ori homes
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦିଲ୍ଲୀରେ ପୁଣି ଅଗ୍ନିକାଣ୍ଡ : ଥିନର ଫ୍ୟାକ୍ଟ୍ରିରେ ନିଆଁ, ଲିଭାଇବାକୁ ୧୭ ଦମକଳ ଗାଡି ନିୟୋଜିତ
  • ||
  • ଦେଶରେ ଖସୁଛି ସଂକ୍ରମଣ, ୨୪ ଘଣ୍ଟାରେ ବାହାରିଲେ ୨୩୬୪ କରୋନା ପଜିଟିଭ୍
  • ||
  • ମୋହନା : ରାସ୍ତାକଡ଼ରୁ ମିଳିଲା ଯୁବକଙ୍କ କ୍ଷତବିକ୍ଷତ ମୃତଦେହ, ହତ୍ୟା ପରେ ଫିଙ୍ଗାଯାଇଥିବା ଅଭିଯୋଗ
  • ||
  • ରାଜ୍ୟରେ ଖସୁଛି କରୋନା, ୨୪ ଘଣ୍ଟାରେ ବାହାରିଲେ ୧୨ ପଜିଟିଭ୍
  • ||
  • ଗ୍ରାହକଙ୍କୁ ବଡ ଝଟ୍‌କା : ବଢିଲା ଗ୍ୟାସ୍ ଦର, ଜାଣନ୍ତୁ କେତେ ହେଲା ଦାମ୍ ?
  • ||
  • ରାଜ୍ୟରେ ଦୁଇ ଦିନ ବର୍ଷା, ରବିବାରଠୁ ପୁଣି ବଢିବ ତାତି
  • ||
  • ଦିନରେ ମିଟିଂ, ରାତିରେ କ୍ୟାମ୍ପେନିଂ: ବ୍ରଜରାଜନଗର ଉପନିର୍ବାଚନ ପାଇଁ ସବୁ ଦଳର କସରତ
  • ||
  • ଜ୍ଞାନବାପୀ ମସଜିଦ ମାମଲା : ବାରଣାସୀ କୋର୍ଟରେ ଦାଖଲ ହେବ ସର୍ଭେ ରିପୋର୍ଟ
  • ||

ବାଲେଶ୍ୱର ଫକୀରମୋହନ ମେଡିକାଲ କଲେଜ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

3/09/2018 at 12:03 PM

ବାଲେଶ୍ବର ୩|୯: ଆଜି ବାଲେଶ୍ବରରେ ଫକୀର ମୋହନ ମେଡିକାଲ କଲେଜ ଓ ହସ୍ପିଟାଲ ଲୋକାର୍ପିତ ହୋଇଛି । ସେହିଭଳି ହସ୍ପିଟାଲ ପରିସର ରେ ସଂକ୍ରାନ୍ତି ପୁରୁଷ ବ୍ୟାସକବି ଫକୀର ମୋହନଙ୍କ ଏକ ଆବକ୍ଷ ପ୍ରତିମୂର୍ତ୍ତିକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନାବରଣ କରିଛନ୍ତି | ଲୋକାର୍ପଣ ଉତ୍ସବରେ କେନ୍ଦ୍ର ସ୍ବାସ୍ଥ୍ୟ ରାଷ୍ଟ୍ର ମନ୍ତ୍ରୀ ଅଶ୍ବିନୀ କୁମାର ଚୌବେ,ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ କୁମାର ଜେନା , ଉଚ୍ଚ ଶିକ୍ଷା ମନ୍ତ୍ରୀ ଅନନ୍ତ ଦାସ, ସାଂସଦ ରବୀନ୍ଦ୍ର ଜେନା, ସାଂସଦ ଅର୍ଜୁନ ସେଠୀ ଏବଂ ଜିଲ୍ଲାର ସମସ୍ତ ବିଧାୟକ ଯୋଗ ଦେଇଛନ୍ତି | ଲୋକାର୍ପଣ ଉତ୍ସବରେ ବାଲେଶ୍ୱର ଜିଲ୍ଲାପାଳ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ କଲେଜ ସମ୍ପର୍କରେ ଡିନ ଡ.ପ୍ରତାପ ରଥ ସୂଚନା ପ୍ରଦାନ କରିଥିଲେ । ଗତବର୍ଷ କୋରାପୁଟ ଏବଂ ମୟୁରଭଞ୍ଜରେ ମେଡିକାଲ୍ କଲେଜ୍ ଏବଂ ହସ୍ପିଟାଲ ପ୍ରତିଷ୍ଠା ହୋଇଥିଲା । ଚଳିତ ବର୍ଷ ଅଗଷ୍ଟ ୩୧ରେ ବଲାଙ୍ଗିରରେ ନୂଆ ମେଡିକାଲ କଲେଜ ଏବଂ ହସ୍ପିଟାଲ ପରେ ଆଜି ବାଲେଶ୍ୱର ଠାରେ ଚତୁର୍ଥ ନୂଆ ମେଡିକାଲ କଲେଜ ଏବଂ ହସ୍ପିଟାଲ ପ୍ରତିଷ୍ଠା କରାଯାଇଛି । ଫଳରେ ବାଲେଶ୍ବରବାସୀଙ୍କ ଗତ ୧୦ ବର୍ଷର ଦାବି ପୂରଣ ହୋଇଛି । ବାଲେଶ୍ବର ରେମୁଣା ଗୋଲାଇ ନିକଟରେ ରହିଛି ଏହି ମେଡିକାଲ କଲେଜ ଓ ହସ୍ପିଟାଲ । ମେଡିକାଲ କଲେଜ ପ୍ରଥମ ବର୍ଷରେ ୯୯ଜଣ ଛାତ୍ରଛାତ୍ରୀ ନାମ ଲେଖାଇଛନ୍ତି । ସେମାନଙ୍କ ମଧ୍ୟରେ ୫୬ଜଣ ଛାତ୍ର ଥିବା ବଳେ ୪୩ଜଣ ଛାତ୍ରୀ ଅଛନ୍ତି । ପ୍ରଥମ ବର୍ଷରେ ଆନାଟୋମି , ଫିଜିଓଲୋଜି, ବାଇଓ କେମିଷ୍ଟ୍ରି ଓ କମ୍ୟୁନିଟି ମେଡିସିନ ଆଦି ୪ଟି ବିଭାଗରେ ପାଠ ପଢ଼ାଯିବ । ଗତ ୪ ବର୍ଷ ତଳେ ଏହି ମେଡିକାଲ କଲେଜ ପାଇଁ ମୁଖ୍ୟମନ୍ତ୍ରୀ ଶୁଭ ପ୍ରଦାନ କରିଥିଲେ | ୨୦୫ କୋଟି ଟଙ୍କା ବ୍ୟୟରେ ଏହି ମେଡିକାଲ କଲେଜ ପ୍ରତିଷ୍ଠା କରାଯାଇଛି | ଆଜି ଲୋକାର୍ପଣ ଉତ୍ସବରେ ନାମ ଲେଖାଇଥିବା ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ଅଛନ୍ତି | ବାଲେଶ୍ୱର ମେଡିକାଲ କଲେଜ ପାଇଁ ୧୨୪ ଜଣ ଅଧ୍ୟାପକ ଓ କର୍ମଚାରୀ ନିଯୁକ୍ତ ହୋଇସାରିଛନ୍ତି |

   Related Posts