Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଗିରଫ
  • ||
  • ମିର୍ଜାପୁରରେ କଂଗ୍ରେସ ନେତା ଦିଗ୍‌ବିଜୟ ସିଂହଙ୍କ ବଡ଼ ବୟାନ, କହିଲେ- ପାକିସ୍ତାନ ଯିବାକୁ ଚାହୁଁଛି
  • ||
  • ରାଜନୀତିରେ ପ୍ରବେଶ କଲେ ସୁପରଷ୍ଟାର୍ ରଜନୀକାନ୍ତ
  • ||
  • ବଢିଲା LPG ସିଲିଣ୍ଡର ଦର ଏବେ ବିନା ସବସିଡି ଉପଭୋକ୍ତାଙ୍କୁ ଦେବାକୁ ପଡିବ ଅଧିକ ୫୦ଟଙ୍କା
  • ||
  • ସାଲେପୁର : ଆମ୍ବୁଲାନ୍ସକୁ ପିଟିଲା କାର୍, ଡ୍ରାଇଭର ଆହତ
  • ||
  • କଟକ : ସି-ସୋର ଘାଟରୁ ଅଜଣା ମୃତଦେହ ଉଦ୍ଧାର, ଭାସି ଆସିଥିବା ସନ୍ଦେହ
  • ||
  • ଚଣ୍ଡିଗଡ : ପଦ୍ମ ବିଭୂଷଣ ଫେରାଇଲେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲ
  • ||
  • ନୂଆଦିଲ୍ଲୀ : ଅନଲାଇନ୍‌ରେ ହେବନାହିଁ CBSE ବୋର୍ଡ ପରୀକ୍ଷା, ପୂର୍ବଭଳି ପରୀକ୍ଷା ଦେବେ ଛାତ୍ରଛାତ୍ରୀ
  • ||
  • ଝାରସୁଗୁଡା : ବାପା ନା’ ରାକ୍ଷସ, ନିଶାଶକ୍ତ ଅବସ୍ଥାରେ ୧୧ ବର୍ଷର ଝିଅ ସହ କଲା ଦୁଷ୍କର୍ମ !
  • ||
  • କନ୍ଧମାଳ : ହଜିଗଲା ମା’ର ମମତା, ୪ ବର୍ଷ ଝିଅର ଗାଲ କାଟିଦେଲା ସାବତ ମା’ !
  • ||

ମନରେଗା ଶ୍ରମିକଙ୍କ ପାଇଁ ଚିନ୍ତା, ଆର୍ଥିକ ସହାୟତା ଦେବାକୁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ

29/03/2020 at 9:00 PM

ଭୁବନେଶ୍ଵର ୨୯।୦୩: କରୋନା ଭାଇରସକୁ ରୋକିବାକୁ ସମଗ୍ର ଦେଶରେ ୨୧ ଦିନିଆ ଲକ୍‌ଡାଉନ୍‌ ଜାରି ରହିଛି। ଫଳରେ ଶ୍ରମିକ ଓ ଦିନ ମଜୁରିଆଙ୍କ ଚିନ୍ତା ବଢି ଯାଇଛି। ରୋଜଗାରର ସବୁ ପନ୍ଥା ବନ୍ଦ ହୋଇ ଯାଇଥିବାରୁ ପରିବାର ଭରଣ ପୋଷଣ ମୁସ୍କିଲ ହୋଇ ପଡିଛି। ଏହା ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ମନରେଗା ଶ୍ରମିକଙ୍କୁ ନେଇ ପ୍ରଧାନମନ୍ତ୍ରୀଙ୍କ ପାଖକୁ ଚିଠି ଲେଖିଛନ୍ତି। ଚିଠିରେ ସେ ଶ୍ରମିକଙ୍କ ସମସ୍ୟା ଦୃଷ୍ଟି ଆକର୍ଷଣ କରିବା ସହ ଆର୍ଥିକ ପ୍ରୋତ୍ସାହନ ଦାବି କରିଛନ୍ତି।

ମୁଖ୍ୟମନ୍ତ୍ରୀ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, କରୋନା ମହାମାରୀର ମୁକାବିଲା ପାଇଁ ସମଗ୍ର ବିଶ୍ଵ ଏବେ ସଂଘର୍ଷ କରୁଛି। ପ୍ରଶାସନସ୍ତରଠୁ ନେଇ ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ସମସ୍ତେ କରୋନାର ମୁକାବିଲା ପାଇଁ ଯୋଗଦାନ ଦେଉଛନ୍ତି। କରୋନାର ପ୍ରକୋପକୁ ରୋକିବାକୁ ଦେଶରେ ୨୧ ଦିନିଆ ଲକ୍‌ଡାଉନ୍‌ ଲାଗୁ ହୋଇଛି। ଓଡିଶା ସରକାର ମଧ୍ୟ କରୋନାର ଜନତାଙ୍କ ସୁରକ୍ଷା ପାଇଁ ଅନେକ ମହତ୍ଵପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ହେଲେ ଲକ୍‌ଡାନଉ୍‌ ଫଳରେ ବିଶେଷ କରି ସମାଜର ତଳବର୍ଗର ଲୋକଙ୍କ ଦୁର୍ଦ୍ଦଶା ବଢିବାରେ ଲାଗିଛି। ଏଥିରେ ମନରେଗା ଶ୍ରମିକ ଗୁରୁତର ଭାବେ ପ୍ରଭାବିତ ହୋଇଛନ୍ତି।

ଓଡିଶାରେ ବର୍ତ୍ତମାନ ୩୬ ଲକ୍ଷ ୧୦ ହଜାର ୭୯୭ ଶ୍ରମିକ ସକ୍ରିୟ ଅଛନ୍ତି। ମନରେଗା ଆଧାରରେ ସେମାନଙ୍କୁ ରୋଜଗାର ମିଳିଥାଏ। କିନ୍ତୁ ୨୧ ଦିନିଆ ଲକ୍‌ଡାଉନ୍‌ କାରଣରୁ ସେମାନେ କାମରୁ ବଞ୍ଚିତ ହୋଇଛନ୍ତି। ସେମାନଙ୍କର ଜୀବିକା ରକ୍ଷା ପାଇଁ ୩୮୦.୩୯ ଟଙ୍କା ରହିଛି, ଯାହା ମନରେଗା ଅଧିନିୟମ ଅନୁସାରେ ପ୍ରତି ବେତନର ଏକ ଚତୁର୍ଥାଂଶ ରହିଛି। ଏହାକୁ କେବଳ ବେରୋଜଗାରୀ ଭତ୍ତା ଭାବେ ମଞ୍ଜୁର କରାଯାଇ ପାରିବ। ଲକ୍‌ଡାଉନ୍ ସମୟରେ ସେମାନଙ୍କର ପଳାୟନକୁ ରୋକା ଯାଇ ପାରିବ। ସଂପ୍ରତି ରାଜ୍ୟ ସରକାର ସେମାନଙ୍କୁ ରୋଜଗାର ଦେବା ସ୍ଥିତିରେ ନାହାନ୍ତି। ତେଣୁ ମନରେଗା ଶ୍ରମିକଙ୍କ ପାଇଁ ଆର୍ଥିକ ସହାୟତା ଦେବାକୁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ।

   Related Posts