ଦୀପାବଳି ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Published By : Prameya-News7 Bureau | November 14, 2020 IST

ଭୁବନେଶ୍ୱର, ୧୪|୧୧:  ଆଜି ହେଉଛି ଆଲୋକର ପର୍ବ ଦୀବାପଳି । ଦୀପାବଳିକୁ ସାରା ଦେଶରେ ଆନନ୍ଦ ଉଲ୍ଲାସରେ ପାଳନ କରାଯାଉଛି । କିନ୍ତୁ କରୋନା ଭାଇରସ ପାଇଁ ଉତ୍ସବକୁ ଫିକା ପକାଇ ଦେଇଛି । ଅନେକ ସ୍ଥାନରେ ବାଣ ଫୁଟାକୁ ନେଇ କଟକଣା ଜାରି ହୋଇଛି । ତେବେ ଦୀପାବଳି ଉପଲକ୍ଷେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

wp:html /wp:html

ମୁଖ୍ୟମନ୍ତ୍ରୀ ଟ୍ୱିଟ୍ କରି କହିଛନ୍ତି ଯେ, ପବିତ୍ର କାଳୀପୂଜା ଓ ଦୀପାବଳି ଉପଲକ୍ଷେ ରାଜ୍ୟବାସୀଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା। ଚଳିତ ବର୍ଷ କୋଭିଡ ମହାମାରୀକୁ ଦୃଷ୍ଟିରେ ରଖି ସାବଧାନତା ଓ ସତର୍କତା ବଜାୟ ରଖନ୍ତୁ। ଆଲୋକର ପର୍ବ ଦୀପାବଳି ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି ଓ ସମୃଦ୍ଧି ଭରିଦେଉ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.