Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୧ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୪ କୋଭିଡ୍ ସଂକ୍ରମିତ, ୩୩୩୪୪୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଲକ୍ଷ୍ନୌ : ଟ୍ରାକ୍‌ରୁ ଖସିଲା ଟ୍ରେନ୍‌, ଶହିଦ ଏକ୍ସପ୍ରେସ୍‌ର ୨ଟି ବଗି ଲାଇନ୍‌ଚ୍ୟୁତ
  • ||
  • କେନ୍ଦୁଝର : ସ୍ତ୍ରୀକୁ ପିଟିପିଟି ମାରିଦେଲା ସ୍ବାମୀ, ଅଭିଯୁକ୍ତ ଅଟକ
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୭୮୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ବିଶିଷ୍ଟ ଶ୍ରମିକ ନେତା ଲଳିତ ନାୟକଙ୍କ ପରଲୋକ
  • ||
  • କେନ୍ଦୁଗୁଡ଼ା ଘାଟିରେ ଓଲଟିଲା ଟୁରିଷ୍ଟ ବସ୍ : ଜଣେ ମୃତ , ୧୦ ରୁ ଅଧିକ ଆହତ
  • ||

ଜାଲିଆନଓ୍ୱାଲାବାଗ ସହିଦଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି, ସେମାନଙ୍କ ବଳିଦାନକୁ କେବେ ବି ଭୁଲି ହେବ ନାହିଁ ଓ ତାହା ସବୁ ଦିନ ଏହି ଜାତିକୁ ପ୍ରେରଣା ଦେଉଥିବ

13/04/2020 at 1:04 PM

ଭୁବନେଶ୍ୱର ୧୩।୦୪:  ମାତୃଭୂମି ପାଇଁ ବଳିଦାନ ଦେଇଥିବା ସହିଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ଜାଲିଆନୱାଲାବାଗରେ ସହିଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ୍‌ ମାଧ୍ୟମରେ ନିଜ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ନିଜ ଟ୍ୱିଟର ହ୍ୟାଣ୍ଡେଲରେ ଲେଖିଛନ୍ତି ଯେ, ୧୯୧୯ ମସିହାରେ ଜାଲିଆନୱାଲା ବାଗ ହତ୍ୟାକାଣ୍ଡରେ ନିଜ ଜୀବନ ଦେଇଥିବା ସହିଦମାନଙ୍କ ଅମର ବଳିଦାନକୁ ହୃଦୟରୁ ଶ୍ରଦ୍ଧାଞ୍ଜଳି। ସେମାନଙ୍କର ବଳିଦାନକୁ କେବେବି ଭୁଲି ପାରିବୁ ନାହିଁ ଏବଂ ଏହା ମାତୃଭୂମି ପ୍ରତି ପ୍ରେମ ଓ ପ୍ରେରଣା ଯୋଗାଇବ।

ସୂଚନାଯୋଗ୍ୟ ଯେ, ଏପ୍ରିଲ ୧୩ ତାରିଖ ୧୯୧୯ ମସିହାରେ ଭାରତ ଇଂରେଜ ଶାସନ ବିରୋଧରେ ଏକଜୁଟ ହେଉଥାଏ । କାଶ୍ମୀରରୁ କନ୍ୟାକୁମାରୀ ଯାଏଁ ସମସ୍ତ ଭାରତୀୟଙ୍କ ହୃଦୟରେ ବ୍ରିଟିଶ ଶାସନ ବିରୋଧରେ ବହ୍ନି ଜଳୁଥାଏ । କିନ୍ତ ଏହି ଦିନ ଘଟିଥିଲା ଏକ ଲୋମହର୍ଷଣକାରୀ ଘଟଣା ଘଟିଥିଲା  । ନିଷ୍ଠୁର ଇଂରେଜ ଜେନେରାଲ ନିଷ୍ଠୁରତାର ସମଗ୍ର ସୀମା ପାର୍ କରିଦେଇଥିଲେ । ଶାନ୍ତିପୂର୍ଣ୍ଣ ଭାବେ ବିକ୍ଷୋଭ କରୁଥିବା ଶହଶହ ନୀରିହ ଲୋକଙ୍କ ଉପରେ ଗୁଳି ବର୍ଷଣ କରିଥିଲେ । ଫଳରେ ୪୦୦ରୁ ଅଧିକ ସଂଗ୍ରାମୀ ପ୍ରାଣ ହରାଇଥିଲେ । ପଞ୍ଜାବର ଜାଲିଆନାଓ୍ୱାଲାବାଗରେ ଘଟିଥିଲା ଏହି ଘଟଣା । ଏହି ଅଞ୍ଚଳର ଆଇନ ଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣ କରିବା ଦାୟିତ୍ୱ ଇଂରେଜ ସରକାର ନିଷ୍ଠୁର ଜେନେରାଲ ଡାୟାରଙ୍କୁ ଦେଇଥିଲେ । 

   Related Posts