୫ ଛାତ୍ରଛାତ୍ରୀ ମୃତ୍ୟୁ କରିଥିବା ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Published By : Prameya-News7 Bureau | July 20, 2018 IST

ଗତକାଲି ଭଦ୍ରକରେ ଘଟିଥିବା ଦୁର୍ଘଟଣାରେ ୫ ଛାତ୍ରଛାତ୍ରୀ ମୃତ୍ୟୁ କରିଥିବା ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି | ପ୍ରତି ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ମୂଳକ ସହାୟତା ଘୋଷଣା କରିଛନ୍ତି | ଆହତଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ସରକାର ବହନ କରିବେ ବୋଲି କହିଛନ୍ତି | ତେବେ ସରକାରଙ୍କ ସହାୟତାରେ ସନ୍ତୁଷ୍ଟ ନହୋଇ ଉତ୍ୟକ୍ତ ଲୋକେ ଦୀର୍ଘ ୫ଘଣ୍ଟାରୁ ଅଧିକ ସମୟ ରାସ୍ତାରୋକ ଜାରି ରଖିଥିଲେ | ପ୍ରତି ମୃତକଙ୍କ ପରିବାର ପାଇଁ ୪ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ପାଇଁ ଜିଲ୍ଲାପାଳ ଘୋଷଣା କଲେ ମଧ୍ୟ ଲିଖିତ ପ୍ରତିଶୃତି ଦାବି କରିଥିଲେ ଲୋକେ | ତେବେ ଲିଖିତ ପ୍ରତିଶୁତି ଦେବା ପାଇଁ ଜିଲ୍ଲାପାଳ ମନାକରିବା ପରେ ପରିସ୍ଥିତି ଅଣାୟତ୍ତ ହୋଇଯାଇଥିଲା | ବାଧ୍ୟ ହୋଇ ପୋଲିସ ଲାଠି ଚାଳନା କରିବ ସହ ଟିୟର ଗ୍ୟାସ ପ୍ରୟୋଗ କରିଥିଲା | ରାସ୍ତାରୋକ ହଟିବା ପରେ ପୋଲିସ ମୃତଦେହଗୁଡିକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲା |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.