Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୪ କ୍ବିଣ୍ଟାଲ ୬୦ କେଜି ଚନ୍ଦନ କାଠ ଜବତ: ଆନୁମାନିକ ମୂଲ୍ୟ ୭୦ ଲକ୍ଷ ଟଙ୍କାରୁ ଅଧିକ
  • ||
  • ଜଳେଶ୍ବର: ବିଶାଖା ଏଗ୍ରୋ ସୋରୁମ୍ ଆଗରେ ଚାଷୀମାନଙ୍କ ପକ୍ଷରୁ ଆମରଣ ଅନଶନ
  • ||
  • ଅପରାହ୍ନରେ ସ୍ଥଳଭାଗ ଛୁଇଁବ ‘ବୁରେଭି’ : କେରଳ-ତାମିଲନାଡୁର କିଛି ଜିଲ୍ଲାରେ ଛୁଟି ଘୋଷଣା, ବିମାନବନ୍ଦର ବନ୍ଦ
  • ||
  • ଜଗତପୁର : ଧାନ କଟାଳୀଙ୍କୁ ଶୁଣ୍ଢରେ କଚାଡି ମାରିଲା ହାତୀ
  • ||
  • ବାଲେଶ୍ବର ଓ ମୟୁରଭଞ୍ଜରେ ମୃଦୁ ଭୂକମ୍ପ ଝଟ୍‌କା ଅନୁଭୂତ
  • ||
  • ଆଜି ପ୍ରଥମ ଟି୨୦ : ଅଷ୍ଟ୍ରେଲିଆକୁ କଡା ଟକ୍କର ଦେବ ଭାରତ, ଓ୍ୱାର୍ଣ୍ଣରଙ୍କ ଅନୁପସ୍ଥିତିର ଫାଇଦା ନେବ ବିରାଟ ବାହିନୀ
  • ||
  • ଜି.ଉଦୟଗିରି : ନାବାଳିକା ଝିଅକୁ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତକୁ ଗିରଫ କଲା ପୋଲିସ
  • ||
  • ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର: ପ୍ରାଥମିକ ତଦନ୍ତରୁ ହତ୍ୟା ସନ୍ଦେହ
  • ||
  • ପୋଲିସ୍‌ ଏବଂ ଜୁଆ ଆଡ୍ଡା ମାଲିକଙ୍କ କଥାବାର୍ତ୍ତାର ଅଡିଓ କଲ ଭାଇରାଲ
  • ||
  • ହାଇଦ୍ରାବାଦ ମ୍ୟୁନିସିପାଲ କର୍ପୋରେସନ ନିର୍ବାଚନ : ଏବେସୁଦ୍ଧା ଆଗରେ ବିଜେପି, ପଛରେ ଟିଆରଏସ ଓ ଏଆଇଏମଆଇଏମ
  • ||

ତାଳଚେର ସାର କାରଖାନାରୁ ଓଡିଶାଚାଷୀଙ୍କୁ ୫୦ ପ୍ରତିଶତ ସୁବିଧା ମିଳୁ : ମୁଖ୍ୟମନ୍ତ୍ରୀ

22/09/2018 at 11:21 AM

ତାଳଚେର ୨୨/୯ : ତାଳଚେର ଠାରେ କୋଇଲା ଭିତ୍ତିକ ସାର କାରଖାନାର ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି | ଶିଳାନ୍ୟାସ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, ଏହି ସାର କାରଖାନା ପାଇଁ ଓଡିଶା ଦୀର୍ଘ ଦିନ ଧରି ଦାବି କରି ଆସୁଥିଲା | ତେବେ ସାର କାରଖାନାରୁ ଉତ୍ପାଦିତ ସାରର ୫୦ ପ୍ରତିଶତ ଲାଭ ଯେପରି ଓଡ଼ିଆର ଚାଷୀମାନେ ପାଆନ୍ତି ସେଥିପ୍ରତି ଦୃଷ୍ଟି ଦେବା ଲାଗି ସେ ପ୍ରଧାନମନ୍ତ୍ରୀଙ୍କ ନିକଟରେ ଦାବି କରିଥିଲେ | ଓଡିଶା ଏକ କୃଷି ପ୍ରଧାନ ରାଜ୍ୟ ଏବଂ ମୁଖ୍ୟତଃ ଧାନ ଉତ୍ପାଦନ ଭିତ୍ତିକ କୃଷି ଓଡିଶାରେ ହେଉଥିବାରୁ ୟୁରିଆ କାରଖାନା ବେଶ ଲାଭ ଦାୟକ ହେବା ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି | ଓଡିଶାର ଚାଷୀମାନେ ବର୍ତ୍ତମାନ ହେକ୍ଟର ପିଛା ୬୮ କେଜି ସାର ବ୍ୟବହାର କରୁଛନ୍ତି | ଏହା ଜାତୀୟ ହାରର ପାଖାପାଖି ରହିଛି | ତେବେ ସମଗ୍ର ପୂର୍ବ ଭାରତରେ ୟୁରିଆ ଉତ୍ପାଦନ ପାଇଁ ବୃହତ କାରଖାନା ନଥିବାରୁ ଆନ୍ଧ୍ର, ଉତ୍ତର ପ୍ରଦେଶ ଓ ମହାରାଷ୍ଟ୍ର ଉପରେ ଓଡିଶା ନିର୍ଭରଶୀଳ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ | ଗତ ଦୁଇ ଦଶନ୍ଧି ଧରି ତାଙ୍କ ସରକାର ଶିଳ୍ପ ଅଭିବୃଦ୍ଧି ଦିଗରେ କାମ କରି ଆସୁଛି ଏବଂ ଉଦ୍ୟୋଗୀମାନଙ୍କୁ ପ୍ରୋତ୍ସାହିତ କରିବ ପାଇଁ ବଦ୍ଧପରିକର ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ | ପ୍ରସ୍ତାବିତ ସାର କାରଖାନାରୁ ୧.୨୭ ମେଟ୍ରିକ ଟନ ବାର୍ଷିକ ସାର ଉତ୍ପାଦନ ହେବା ଏବଂ ଏହି ଉତ୍ପାଦନ ପରିବେଶ ଅନୁକୂଳ ଭିତ୍ତିରେ ହେଉଥିବାରୁ ମୁଖ୍ୟମନ୍ତ୍ରୀ ସନ୍ତୋଷ ପ୍ରକାଶ କରିଥିଲେ | ଏଥିପାଇଁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଦେବା ସହ ଯଥା ଶୀଘ୍ର କାରଖାନାରେ ଉତ୍ପାଦନ ଆରମ୍ଭ ପାଇଁ ଆଶା ପ୍ରକାଶ କରିଥିଲା | ଶେଷରେ ପ୍ରବଳ ବର୍ଷା ସତ୍ୱେ ଉତ୍ସବରେ ବହୁ ଜନ ସମାଗମ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଅର୍ପଣ କରିଥିଲେ |

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶିଳାନ୍ୟାସ ଉତ୍ସବରେ ଓଡ଼ିଆ ଏବଂ ଇଂରାଜୀ ମିଶାମିଶି ଭାଷଣ ଦେଇଥିଲେ | ତାଳଚେର ସାର କାରଖାନାରୁ ଆମର ଚାଷୀ ଭାଇମାନେ ବିଶେଷ ସୁବିଧା ପାଇବା ଦରକାର ବୋଲି ଓଡ଼ିଆରେ କହିଥିଲେ |

   Related Posts