Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

‘ଫନି’ ପ୍ରଭାବିତଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ୟାକେଜ୍, ବଣ୍ଟନ କରାଯିବ ୧ ଲକ୍ଷ ପରିବା ମିନିକିଟ୍, ମୃତ ଗୃହପାଳିତ ପଶୁଙ୍କ ପାଇଁ ମିଳିବ କ୍ଷତିପୂରଣ

11/05/2019 at 8:14 PM

ଭୁବନେଶ୍ବର ୧୧।୫ :  ବାତ୍ୟା ‘ଫନି’ ପ୍ରଭାବିତଙ୍କ ଲାଗି ଶନିବାର ପ୍ୟାକେଜ୍ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ପ୍ରଭାବିତ ଅଞ୍ଚଳରେ ଏବେ ପୁନନିର୍ମାଣ ଓ ପୁନର୍ବାସ କାର୍ଯ୍ୟ ଚାଲିଥିବା ବେଳେ ପ୍ରତ୍ୟେକ ବର୍ଗର ପ୍ରଭାବିତଙ୍କ ଲାଗି ମୁଖ୍ୟମନ୍ତ୍ରୀ ପ୍ୟାକେଜରେ ସହାୟତା ଘୋଷଣା କରିଛନ୍ତି । ତେବେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କ ନିମନ୍ତେ ମୁଖ୍ୟମନ୍ତ୍ରୀ ପ୍ୟାକେଜରେ ବିଶେଷ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ପ୍ୟାକେଜରେ ପ୍ରତି ହେକ୍ଟର କୃଷି ଇନ-ପୁଟ ସବସିଡି ୬ହଜାର ୮ଶହ ଟଙ୍କା ପ୍ରଦାନ କରାଯିବ ବୋଲି କହିଛନ୍ତି । ତେବେ ଅଣ ଜଳସେଚିତ ଅଞ୍ଚଳ ପାଇଁ ଏହି ସବସିଡି ପରିମାଣ ୧୩ ହଜାର ୫ଶହ ଟଙ୍କା ଘୋଷିତ ହୋଇଛି। 

ଫନି ପ୍ରଭାବିତ ଜିଲ୍ଲାରେ କ୍ଷତିଗ୍ରସ୍ତ ଚାଷୀଙ୍କ ସହାୟତା ନିମନ୍ତେ ୧ଲକ୍ଷ ପରିବା ମିନିକିଟ୍ ବଣ୍ଟନ ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ସେହିପରି କ୍ଷତିଗ୍ରସ୍ତ ପାନ ଚାଷୀଙ୍କ ନିମେନ୍ତ ୧୫ ହଜାର ଟଙ୍କା ସହାୟତା ପ୍ରଦାନ ନିମନ୍ତେ ପ୍ୟାକେଜରେ ବ୍ୟବସ୍ଥା ରହିଛି।  ଏହା ଛଡା କଦଳୀ ଚାଷୀଙ୍କ ନିମନ୍ତେ ପ୍ୟାକେଜରେ ୨୫ ହଜାରଟଙ୍କାର ଇନସେଣ୍ଟିଭ ପ୍ରଦାନର ବ୍ୟବସ୍ଥା ହୋଇଛି।  ଏହା ଛଡା ଛତୁ ଚାଷୀଙ୍କ ସେଡ୍ ଓ ଅନ୍ୟାନ୍ୟ ଉନ୍ନତିକରଣ ନିମନ୍ତେ ପ୍ରତି ୟୁନିଟ ୪୦ ହଜାର ଟଙ୍କା ପ୍ରଦାନ କରାଯିବ। 

ବାତ୍ୟାରେ ଗୃହପାଳିତ ପଶୁ ପକ୍ଷୀଙ୍କ କ୍ଷତିଭରଣା ନିମନ୍ତେ ଦୁଗ୍ଧ ଚାଷୀଙ୍କୁ ପ୍ରତି ମୃତ ଗାଈଙ୍କ ଲାଗି ୩୦ ହଜାର, ମଇଁଷିଙ୍କ ଲାଗି ୨୫ ହଜାର ଓ ଛେଳିମେଣ୍ଢାଙ୍କ ଲାଗି ୩ ହଜାର ଟଙ୍କା ଲେଖାଏଁ କ୍ଷତିପୂରଣ ଘୋଷଣା କରାଯାଇଛି। କ୍ଷତିଗ୍ରସ୍ତ ଗୁଗ୍ଧଚାଷୀ ଓ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କ ଗାଈ ଓ ଛେଳି ଗୁହାଳ ନିର୍ମାଣ ଲାଗି ୫୦ ହଜାର ଟଙ୍କାର ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ସେହିପରି ବାତ୍ୟାରେ ପ୍ରଭାବିତ ହୋଇଥିବା ମତ୍ସ୍ୟଜୀବିଙ୍କ ଡଙ୍ଗା ଓ ଜାଲ ପାଇଁ ପ୍ୟାକେଜରେ ସ୍ବତନ୍ତ୍ର ବ୍ୟବସ୍ଥା ଥିବା ବେଳେ ଡଙ୍ଗାର ୫୦ ପ୍ରତିଶତ ପର୍ଯ୍ୟନ୍ତ ସହାୟତା ସହ ଜାଲ ପାଇଁ ୨୦ ହଜାର ଟଙ୍କା ପ୍ରଦାନ କରାଯିବ ।

   Related Posts