Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟେଷ୍ଟ ପରେ ଓ୍ବାନ୍‌ ଡେ’ ସିରିଜ୍‌ କବ୍‌ଜା କଲା ଦକ୍ଷିଣ ଆଫ୍ରିକା, ଦ୍ବିତୀୟ ଦିନିକିଆରେ ଟିମ୍‌ ଇଣ୍ଡିଆ ୭ ଓ୍ବିକେଟରେ ଧରାଶୟୀ, ଭାରତ ୨୮୭/୬(୫୦ ଓଭର), ଦକ୍ଷିଣ ଆଫ୍ରିକା ୨୮୮/୩ (୪୮.୧ଓଭର)
  • ||
  • ରାଜ୍ୟରେ ଶୁକ୍ରବାର ସୁସ୍ଥହେଲେ ୧୦,୩୯୦ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୨୬୧୦ଜଣ ଡିସଚାର୍ଜ
  • ||
  • ହରଭଜନ ସିଂହ କରୋନା ଆକ୍ରାନ୍ତ, ନିଜକୁ କଲେ ଆଇସୋଲେଟ୍‌
  • ||
  • ଚୋରା ବାଲି କାରବାରରୁ ହତ୍ୟା, ଶ୍ରମିକଙ୍କ ଉପରେ ଚଢାଇଦେଲେ ଟ୍ରାକ୍ଟର !
  • ||
  • ରାଜ୍ୟରେ ୧୦ ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୯୮୩୩ କୋଭିଡ୍ ପଜିଟିଭ୍, ୧୧୮୭୨୯୫ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଶିବାଡ ଘାଟିରେ ଓଲଟିଲା ଇସପାତ୍, ୮ ଗୁରୁତର
  • ||
  • ଶୁକ୍ରବାରଠୁ ଲିଭିବ ଅମର ଯବାନ ଜ୍ୟୋତି : ୫୦ ବର୍ଷ ତଳେ ଶୁଭାରମ୍ଭ କରିଥିଲେ ଇନ୍ଦିରା ଗାନ୍ଧୀ
  • ||
  • ଟି୨୦ ବିଶ୍ୱକପ୍ : ଖେଳସୂଚୀ ଜାରି କଲା ଆଇସିସି, ଏହି ତାରିଖରେ ଭାରତ-ପାକିସ୍ତାନ ମହା ମୁକାବିଲା
  • ||
  • ଦ୍ୱିତୀୟ ଦିନିକିଆରେ କମ୍ ବ୍ୟାକ୍ କରିବ ଟିମ୍ ଇଣ୍ଡିଆ ! ଦକ୍ଷିଣ ଆଫ୍ରିକା ବିପକ୍ଷରେ ସିରିଜ୍ ବରାବର ଲକ୍ଷ୍ୟ
  • ||

ନୟାଗଡରେ ନିର୍ବାଚନ ପ୍ରଚାରର ବିଗୁଲ ଫୁଙ୍କିଲେ ନବୀନ : ଦୁଇ ଜାତୀୟ ଦଳକୁ କଲେ ଟାର୍ଗେଟ୍

24/03/2019 at 5:19 PM

ନୟାଗଡ ୨୪|୩: ୧୯ ନିର୍ବାଚନ ପାଇଁ ଆରମ୍ଭ ହୋଇଗଲା ପ୍ରଚାର ।ନୟାଗଡ଼ରେ ପ୍ରଥମ ନିର୍ବାଚନୀ ରାଲି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।ପ୍ରଥମ ପ୍ରଚାରରେ ଦୁଇ ଜାତୀୟ ଦଳ ଉପରେ ଜୋରଦାର ନିଶାନା ସାଧିଛନ୍ତି ନବୀନ ।ବିଜେପି ଓ କଂଗ୍ରେସର ହାଇକମାଣ୍ଡ ଦିଲ୍ଲୀରେ ଥିବା ବେଳେ ଆମ ହାଇକମାଣ୍ଡ ଓଡ଼ିଆ ବୋଲି କହିଛନ୍ତି ନବୀନ ।ଓଡ଼ିଶାରେ ୨୧ରୁ ୨୧ ଲୋକସଭା ସିଟ୍‌ ବିଜେଡି ଅକ୍ତିୟାର କରିବ ବୋଲି କହିଛନ୍ତି ବିଜେଡି ସୁପ୍ରିମୋ ।

ନୟାଗଡ଼ରେ ନବୀନ ।ଉଣେଇଶି ନିର୍ବାଚନର ପ୍ରଥମ ପ୍ରଚାର ସଭା ।ଦୁଇ ଜାତୀୟ ଦଳ ବିଜେପି ଓ କଂଗ୍ରେସକୁ ଜୋରଦାର ଟାର୍ଗେଟ୍‌ କଲେ ନବୀନ ।କହିଛନ୍ତି ସେମାନଙ୍କ ହାଇକମାଣ୍ଡ ଦିଲ୍ଲୀରେ । ଆମ ହାଇକମାଣ୍ଡ ଓଡ଼ିଆ ।ସ୍ବତନ୍ତ୍ର ରାଜ୍ୟପାହ୍ୟା ଓ କେନ୍ଦ୍ରୀୟ ଅବହେଳା ପ୍ରସଙ୍ଗରେ ଉଭୟ ଦଳକୁ ଘନ ଘନ ଟାର୍ଗେଟ୍‌ କରିଛନ୍ତି ନବୀନ । ମୁଖ୍ୟମନ୍ତ୍ରୀ ସିଧାସିଧା କହିଥିଲେ ଯେ ଓଡ଼ିଶା ଦେଶର ପ୍ରଥମ ରାଜ୍ୟ ଯିଏକି ମହିଳାଙ୍କୁ ସଂସଦ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ଦେଇଛି। ପ୍ରମିଳା ବିଶୋୟୀଙ୍କୁ ପ୍ରାର୍ଥୀ କରି ମହିଳା ସଶକ୍ତିକରଣର ବାର୍ତ୍ତା ଦେଇଛି। ଆଉ ଏହାପରେ ନବୀନ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ପ୍ରସଙ୍ଗ ଉଠାଇଥିଲେ। କହିଥିଲେ ବିଜେପି ୨୦୧୪ ନିର୍ବାଚନୀ ଇସ୍ତାହାରରେ ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ଦେବାକୁ ପ୍ରଥମ ପ୍ରତିଶ୍ରୁତି ଦେଇଥିଲା। କିନ୍ତୁ ଏହାକୁ ପାଳନ କରିନାହିଁ । ସ୍ବତନ୍ତ୍ର ରାଜ୍ୟ ପାହ୍ୟା ପାଇଥିଲେ ଓଡ଼ିଶାରେ ବହୁତ ଉନ୍ନତି ହୋଇଥାନ୍ତା। ଦୁଇଗୁଣା ନିଯୁକ୍ତି ମିଳିଥାନ୍ତା। ସେହିଭଳି ଓଡ଼ିଶାରୁ ରେଳବାଇ ୨୦ ହଜାର କୋଟି ନେଉଥିବା ବେଳେ ମାତ୍ର ବାର୍ଷିକ ୧ ହଜାର କୋଟି ଟଙ୍କା ଦେଉଛି, କୋଇଲା ବାବଦରେ କେନ୍ଦ୍ର ହଜର ହଜାର କୋଟି ଟଙ୍କା ନେଉଥିବା ବେଳେ ଓଡ଼ିଶାକୁ ପ୍ରଦୂଷଣ ଧୂଳି ପାଉଛି।

ମହାନଦୀ ଓ ପୋଲାଭରମ ପାଇଁ ଓଡ଼ିଶା କ୍ଷତିଗ୍ରସ୍ତ ହେଉଥିବା ବେଳେ କେନ୍ଦ୍ର, ଛତିଶଗଡ଼ ଓ ଆନ୍ଧ୍ରପ୍ରଦେଶକୁ ସମର୍ଥନ କରିବା କେନ୍ଦ୍ରୀୟ ଅବହେଳା ନୁହେଁ କି ବୋଲି ନବୀନ ପ୍ରଶ୍ନ କରିଥିଲେ। ଆଉ ଶେଷରେ ରାହୁଲଙ୍କ ରିମୋଟ୍‌ କଣ୍ଟ୍ରୋଲ ଆକ୍ଷେପର ଜବାବ ଦେଇ କହିଥିଲେ ଯେ ଓଡ଼ିଶାର ରିମୋଟ୍‌ କଣ୍ଟ୍ରୋଲ ସାଢ଼େ ୪କୋଟି ଓଡ଼ିଆଙ୍କ ହାତରେ ରହିଛି। ରାଷ୍ଟ୍ରୀୟ ଦଳ ବହୁମତ ପାଇବେନି କେନ୍ଦ୍ରରେ ସରକାର ଗଠନରେ ବିଜେଡିର ପ୍ରମୁଖ ଭୁମିକା ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଆଗାମୀ ନିର୍ବାଚନରେ ବିଜେଡି ୨୧ରୁ ୨୧ଟି ଏମ୍‌ପି ସିଟ୍‌ ଜିତିବ ବୋଲି ଦମ୍‌ ଦେଖାଇଥିଲେ ମୁଖ୍ୟମନ୍ତ୍ରୀ ।

ନୟାଗଡ଼ରେ ପ୍ରଥମ ନିର୍ବାଚନୀ ସଭାକୁ ନେଇ ବିଜେଡି ନେତା ଓ କର୍ମୀଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖାଯାଇଛି ।ଜିଲ୍ଲାର ୪ଟ ନିର୍ବାଚନମଣ୍ଡଳୀରୁ ୩୦ ହଜାରରୁ ଅଧିକ ଲୋକ ଏହି ସଭାରେ ଯୋଗ ଦେଇଥିଲେ ।ନିର୍ବାଚନୀ ସଭାରେ ଜନ ସମାଗମକୁ ଦେଖିଲେ ଦଳ ନିର୍ବାଚନରେ କିଭଳି ସଫଳତା ପାଇବ ତାହା ସ୍ପଷ୍ଟ ବୋଲି ନୟାଗଡ଼ ବିଧାୟକ ଅରୁଣ ସାହୁ କହିଛନ୍ତି ।

ନିକଟରେ ଦଶପଲ୍ଲା ବିଧାୟକ, ପୂର୍ବତନ ବିଧାୟକ ଓ କନ୍ଧମାଳ ସାଂସଦ ଦଳ ଛାଡ଼ିଥିବା ବେଳେ ନବୀନଙ୍କ ଏହି ନିର୍ବାଚନୀ ସଭା ଦଳୀୟ ନେତା ଓ କର୍ମୀଙ୍କୁ କେତେ ଉତ୍ସାହିତ କରିଛି ତାହା ଆଗାମୀ ନିର୍ବାଚନରେ ଜଣାପଡ଼ିବ ।

   Related Posts