Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭିସା ଉପରେ ଲାଗିଥିବା କଟକଣା ହଟାଇଲେ ସରକାର
  • ||
  • ଟ୍ୱିଟରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ କବିତା ଲେଖିଲେ ରାହୁଲ
  • ||
  • ମା’ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଇଁ ୧୪୪ ଧାରା ଜାରି
  • ||
  • ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ
  • ||
  • ରାୟଗଡାରେ ବୋଲେରୋ-ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର
  • ||
  • ବିନା ଅନୁମତିରେ ଦାଢ଼ି ରଖି ନିଲମ୍ବିତ ହେଲେ ପୋଲିସ ବାବୁ
  • ||
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||

କଳା ଟି ସାର୍ଟ ଓ ପ୍ୟାଣ୍ଟ ପିନ୍ଧି ମୁଖ୍ୟମନ୍ତ୍ରୀଙ୍କ ବ୍ୟାୟାମ ଭିଡିଓ ହେଉଛି ଭାଇରାଲ, ନବୀନ କହିଲେ ଓଡିଶା ଲୋକଙ୍କ ପାଇଁ ଯୁଦ୍ଧ କରିବାକୁ ହେଉଛି ପ୍ରସ୍ତୁତ

5/04/2019 at 9:25 PM

ଭୁବନେଶ୍ବର୫|୪: ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏକ ବ୍ୟାୟମ ଭିଡିଓ ଆଜି ଭାଇରାଲ ହେବାରେ ଲାଗିଛି । ମୁଖ୍ୟମନ୍ତ୍ରୀ ନବୀନ ନିବାସ ଭିତରେ ଜଗିଂ କରିବା ସହ ବିଭିନ୍ନ ବ୍ୟାୟାମ କରୁଥିବା ଏହି ଭିଡିଓରେ ଦେଖିବାକୁ ମିଳିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସବୁ ବେଳେ ଧଳା କୁର୍ତ୍ତା ଓ ପାଇଜାମାରେ ଦେଖି ଆସୁଥିବା ଲୋକଙ୍କ ଆଖିକୁ ଏହି ଭିଡିଓ ଟିକେ ଖଟକା ଲାଗିବ ନିଶ୍ଟୟ ।

ମୁଖ୍ୟମନ୍ତ୍ରୀ ଏହି ଭିଡିଓରେ ଏକ ପ୍ୟାଣ୍ଟ ଓ କଳା ଟି ସାର୍ଟ ପିନ୍ଧିଛନ୍ତି । ପ୍ରଥମେ ନବୀନ ନିବାସର ଦୁଆରବନ୍ଧରେ ଚିନିଂ କରିବା ପରେ କାନ୍ଛକୁ ମୁହଁ କରି କିଛି ସମୟ ଲେଗ ରେଜିଂ କରୁଛନ୍ତି ।ତାପରେ ଦୌଡି ଦୌଡି ବାହାରକୁ ଆସୁଛନ୍ତି । ବଗିଚା ଭିତରେ ମଧ୍ୟ ସ୍ଲୋ ଷ୍ଟେପ ରନିଂ କରିବା ପରେ ହୋମ ଜିମ୍‌କୁ ଫେରୁଛନ୍ତି ।

ସୂର୍ଯ୍ୟ ନମସ୍କାରର ମୁଦ୍ରାରେ ମଧ୍ୟ ନବୀନଙ୍କୁ ଦେଖିବାକୁ ମିଳୁଛି । ଏଠାରେ ଦର୍ପଣ ସମ୍ମୁଖରେ ବାର ଧରି ଗୁଡ ମର୍ଣିଂ ଏକ୍ସରସାଇଜ କରିବା ସହ ହାପ୍‌ ସ୍କ୍ବାର୍ଟ କରୁଥିବା ଦେଖିବାକୁ ମିଳୁଛି ।ସେହିଭଳି ନବୀନ ଡମ୍ବଲ୍ସ ମଧ୍ୟ କରୁଛନ୍ତି ।  ସାଇକ୍ଲିଂ ମେସିନରେ ସାଇକ୍ଲିଂ ମଧ୍ୟ କରୁଥିବା ଦୃଶ୍ୟ ରହିଛି ।

ନବୀନ ଯେଉଁ ପ୍ରକୋଷ୍ଠରେ ବ୍ୟାୟାମ କରୁଛନ୍ତି ସେହି ରୁମରେ ବଥିବା ଟିଭିରେ ନ୍ୟୁଜ ସେଭେନ ସମେତ ବିଭିନ୍ନ ଓଡିଆ ଚ୍ୟାନେଲ ଚାଲୁଥିବା ମଧ୍ୟ ଦୃଶ୍ୟମାନ ହେଉଛି । ରୁମ ଭିତରେ କିଛି ବହି ସେଲ୍ଫ ମଧ୍ୟ ରହିଛି ।

ବ୍ୟାୟାମ ସରିବା ପୂର୍ବରୁ ନବୀନ କ୍ୟାମେରାକୁ ଦେଖି କହୁଛନ୍ତି ଯେ, ଆଇ ଆମ ଗେଟିଂ ରେଡି ଟୁ ଫାଇଟ ଫର୍‌ ପିପୁଲ ଅଫ ଓଡିଶା । ଅର୍ଥାତ ଓଡିଶା ଲୋକଙ୍କ ପାଇଁ ଯୁଦ୍ଧ କରିବା ଲାଗି ମୁଁ ପ୍ରସ୍ତୁତ ହେଉଛି ।

ସୂଚନାଯୋଗ୍ୟ ଯେ, ଗତ କିଛିମାସ ତଳେ ନବୀନ ପଟ୍ଟନାୟକ ଅସୁସ୍ଥ ବୋଲି ପ୍ରଚାର ହେଉଥିଲା । ଏଭଳି ପ୍ରଚାର କରୁଥିବା ଲୋକଙ୍କ ପାଇଁ ଏହି ଭିଡିଓ ଉତ୍ତର ବୋଲି କୁହାଯାଇପାରେ । ନବୀନ ପଟ୍ଟନାୟକ ଏବଂ ବୈଜୟନ୍ତ ପଣ୍ଡାଙ୍କ ମଧ୍ୟରେ ସମ୍ପର୍କ ତିକ୍ତ ହେବାର କିଛି କାରଣ ମଧ୍ୟରୁ ଗୋଟିଏ କାରଣ ଥିଲା ନବୀନ ଅସୁସ୍ଥ ବୋଲି ବୈଜୟନ୍ତଙ୍କ ପ୍ରଚାର ।

ନିର୍ବାଚନ  ପାଇଁ ଏବେ ପ୍ରଚାର ଜୋରସୋର ଚାଲିଥିବାବେଳେ ନବୀନ ମୟୂର ଭଞ୍ଜରୁ ମାଲକାନଗିରି ଓ ଜଗତସିଂହପୁରରୁ ଝାରସୁଗୁଡା ପର୍ଯ୍ୟନ୍ତ ସମଗ୍ର ଓଡିଶା ବୁଲି ନିର୍ବାଚନ ପ୍ରଚାରର କରୁଛନ୍ତି । ନିର୍ବାଚନ ପ୍ରଚାର ଏକ କଠିନ କାମ ନିଶ୍ଚୟ । ଏଥିପାଇଁ ଫିଟ ରହିବା ଜରୁରୀ । ସେଥିପାଇଁ ଏଭଳି ବ୍ୟାୟାମ ନିଶ୍ଚୟ ନବୀନଙ୍କୁ ଫିଟ୍‌ ରଖିବ । ଭିଡିଓ ଦେଖିଲେ ଲାଗୁଛି ଯେ, ଦିନେ ଅଧେ ନୁହେଁ,  ନବୀନ ବରାବର ବ୍ୟାୟାମ କରୁଛନ୍ତି ।

    

   Related Posts