କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ

Published By : Prameya-News7 Bureau | July 20, 2018 IST

ଭୁବନେଶ୍ବର-ବ୍ୟାଙ୍କକ ଏବଂ ଭୁବନେଶ୍ବର-ବାଙ୍ଗାଲୁରୁ ବିମାନସେବା ବ୍ୟାହାତ ହେବା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ଶିଲ୍ପ, ବାଣିଜ୍ୟ ଏବଂ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ସୁରେଶ ପ୍ରବାକର ପ୍ରୂଙ୍କୁ ଚିଠି ଲେଖି ଉଦ୍ବେଗ ପ୍ରକାଶ କରିଛନ୍ତି । ଯଥାଶୀଘ୍ର ଏହି ସେବା ଆରମ୍ଭ କରିବା ପାଇଁ ଏୟାର ଇଣ୍ଡିଆକୁ ନିର୍ଦେଶ ଦେବା ପାଇଁ ସେ ଅନୁରୋଧ କରିଛନ୍ତି । ଏଥି ସହ କ୍ଷକ୍ଷିଣ ପୂର୍ବ ଏସୀୟ ଦେଶ ଗୁଡିକୁ ଭୁବନେଶ୍ବରରୁ ବିମାନ ସେବା ଆରମ୍ଭ ପାଇଁ କହିଛନ୍ତି । ଚିଠିରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ୨୦୧୦ ମସିହାରୁ ଯଦିଓ ଭୁବନେଶ୍ବର ବିଜୁପଟ୍ଟନାୟକ ବିମାନବନ୍ଦରକୁ ଆନ୍ତର୍ଜାତିକ ବିମାନ ବନ୍ଦରର ମାନ୍ୟତା ମିଳିଥିଲା କିନ୍ତୁ ବିମାନସେବା ଆରମ୍ଭ ହେଲା ୨୦୧୭ରେ । ୨୦୧୭ ଡିସେମ୍ବର ୧୭ ତାରିଖରେ ବ୍ୟାଙ୍କକକୁ ପ୍ରଥମ ବିମାନ ସେବା ାରମ୍ଭ ହୋଇଥିଲା । ତାକୁ ଏବେ ବାତିଲ କରିବା ନିଶ୍ଚୟ ଉଦ୍ବେଗର ବିଷୟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.