ଦିନିକିଆ ବଣେଇ ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Published By : Prameya-News7 Bureau | July 25, 2018 IST

ବଣେଇରେ ପହଂଚିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | କିଛି ସମୟ ପରେ ରୁକୁଡ଼ା ମାଧ୍ୟମ ଜଳସେଚନ ପ୍ରକଳ୍ପ ଉଦ୍ଘାଟନ କରିବେ | ଏହା ସହ ୩୧ଟି ପ୍ରକଳ୍ପର ଉଦ୍ଘାଟନ ଓ ଭିତ୍ତି ପ୍ରସ୍ତର କାର୍ଯ୍ୟକ୍ରମ ରହିଛି | ସୁନ୍ଦରଗଡ଼ ଜିଲ୍ଲାର ଗୁରୁଣ୍ଡିଆ ଓ ବଣେଇ ଅଂଚଳ ଚାଷୀଙ୍କୁ ଜଳ ସେଚନ ସୁବିଧା ଯୋଗେଇ ଦେବା ପାଇଁ ପ୍ରାୟ ୨୯୭ କୋଟି ଟଙ୍କା ବ୍ୟୟରେ ରୁକୁଡ଼ା ନଦୀ ଉପରେ ତିଆରି ହୋଇଛି ଏହି ପ୍ରକଳ୍ପ | ରୁକୁଡ଼ା ଓ ବଣେଇ ଅଂଚଳର ୫୭୫୦ ହେକ୍ଟର ଜମି ଏହି ପ୍ରକଳ୍ପ ଦ୍ୱାରା ଜଳସେଚିତ ହେବ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.