ବିଧାୟକ, ସାଂସଦ ଓ ୨ କେନ୍ଦ୍ର ମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି : ସରକାରୀ ସ୍କୁଲକୁ ପୋଷ୍ୟ ଭାବେ ଗ୍ରହଣ କରିବାକୁ ଉଲ୍ଲେଖ

Published By : Prameya-News7 Bureau | January 25, 2021 IST

ଭୁବନେଶ୍ବର ୨୫।୧: ‘ମୋ ସ୍କୁଲ କାର୍ଯ୍ୟକ୍ରମ’ରେ ସାମିଲ ହେବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ । ରାଜ୍ୟର ସବୁ ସାଂସଦ ଓ ବିଧାୟକଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସର୍ବାଧିକ ୩ଟି ଲେଖାଏଁ ସରକାରୀ ସ୍କୁଲକୁ ପୋଷ୍ୟ ସ୍କୁଲ ଭାବେ ଗ୍ରହଣ କରିବାକୁ ଚିଠିରେ ଉଲ୍ଲେଖ ରହିଛି । ଏହାସହ ଦୁଇ କେନ୍ଦ୍ରମନ୍ତ୍ରୀଙ୍କୁ ମଧ୍ୟ ‘ମୋ ସ୍କୁଲ କାର୍ଯ୍ୟକ୍ରମ’ରେ ସାମିଲ ହେବାକୁ ଆହ୍ବାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ହାଇକୋର୍ଟର ବିଚାରପତିଙ୍କୁ ମଧ୍ୟ ଚିଠି ଲେଖିଛନ୍ତି ନବୀନ ।

ଶିକ୍ଷା ହେଉଛି ଜାତିର ବିକାଶର ଆଧାର । ଶିକ୍ଷା ହିଁ ସଭ୍ୟତା ଓ ସଂସ୍କାରକୁ ଆଗକୁ ନେଇଥାଏ । ଶିକ୍ଷା ଭିତ୍ତିଭୂମିରେ ଉନ୍ନତି ଆଣି ସମସ୍ତ ସରକାରୀ ବିଦ୍ୟାଳୟରେ ଉତ୍ତମ ଶୈକ୍ଷିକ ପରିବେଶ ସୃଷ୍ଟି କରିବା ପାଇଁ ‘ମୋ ସ୍କୁଲ କାର୍ଯ୍ୟକ୍ରମ’ ଆରମ୍ଭ ହୋଇଛି । ଘର ପରେ ବିଦ୍ୟାଳୟ ସହିତ ସମସ୍ତଙ୍କର ଭାବଗତ ବନ୍ଧନ ଅଧିକ ଥାଏ । ‘ମୋ ସ୍କୁଲ କାର୍ଯ୍ୟକ୍ରମ’ ପ୍ରିୟ ବିଦ୍ୟାଳୟ ପାଇଁ କିଛି କରିବାକୁ ସୁଯୋଗ ସୃଷ୍ଟି କରିଛି । ଆପଣଙ୍କ ପ୍ରିୟ ବିଦ୍ୟାଳୟର ରୂପାନ୍ତର ପାଇଁ ସୁଯୋଗ ସୃଷ୍ଟି କରିପାରିବ । ପ୍ରିୟ ବିଦ୍ୟାଳୟକୁ ପୋଷ୍ୟ ବିଦ୍ୟାଳୟ ଭାବେ ଗ୍ରହଣ କରିବାକୁ ଚିଠିରେ ଉଲ୍ଲେଖ କରାଯାଇଛି ।

{"id":398247,"sizeSlug":"large","linkDestination":"none"}
{"id":398249,"sizeSlug":"large","linkDestination":"none"}
{"id":398250,"sizeSlug":"large","linkDestination":"none"}
{"id":398251,"sizeSlug":"large","linkDestination":"none"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.