ହୋଲି ପାଳନ କରିବେନି ନବୀନ, ଜାଣନ୍ତୁ କାହିଁକି ?

Published By : Prameya-News7 Bureau | March 07, 2020 IST

ଭୁବନେଶ୍ୱର ୭।୩:  ମଙ୍ଗଳବାର ସାରା ଦେଶରେ ପାଳିତ ହେବ ରଙ୍ଗର ପର୍ବ ହୋଲି। ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚଳିତବର୍ଷ ହୋଲି ଖେଳିବେ ନାହିଁ। ଏ ନେଇ ସେ ରାଜ୍ୟବାସୀଙ୍କୁ ଆଗୁଆ ଜଣାଇଦେଇଛନ୍ତି। ଦେଶରେ ଏବେ କରୋନା ସଂକ୍ରମଣ ଜାରି ରହିଛି। ଏଣୁ ସଂକ୍ରମଣ କିପିର ପ୍ରତିହତ କରାଯାଇପାରିବ ସେଥିଲାଗି ସତର୍କ ହେବାକୁ ରାଜ୍ୟବାସୀଙ୍କୁ ନିବେଦନ କରିଛନ୍ତି।

{"id":234408,"width":582,"height":377,"sizeSlug":"large"}

ଚୀନ ଉହାନରେ କରୋନା ସଂକ୍ରମଣ ପରଠାରୁ ଏପର୍ଯ୍ୟନ୍ତ ୩ ହଜାର ୧୦୦ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ସାରା ବିଶ୍ୱରେ ୯୦ ହଜାରରୁ ଅଧିକ ଲୋକେ ସଂକ୍ରମିତ ହୋଇଛନ୍ତି। ଭାରତକୁ ମଧ୍ୟ ଇତିମଧ୍ୟରେ କରୋନା ଆସି ସାରିଛି। ଶୁକ୍ରବାର ସୁଦ୍ଧା ଦେଶରେ ୩୨ଜଣଙ୍କୁ କରୋନା ଚିହ୍ନଟ କରାଯାଇଛି। ଏଥିରେ ଓଡିଶା ମଧ୍ୟ ରହିଛି। ଏଣୁ ସଂକ୍ରମଣ ରୋକିବା ଲାଗି ଜନଗଳିପୂର୍ଣ୍ଣ ସ୍ଥାନକୁ ନ ଯିବା ଲାଗି ବାରଣ କରାଯାଉଛି। ତେବେ ଗତବର୍ଷ ପୁଲବାମା ଆତଙ୍କବାଦୀ ଆକ୍ରମଣଲାଗି ମଧ୍ୟ ମୁଖ୍ୟମନ୍ତ୍ରୀ ହୋଲି ଖେଳିନଥିଲେ।

{"id":234405,"sizeSlug":"large"}

ହୋଲି ରଙ୍ଗର ପର୍ବ ହୋଇଥିଲେ ମଧ୍ୟ ସଂକ୍ରମଣ ବ୍ୟାପୀବାର ଅନେକ ଆଶଙ୍କା ରହିଛି। ଏଣୁ ମୁଖ୍ୟମନ୍ତ୍ରୀ ନିଜକୁ ନିଜ ଆଡୁ ପର୍ବରୁ ଦୂରେଇ ନେଇଛନ୍ତି। କେବଳ ମୁଖ୍ୟମନ୍ତ୍ରୀ ନୁହନ୍ତି ରାଜ୍ୟପାଳ ଗଣେଶୀ ଲାଲ ମଧ୍ୟ ହୋଲି ଖେଳିବେ ନାହିଁ ବୋଲି ଘୋଷଣା କରିଛନ୍ତି। ଏହି ଅବସରେ ଆୟୋଜନ ହେବାକୁ ଯାଉଥିବା ହୋଲି ମିଳନ କାର୍ଯ୍ୟକ୍ରମରେ ମଧ୍ୟ ରାଜ୍ୟପାଳ ଯୋଗଦେବେ ନାହିଁ ବୋଲି କହିଛନ୍ତି। ସେହିପରି ଲୋକଙ୍କୁ କରୋନା ଭୂତାଣୁ ସମ୍ପର୍କରେ ନିଜେ ସଚେତନ ହେବା ସହ ଅନ୍ୟକୁ ବି ସଚେତନ କରାନ୍ତୁ ବୋଲି ରାଜ୍ୟପାଳ ରାଜ୍ୟବାସୀଙ୍କୁ ନିବେଦନ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.