Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ମେଳା ବୁଲିଲେ ମୁଖ୍ୟମନ୍ତ୍ରୀ – ମେଳାରୁ କିଣିଲେ ଏହି ଜିନିଷ

11/12/2019 at 10:16 PM

ଭୁବନେଶ୍ୱର ୧୧।୧୨ – ଭୁବନେଶ୍ବରର ଇଡକୋ ପ୍ରଦର୍ଶନୀ ପଡ଼ିଆରେ ଚାଲିଥିବା ମିଶନ ଶକ୍ତି ମେଳା ବୁଲିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । 

ମିଶନ ଶକ୍ତି ନିର୍ଦ୍ଦେଶାଳୟ ପକ୍ଷରୁ ଏହି ମେଳାର ଆୟୋଜନ କରାଯାଇଛି। ମହିଳା ସଶକ୍ତି କରଣ ଓ ମହିଳାଙ୍କୁ ଆତ୍ମନିର୍ଭରଶୀଳ କରିବା ଦିଗରେ ମିଶନ ଶକ୍ତିର ଭୂମିକାକୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଛନ୍ତି। 

 ମେଳାରେ ୨୦୦ ଷ୍ଟଲ ଲାଗିଛି।  ଆଉ ମୁଖ୍ୟମନ୍ତ୍ରୀ ଷ୍ଟଲରୁ ଷ୍ଟଲ ବୁଲି ବିଭିନ୍ନ ସାମଗ୍ରୀ ଦେଖିଥିଲେ। ବିଭିନ୍ନ ମହିଳା ସ୍ବୟଂସହାୟକ ଗୋଷ୍ଠୀରେ ବିକ୍ରି ହେଉଥିବା ସାମଗ୍ରୀ ଦେଖିଥିଲେ ମୁଖ୍ୟମନ୍ତ୍ରୀ। ଆଉ ଦୃଷ୍ଟି ଆକର୍ଷଣ କରିଥିଲା ମୁଖ୍ୟମନ୍ତ୍ରୀ ସେଠାରୁ ଏକ ବିଭିନ୍ନ ସାମଗ୍ରୀ କିଣି ଥିବା ବେଳେ ଏଥିପାଇଁ ଟଙ୍କା ମଧ୍ୟ ଦେଇଥିଲେ। 

ଏଥିରେ ଏକ ଝୋଟ ବ୍ୟାଗ, ପେପର ଜ୍ବେଲାରୀ ବାକ୍ସ କିଣିଥିଲେ ମୁଖ୍ୟମନ୍ତ୍ରୀ।  ଏଥିପାଇଁ ଅଢ଼େଇ ଶହ ଲେଖାଏଁ ଟଙ୍କା ମଧ୍ୟ ଦେଇଥିଲେ ।

   Related Posts