁତ୍ ସେବା ପ୍ରଦାନ, କ୍ଷତିପୂରଣ ପ୍ରଦାନ ପ୍ରଭୃତି ନେଇ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ |

{"id":112612}

ସ୍ଥିତି ସମୀକ୍ଷା ପରେ ଗଣମାଧ୍ୟମକୁ ସୂଚନା ଦେଇ ମୁଖ୍ୟମନ୍ତ୍ରୀ ଜିଲାର ବାତ୍ୟା ପ୍ରବଣ ସ୍ଥାନରେ 30ଟି ବାତ୍ୟା ଆଶ୍ରୟସ୍ଥଳ ନିର୍ମାଣ ହେବ ବୋଲି କହିଥିଲେ | ପ୍ରତି ବାତ୍ୟା ଆଶ୍ରୟସ୍ଥଳ ନିର୍ମାଣରେ ୨କୋଟି ଟଙ୍କା ଖର୍ଚ୍ଚ କରାଯିବ | ସେହିପରି ବାତ୍ୟାରେ କ୍ଷତିଗ୍ରସ୍ତ ସ୍କୁଲ, ଅଙ୍ଗନବାଡି କେନ୍ଦ୍ର, ଓ ଜନକଲ୍ୟାଣ ସଂସ୍ଥା ପ୍ରଭୃତି ର ମରାମତି ପାଇଁ ୨ ଲକ୍ଷ ଲେଖାଏଁ ଟଙ୍କା ଖର୍ଚ୍ଚ ହେବ |

{"id":112613}

ତେବେ ବାତ୍ୟାରେ କ୍ଷତିଗ୍ରସ୍ତ କୃଷକ, ସ୍ଵୟମ ସହାୟକ ଗୋଷ୍ଠୀ, ମତ୍ସ୍ୟଜୀବୀ ପରିବାରକୁ lively hood pkg(ଜୀବନ ଜୀବୀକା ପ୍ୟାକେଜ) ଜିଲା ପ୍ରଶାସନ ପ୍ରଦାନ କରିବେ | କ୍ଷତିଗ୍ରସ୍ତ କୌଣସି ଯଣେ ବି ବ୍ୟକ୍ତି ସହାୟତା ପାଇବାରୁ ବଞ୍ଚିତ ହେବେନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ |

{"id":112614}

ଏହି ସମୀକ୍ଷା ବୈଠକରେ ଜଳସମ୍ପଦ ବିଭାଗର ସଚିବ ପ୍ରଦୀପ କୁମାର ଜେନା, ମୁଖ୍ୟମନ୍ତ୍ରୀ ଙ୍କ ବ୍ୟକ୍ତିଗତ ସଚିବ ଭି.କେ. ପାଣ୍ଡିଆନ୍, କେନ୍ଦ୍ରାପଡ଼ା ଜିଲାପାଳ ପ୍ରେମ ଚନ୍ଦ୍ର ଚୌଧୁରୀ ଓ ବିଭାଗୀୟ ଅଧିକାରୀ ଯୋଗଦେଇଥିଲେ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.