ଅଭାବୀ ଲୋକଙ୍କୁ ରାନ୍ଧି ଖୁଆଇଲେ ବିଜେଡି ସାଂସଦ, ମୁଖ୍ୟମନ୍ତ୍ରୀ କହିଲେ ସାବାସ୍‌

Published By : Prameya-News7 Bureau | April 01, 2020 IST

ଭୁବନେଶ୍ୱର ୦୧।୦୪: ସାରାଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢିବାର ଲାଗିଛି । କରୋନାରେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢୁଛି । ତେବେ କରୋନା ଭାଇରସରେ ଅଧିକ ସଂକ୍ରମଣକୁ ରୋକିବା ପାଇଁ ସାରାଦେଶରେ ୨୧ଦିନିଆ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି । ସେହିପରି ଲକ୍‌ଡାଉନ୍‌ରେ ରାଜ୍ୟ ସରକାର ମଧ୍ୟ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି । ମହିଳା ଏସ୍‌ଏଚ୍‌ଜିଙ୍କ ଜରିଆରେ ପଞ୍ଚାୟତରେ ଲୋକମାନଙ୍କୁ ଖାଦ୍ୟ ଯୋଗଇବା ଭଳି ପଦକ୍ଷେପ ନେଇଛନ୍ତି । କିନ୍ତୁ ସାଧାରଣ ଲୋକଙ୍କୁ ନିଜେ ରାନ୍ଧି ଖାଦ୍ୟ ଦେଇ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା ସାଉଟିଛନ୍ତି ରାଜ୍ୟସଭା ସାଂସଦ ମମତା ମହନ୍ତ ।

wp:core-embed/twitter {"url":"https://twitter.com/Naveen_Odisha/status/1244934611014041601","type":"rich","providerNameSlug":"twitter","className":""}
https://twitter.com/Naveen_Odisha/status/1244934611014041601
/wp:core-embed/twitter

ଲକ୍‌ଡାଉନ୍ ଯୋଗୁଁ ଗରିବ ଖଟିଖିଆ ଲୋକ ବେଶୀ ପ୍ରଭାବିତ ହୋଇଛନ୍ତି । ତେବେ ଏମାନଙ୍କ ପାଇଁ ନିଜେ ରୋଷେଇ କରି ପ୍ରଶଂସା ସାଉଁଟିଛନ୍ତି ବିଜେଡ଼ିର ରାଜ୍ୟସଭା ସାଂସଦ ମମତା ମହନ୍ତ । ମମତା ମହନ୍ତ ଜଣେ ଆଦିବାସୀ ନେତା ଭାବେ ବେଶ୍‌ ଲୋକପ୍ରିୟ । ମମତା ମହନ୍ତ କିଛି ଦିନ ଓଡିଶାରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି । ତେବେ ସାଂସଦ ଭାବେ କାର୍ଯ୍ୟଭାର ଗ୍ରହଣ କରିବା ପରେ ବି ମମତା ଗରିବ ଖଟିଖିଆଙ୍କ ସେବା ଛାଡି ନାହାନ୍ତି । ମମତା ଗାଁରେ ନିଜେ ରୋଷେଇ କରି ଗରିବ ଲୋକଙ୍କ ଭିତରେ ରନ୍ଧା ଖାଦ୍ୟକୁ ବାଣ୍ଟୁଛନ୍ତି । କରୋନାରେ ଲକ୍‌ଡାଉନ୍‌ ଯୋଗୁଁ ସାଧାରଣଲୋକ ବହୁ ଅସୁବିଧାରେ ସମ୍ମୁଖୀନ ହେଉଥିବା ବେଳେ କିଛି ଲୋକ ଏଥିରେ ଉପକୃତ ହେଉଛନ୍ତି । ତେବେ ସାଧାରଣ ଲୋକ ଓ ଗରିବ ଖଟିଖିଆଙ୍କ ପ୍ରତି ମମତାଙ୍କ ଏପରି କାର୍ଯ୍ୟକୁ ଦେଖି ଖୋଦ ମୁଖ୍ୟମନ୍ତ୍ରୀ ପ୍ରଂଶସା କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ଟ୍ୱିଟର ହ୍ୟାଣ୍ଡେଲରେ ମମତାଙ୍କ ରୋଷେଇ ଓ ଖାଦ୍ୟ ବାଣଟୁଥିବାର ଫଟୋ ପୋଷ୍ଟ କରି ପ୍ରଂଶସା କରିଛନ୍ତି ।

{"id":247248,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.