ଏନଆରସି ନେଇ ନିଜ ଷ୍ଟାଣ୍ଡ ସ୍ପଷ୍ଟ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Published By : Prameya-News7 Bureau | December 18, 2019 IST

ଭୁବନେଶ୍ବର ୧୮/୧୨: ଦେଶବ୍ୟାପୀ ଏନଏଏ ଓ ଏନଆରକୁ ନେଇ ଚାଲିଛି ବିବାଦ।ତେବେ ପାର୍ଲାମେଣ୍ଟରେ ସିଏଏକୁ ସମର୍ଥନ କରିଥିବା ବିଜେଡି ଏନଆରସି ବିଲ୍‌କୁ ବିରୋଧ କରିବ ବୋଲ ସ୍ପଷ୍ଟ କରିଛି। ଆଜି ଏହା ସ୍ପଷ୍ଟ କରିଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।    ଚଳିତ ସରକାରରେ କେନ୍ଦ୍ରସରାକରଙ୍କ ଆଣୁଥିବା ବିଲଗୁଡ଼ିକୁ ବିଜେଡି ସମର୍ଥନ କରିଆସିଛି, ତେବେ ଏନଆରସିକୁ ନବୀନ କାହିଁକି ନା କହିଲେ ତାକୁ ନେଇ ରାଜ୍ୟ ରାଜନୀତିରେ ଜର ଧରିଛି ବୟାନବାଜି। ବିଜେପି ଖପ୍ପା ଆଉ କଂଗ୍ରେସ କହିଛି ବିଜେଡିର ସମର୍ଥନ କରିବା ନ କରିବା ପଛରେ ରହିଛି ଉଦ୍ଦେଶ୍ୟ।

{"id":199412,"sizeSlug":"large"}

କଭି ହାଁ କଭି ନାଁ । ସିଏଏ କୁ ହଁ କିନ୍ତୁ ଏନଆରସିକୁ ନା । ଗତ କାଲି ସଂଖ୍ୟାଲଘୁ ସମ୍ପ୍ରଦାୟର ଆାନ୍ଦାଳନ ପରେ ଆଜି ଏନଆରସି ନେଇ ନିଜ ଷ୍ଟାଣ୍ଡ ସ୍ପଷ୍ଟ କରିଛନ୍ତି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।ନାଗରିକତା ସଂଶୋଧନ ଆଇନକୁ ପାର୍ଲାମେଣ୍ଟରେ ବିଜେଡି ସମର୍ଥନ କରିଥିଲା। ଯାହାକୁ ନେଇ ଦେଶର ବିଭିନ୍ନ ଭାଗରେ ଆନ୍ଦୋଳନ ଦେଖାଦେଇଛି । ଲୋକେ ସିଏଏକୁ ଏନଆରସି ସହିତ ଯୋଡ଼ି ଦେଖୁଛନ୍ତି। ତେଣୁ ଏହି ସମୟରେ ହିଁ ନବୀନ ସ୍ପଷ୍ଟବାଣୀ ଶୁଣାଇଛନ୍ତି ଜାତୀୟ ନାଗରିକତା ପଂଜୀକରଣ ବାଏଆରସିକୁ ବିଜେଡି ସମର୍ଥନ କରିବ ନାହିଁ । ସେ କହିଛନ୍ତି ସିଏଏ ଦ୍ବାରା ଭାରତର ନାଗରିକଙ୍କ କିଛି ଅସୁବିଧା ହେବାର ନାହିଁ, ବରଂ ବିଦେଶୀମାନଙ୍କ ଯାହା ଅସୁବିଧା ହେବ। ଏନଆରସିକୁ କିନ୍ତୁ ତାଙ୍କ ଦଳ ପାର୍ଲାମେଣ୍ଟରେ ସମର୍ଥନ କରିବ ନାହିଁ।

{"id":199413,"sizeSlug":"large"}

ସିଏଏ ଏବଂ ଏନଆରସିକୁ ମୁଖ୍ୟମନ୍ତ୍ରୀ ଷ୍ଟାଣ୍ଡ ସ୍ପଷ୍ଟ କରିବା ପରେ ବିରୋଧୀ ପ୍ରତିକ୍ରିୟାଶୀଳ ହୋଇଛନ୍ତି। କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ମୁଖ୍ୟମନ୍ତ୍ରୀଙ୍କ ଏଭଳି ବକ୍ତବ୍ୟରେ  ସହମତ ହୋଇପାରି ନାହାନ୍ତି। ଦେଶ ଓ ରାଜ୍ୟ ବାସୀଙ୍କ ସ୍ବାର୍ଥ ପରିବର୍ତେ  ଉଦ୍ଦେଶ୍ୟ ରଖି ବିଜେଡି କେନ୍ଦ୍ର ର ବିଲ୍‌କୁ ସମର୍ଥନ କରୁଛି ବୋଲି ନରସିଂହ କରିଛନ୍ତି । ସେପଟେ ବି​‌ଜେପି ବିଜେଡିକୁ ପ୍ରଶ୍ନ କରିଛି। ଏନଆରସି ବିଲ୍‌ ପାର୍ଲାମେଣ୍ଟରେ ଆସିନାହିଁ ଏତେ ପୂର୍ବରୁ କାହିଁକି ବିଜେଡି ଛାନିଆ ବୋଲି ପ୍ରଶ୍ନ ପଚାରିଛନ୍ତି ବିରୋଧୀଦଳ ନେତା ପ୍ରଦୀପ୍ତ ନାୟକ।

{"id":199414,"sizeSlug":"large"}

ଏନଆରସିକୁ ନାଁ କହି ସଂଖ୍ୟାଲଘୁ ସମ୍ପ୍ରଦାୟକୁ ସିନା ବିଜେଡି ସନ୍ତୁଷ୍ଟ କରିବାକୁ ଚେଷ୍ଟା କରିଛି।  କିନ୍ତୁ ଗତ କିଛି ଦିନ ଧରି ବିଜେଡି – ବିଜେପି ମଧ୍ୟରେ ଯେଉଁ ନୂଆ ସଂପର୍କ ଦେଖାଦେଇଥିଲା ଏବେ ସେଥିରେ ଏକ ନୂଆ ଟ୍ବିଷ୍ଟ ଆସିଛି। ଯେମିତିକି ବିଜେଡିକୁ ବୁଝିବା ଓ ବୁଝାଇବାରେ ବିଜେପିକୁ ଏଥର ଝାଳ ବୁହାଇବାକୁ ପଡ଼ିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.