ସ୍ବରେଜ ମ୍ୟାନ୍‌ହୋଲ୍‌ରେ ଫସି ୨ ଶ୍ରମିକଙ୍କ ମୃତ୍ୟୁ ଘଟଣା : ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କାର ସହାୟତା ଘୋଷଣା, JE ସସ୍‌ପେଣ୍ଡ୍‌

Published By : Prameya-News7 Bureau | April 16, 2021 IST

କଟକ ୧୬/୦୪ : କଟକ ସିଡିଏ ସେକ୍ଟର ୧୦ରେ ଗୁରୁବାର ସ୍ବରେଜ ମ୍ୟାନ୍ ହୋଲରେ ଫସି ଶ୍ବାସରୁଦ୍ଧ ହେବା ଯୋଗୁଁ ୨ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିଲା । ତେବେ ଶୁକ୍ରବାର ମୃତକଙ୍କ ପରିବାରକୁ ଅନୁକମ୍ପା ରାଶି ଘୋଷଣା କରାଯାଇଛି । ମୃତକଙ୍କ ପରିବାରଲୋକଙ୍କୁ ୧୦ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି ମୁଖ୍ୟନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ସହିତ କାର୍ଯ୍ୟରେ ଅବହେଳା ଯୋଗୁଁ JE ପ୍ରଦ୍ୟୋତ କୁମାର ସାହୁଙ୍କୁ ନିଲମ୍ବିତ କରିଛନ୍ତି ମୁଖ୍ୟନ୍ତ୍ରୀ ନବୀନ ପଟ୍ଟନାୟକ । ୨ ଶ୍ରମିକଙ୍କ ମତ୍ୟୁ ଘଟଣାର ତଦନ୍ତ ରିପୋର୍ଟ ଆସିବା ପରେ ସଂପୃକ୍ତ JEଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।

ସୂଚନାଯୋଗ୍ୟ, ମ୍ୟାନ୍ ହୋଲରେ କାମ କରୁଥିବା ବେଳେ ଶ୍ବାସରୁଦ୍ଧ ହୋଇ ୨ ଜଣଙ୍କ ଶ୍ରମିକଙ୍କର ମୃତ୍ୟୁ ଘଟିଥିଲା । ଅନ୍ୟଜଣେ ଗୁରୁତର ହୋଇଥିଲେ । ମୃତକ ୨ ଶ୍ରମିକ କଟକ ତିନିକଣିଆ ବଗିଚା ଅଞ୍ଚଳର ପି.ଶଙ୍କର ଓ ବଡମ୍ବା ଅଞ୍ଚଳର ବିଷ୍ଣୁ ନାୟକ ବୋଲି ଜଣାପଡିଛି । ଆହତ ଜଣଙ୍କ ହେଲେ ଡି ଶିବା ବୋଲି ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.