ଆଜି ପଶ୍ଚିମ ଓଡିଶା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Published By : Prameya-News7 Bureau | July 24, 2018 IST

ଆଜି ପଶ୍ଚିମ ଓଡିଶା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | ଏହି ଅବସରରେ ସବୁଜ ମହାନଦୀ ଅଭିଯାନର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ | ମହାନଦୀ ଓ ଏହାର ଉପନଦୀ ତେଲ ଓ ଇବର ଉପକୂଳ ଅଂଚଳର ଉଭୟ ପାର୍ଶ୍ୱରେ ସବୁଜ ବଳୟ ସୃଷ୍ଟି କରିବା ଏହି ଅଭିଯାନର ଉଦ୍ଦେଶ୍ୟ | ରାଜ୍ୟର ସମସ୍ତ ପ୍ରମୁଖ ନଦୀ ଓ ଉପନଦୀର ଉଭୟ ପାର୍ଶ୍ୱରେ ଆସନ୍ତା ବର୍ଷ ଠାରୁ ପର୍ଯ୍ୟାୟକ୍ରମେ ବନୀକରଣ ହେବ | ୫ବର୍ଷରେ ସବୁ ପ୍ରମୁଖ ନଦୀର ଦୁଇ କଡରେ ୫୦୦୦ କି:ମି ପଥ ପାର୍ଶ୍ୱରେ ୫କୋଟି ରୁ ଅଧିକ ଚାରା ରୋପଣ କରାଯିବ | ଆଜି ସୁବର୍ଣ୍ଣପୁରଠାରେ ଆୟୋଜିତ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ଯୋଗଦେବେ ମୁଖ୍ୟମନ୍ତ୍ରୀ | ଏହା ସହ ପଶ୍ଚିମ ଓଡିଶାର ବନ୍ୟା ସ୍ଥିତି ଓ ଏହାର ନିରାକରଣ ବୈଠକରେ ଯୋଗ ଦେବେ | ବୌଦ୍ଧ ଓ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତ କରି ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଉଦଘାଟନ ଓ ଭିତ୍ତି ପ୍ରସ୍ତର ସ୍ଥାପନ କରିବେ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.