ପ୍ରମୋଦଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଭବ୍ୟ ସମ୍ୱର୍ଦ୍ଧନା, ଦେଲେ ୬ କୋଟି ଟଙ୍କାର ଚେକ୍‌, ଭଗତ କହିଲେ 'ଡେପୁଟୀ କଲେକ୍ଟର ହେବା ମୋ ଇଚ୍ଛା'

Published By : Prameya-News7 Bureau | September 10, 2021 IST

ଭୁବନେଶ୍ୱର, ୧୦/୦୯:  ଟୋକିଓ ପାରାଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ଜିଣି ଇତିହାସ ରଚିଥିବା ପ୍ରମୋଦ ଭଗବତଙ୍କୁ ଓଡିଶାରେ ସ୍ବାଗତ ସମ୍ବର୍ଦ୍ଧନା ଦିଆଯଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରମୋଦ ଭଗତଙ୍କୁ ଏକ ସ୍ବତନ୍ତ୍ର ଉତ୍ସବରେ ସମ୍ବର୍ଦ୍ଧିନା ଦେବା ସହ ୬ କୋଟି ଟଙ୍କା ପ୍ରଦାନ କରିଛନ୍ତି ।

ପ୍ରମୋଦ ଆଜି ଭୁବନେଶ୍ବର ବିମାନ ବନ୍ଦରରେ ପହଁଚିବା ପରେ ତାଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏକ ସ୍ବତନ୍ତ୍ର ଗାଡିରେ ପ୍ରମୋଦଙ୍କୁ ସହର ପରିକ୍ରମା କରାଯାଇଥିଲା ।  ଅତାବିରା ବିଧାୟକ ସ୍ନେହାଙ୍ଗିନୀ ଛୁରିଆଙ୍କ ସମେତ ବହୁ ଜଣାଶୁଣା ବ୍ୟକ୍ତି ଓ ପ୍ରସଂଶକ ବିମାନ ବନ୍ଦରରେ ଭଗତଙ୍କୁ ସ୍ବାଗତ ଜଣାଇଥିଲେ । ନିଜ ମାଟିରେ ଏଭଳି ସମ୍ବର୍ଦ୍ଧନାରେ ସେ ଖୁସିରେ ଆତ୍ମହରା ହେଇଥିବା କହିବା ସହିତ ନିଜ ଗେ।ଲଡ ମେଡାଲକୁ ଓଡିଶା ବାସୀଙ୍କ ଉେଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି ବୋଲି କହିଥିଲେ ।

ସଂଧ୍ୟାରେ ପ୍ରମୋଦଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବର୍ଦ୍ଧିତ କରିଥିଲେ । କଳିଙ୍ଗ ଷ୍ଟାଡିୟମରେ ଏଥିପାଇଁ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏଥିରେ କ୍ରିଡ଼ାମନ୍ତ୍ରୀ, କ୍ରିଡ଼ା ସଚିବ ଏବଂ ଫାଇଭ ଟି ସଚିବ ଭିକେ ପାଣ୍ଡିଆନ ଯୋଗ ଦେଇଥିଲେ । ଏହି ଅବସରରେ ପ୍ରମୋଦଙ୍କୁ ୬ କୋଟି ଟଙ୍କାର ଚେକ୍‌ ପ୍ରଦାନ କରିଥିଲେ ମୁଖ୍ୟମନ୍ତ୍ରୀ। ରାଜ୍ୟରେ ଅଧିକରୁ ଅଧିକ ସଂଖ୍ୟକ ଖେଳାଳି ଦେଶ ଓ ଅନ୍ତର୍ଜାତୀୟ ସ୍ତରରେ ନାଁ କରନ୍ତୁ ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଥିଲେ।

ଫିଟ୍‌ ଥିବା ଯାଏଁ ମୁଁ  ଓଡିଶା ପାଇଁ ଖେଳିବି ଆଉ ଦେଶ ପାଇଁ ଗର୍ବ ଓ ଗୌରବ ଆଣିବି ବୋଲି ପ୍ରମୋଦ ଭଗତ ତାଙ୍କର ପ୍ରଶଂସକମାନଙ୍କୁ ଆଶ୍ବାସନା ଦେଇଛନ୍ତି। ଏଥିସହିତ ତାଙ୍କୁ ଦିଆଯିବାକୁ ଥିବା ଚାକିରୀକୁ ନେଇ ସେ କହିଛନ୍ତି ଯେ, ତାଙ୍କର ପୂର୍ବରୁ ଡେପୁଟୀ କଲେକ୍ଟର ହେବାକୁ ଇଛା ରହିଛି । ଯଦି ବି ସରକାର ତାଙ୍କୁ କ୍ରୀଡ଼ା ବିଭାଗରେ ନିଯୁକ୍ତି ଦିଅନ୍ତି ତେବେ ବି ସେ ଖୁସି ହେବେ ବୋଲି ପ୍ରତିକ୍ରିୟା ଦେଇ କହିଛନ୍ତି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.