Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮୯୯ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆରମ୍ଭ ହେଲା କୋଭିଡ୍ ଟିକାକରଣ, ୧୬୧ କେନ୍ଦ୍ରରେ ଚାଲିଛି ଟିକାଦାନ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୭୮ କୋଭିଡ୍ ସଂକ୍ରମିତ, ୩୩୩୧୨୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ ଖସୁଛି କରୋନା ଗ୍ରାଫ୍, ଗତ ୨୪ଘଣ୍ଟାରେ ୧୫୧୫୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଘାଟିରେ ଦୁର୍ଘଟଣା : ଟ୍ରକକୁ ସାମ୍ନା ପଟୁ ପିଟିଲା ବାଇକ୍‌, ଚାଲିଗଲା ଶଳା-ଭିଣୋଇଙ୍କ ଜୀବନ
  • ||
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||

ମହିଳାଙ୍କ ସଶକ୍ତୀକରଣ ଉପରେ ପୁଣି ନବୀନଙ୍କ ଫୋକସ୍, କହିଲେ ସଂସଦରେ ମହିଳାଙ୍କୁ ୩୩% ସଂରକ୍ଷଣ ପ୍ରସଙ୍ଗ ଜାତୀୟସ୍ତରରେ ଉଠାଇବୁ

26/12/2020 at 12:46 PM

ଭୁବନେଶ୍ବର ୨୬।୧୨: ବିଜେଡି କଥାରେ ନୁହେଁ କାମରେ ବିଶ୍ବାସ କରେ ବୋଲି ପ୍ରତିଷ୍ଠା ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନିଜ ଉଦବୋଧନରେ କହିଛନ୍ତି । ଆଜି ବିଜେଡି ପାଳୁଛି ୨୪ତମ ପ୍ରତିଷ୍ଠା ଦିବସ । ଏହି ଅବସରରେ ବିଜେଡି ସୁପ୍ରିମୋ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଉଦବୋଧନ ଦେଇଛନ୍ତି । ନବୀନ କହିଛନ୍ତି ନିର୍ବାଚନ ବେଳେ ଜାତୀୟ ଦଳ ବଡ ବଡ କଥା କୁହନ୍ତି ମାତ୍ର ବିଜେଡି ତାହାକୁ କାମରେ କରିଦେଖାଏ ।

ମହିଳାଙ୍କ ଉପରେ ଅଧିକ ଫୋକସ୍‌ ଦେଇଛି ବିଜେଡି ସରକାର । ନବୀନ କହିଛନ୍ତି ଯେ, ରାଜ୍ୟର ୮୦ ଲକ୍ଷ ମହିଳା ମିଶନ ଶକ୍ତିରେ ସାମିଲ ହୋଇଛନ୍ତି । ସଶକ୍ତ ସଂଗଠନ ସଶକ୍ତ ରାଜ୍ୟ ଗଠନ କରିପାରିବ ବୋଲି ନବୀନ କହିଛନ୍ତି । ମହିଳାଙ୍କୁ ହକ୍‌ ମିଳିବା ଦରକାର । ମହିଳା ସଶକ୍ତିକରଣକୁ ସେ ସର୍ବଦା ପ୍ରାଥମିକତା ଦେଇ ଆସିଛନ୍ତି ବୋଲି ନବୀନ କହିଛନ୍ତି । ମା’-ଭଉଣୀ ଆଗକୁ ଆସିଲେ ରାଜ୍ୟର ବିକାଶ ନିଶ୍ଚିତ ହେବ ।

ବିଧାନସଭାରେ ୩୩% ସ୍ଥାନ ମହିଳାଙ୍କୁ ଦେବାକୁ ଲଢେଇ କରୁଛି ବିଜେଡି । ମହିଳାଙ୍କୁ ହକ୍‌ ମିଳିବା ଦରକାର ବୋଲି ନବୀନ କହିଛନ୍ତି । ଏଥିପାଇଁ ଜାତୀୟ ସ୍ତରରେ ପ୍ରସଙ୍ଗ ଉଠାଇବୁ ବୋଲି ସେ କହିଛନ୍ତି । ମା’ ଆଗେଇଲେ ଦେଶ ଆଗେଇବ ବୋଲି ନବୀନ ତାଙ୍କ ଉଦବୋଧନରେ କହିଛନ୍ତି ।

ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସରେ ମୁଖ୍ୟମନ୍ତ୍ରୀ ଟ୍ବିଟ୍ କରି ଶୁଭେଚ୍ଛା ଜଣାଇଥିଲେ । ଟ୍ବିଟ୍ ରେ ନବୀନ ଲେଖିଛନ୍ତି, ‘ବିଜୁ ଜନତା ଦଳର ୨୪ ତମ ପ୍ରତିଷ୍ଠା ଦିବସରେ ଓଡ଼ିଶାର ଜନସାଧାରଣଙ୍କ ସମେତ ଦଳର କର୍ମୀ ଭାଇ ଓ ଭଉଣୀମାନଙ୍କୁ ଶୁଭେଚ୍ଛା । ଆପଣଙ୍କ ଅକୁଣ୍ଠ ଭଲପାଇବା, ଆଶୀର୍ବାଦ ଓ ଉତ୍ସର୍ଗୀକୃତ କାର୍ଯ୍ୟ ବଳରେ ବିଜୁ ଜନତା ଦଳ ଓଡିଶା ଲୋକମାନଙ୍କ ଦଳ ସାଜିଛି । ଆସନ୍ତୁ ଏହି ସମ୍ପର୍କକୁ ଅତୁଟ ରଖି ଏକ ଶ୍ରେଷ୍ଠ ଓଡ଼ିଶା ଗଠନ ଦିଗରେ ଆଗକୁ ବଢ଼ିବା ।’

   Related Posts