ଆରମ୍ଭ ହୋଇଛି ମୁଖ୍ୟମନ୍ତ୍ରୀଙ୍କ 'ଆମ ଗାଁ ଆମ ବିକାଶ' କାର୍ଯ୍ୟକ୍ରମ

Published By : Prameya-News7 Bureau | September 01, 2018 IST

ଭୁବନେଶ୍ୱର ୧/୯ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ଆରମ୍ଭ ହୋଇଛ | ୭ଟି ଜିଲ୍ଲା ଯଥା କୋରାପୁଟ, ମୟୁରଭଞ୍ଜ, ବରଗଡ଼, ସମ୍ବଲପୁର, କନ୍ଧମାଳ, କେନ୍ଦ୍ରାପଡା, ଗଜପତି ଜିଲ୍ଲାବାସୀଙ୍କ ସହ କଥା ହେଉଛନ୍ତି ମୁଖ୍ୟମନ୍ତ୍ରୀ | ସଚିବାଳୟରୁ ଭିଡିଓ କନଫରେନସିଂ ଜରିଆରେ ସିଧାସଳଖ ଲୋକଙ୍କ ସହ କଥା ହେଉଛନ୍ତି ମୁଖ୍ୟମନ୍ତ୍ରୀ | ମୁଖ୍ୟମନ୍ତ୍ରୀ ବିଭିନ୍ନ ଜିଲ୍ଲାର , ବିଭିନ୍ନ ବ୍ଲକର, ବିଭିନ୍ନ ଗ୍ରାମ ପଂଚାୟତର ସରପଂଚ ଏବଂ ସାଧାରଣ ଲୋକଙ୍କ ସହ ସିଧାସଳଖ କଥା ହେଉଛନ୍ତି | ଆଗାମୀ ଯୋଜନା ଗୁଡିକ ବିଷୟରେ ମୁଖ୍ୟମନ୍ତ୍ରୀ ଲୋକଙ୍କୁ ସୂଚନା ଦେଇଥାନ୍ତି | କିଭଳି ଭାବେ ସେ ଅଂଚଳର ଉନ୍ନତି ହୋଇପାରିବ, ସମସ୍ୟା ଗୁଡିକ କିପରି ଦୂର କରାଯାଇପାରିବ, ସେନେଇ ଲୋକଙ୍କ ସହିତ ଆଲୋଚନା କରିଥାନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.