ପିପିଲି ଉପନିର୍ବାଚନ : ଆସନ୍ତା ୧୨ରେ ଭର୍ଚୁଆଲ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ

Published By : Prameya-News7 Bureau | April 09, 2021 IST

ଭୁବନେଶ୍ବର ୯।୪: ଆସନ୍ତା ୧୨ ତାରିଖରେ ପିପିଲି ଉପନିର୍ବାଚନ ପାଇଁ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏ ନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲରେ ନିର୍ବାଚନୀ ପ୍ରଚାର କରିବେ ବୋଲି ସୂଚନା ମିଳିଥିଲା । ୬ ଜିଲ୍ଲା ପରିଷଦ, ଗୋଟିଏ ଏନଏସିରେ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ।

ସେପଟେ ପିପିଲି ଦଖଲ ପାଇଁ ୩ ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ଜୋରଦାର ପ୍ରଚାର ଚଳାଇଛନ୍ତି । ବିଜେଡି ବହୁମତ ପାଇ ପୁଣି ଥରେ ପିପିଲି ଦଖଲ କରିବ ବୋଲି ଆଶାବାଦୀ ଥିବାବେଳେ ବିଜେପିର ଗଡ ଭାଙ୍ଗି ପିପିଲିରେ ପରିବର୍ତ୍ତନର ଧ୍ଵଜା ଉଡାଇବ ବୋଲି ରଣନୀତି ପ୍ରସ୍ତୁତ କରୁଛି ବିଜେପି । ଅଜିତ ମଙ୍ଗରାଜ ଅସୁସ୍ଥ ହୋଇ ପଡିବା ପରେ କଂଗ୍ରେସ ପାଇଁ ପ୍ରଚାର ମଙ୍ଗ ଧରିଛନ୍ତି କଂଗ୍ରେସ ନେତା ସୁରେଶ ରାଉତରାୟ । ସେପଟେ ଏବେ ମଧ୍ୟ ଘର ସଜଡା କାମରେ ଲାଗିଛି କଂଗ୍ରେସ । ତିନି ପ୍ରମୁଖ ଦଳର ହେଭିଓ୍ଵେଟ ନେତା ପିପିଲି ରେ ପ୍ରଚାର କରି ନିଜ ଦଳ ପାଇଁ ଭୋଟ ଭିକ୍ଷା କରିଥିଲେ । କଂଗ୍ରେସ ନେତା ସୁରେଶ ରାଉତରାୟ ପିପିଲି ମଙ୍ଗଳପୁର, ଦୁର୍ଗାଦାସପୁର, ଚନ୍ଦ୍ରାଦେଇପୁର ଆଦି ପଞ୍ଚାୟତରେ ଦଳ ପାଇଁ ଭୋଟ ଭିକ୍ଷା କରିଥିବା ବେଳେ ପିସିସି ସଭାପତି ନିରଜଂନ ପଟ୍ଟାନାୟକ ଙ୍କ ସମେତ ପ୍ରଚାର ତାଲିକାରେ ଥିବା ଷ୍ଟାର ପ୍ରଚାରକ ମହମ୍ମଦ ମୋକିମ, ପ୍ରଦୀପ ମାଝି ପିପିଲି ରେ କଂଗ୍ରେସ କାର୍ଯ୍ୟାଳୟ ଉଦଘାଟନ କରିବା ସହିତ ଦଳୀୟ ଅସନ୍ତୁଷ୍ଟ ନେତାଙ୍କୁ ଭେଟିଥିଲେ ।

ସେପଟେ ପିପିଲିକୁ ପୁନର୍ବାର ଦଖଲ କରିବା ପାଇଁ ବିଜେଡି ପ୍ରଚାର କାର୍ଯ୍ୟକୁ ଜୋରଦାର କରିଥିବା ବେଳେ ବାଇକ ରାଲି ଓ ଡୋର ଟୁ ଡୋର ବୁଲି ରୁଦ୍ର ହରିରାଜପୁର, ଗେ।ଡିପୁଟ ମାଟିଅ।ପଡା, ଚାଇଁପୁର, ରେଙ୍ଗଳରେ ମାରାଥନ ପ୍ରଚାରରେ ଲାଗି ପଡିଛନ୍ତି । ଦଳୀୟ ମହିଳା ନେତ୍ରୀ ପିପିଲି କଲ୍ୟାଣପୁରରେ ମହିଳା ସମାବେଶ କରି ବିଜେଡିକୁ ଜିତାଇବା ପାଇଁ ଭୋଟ୍ ଭିକ୍ଷା କରିଥିଲେ । ସେହିପରି ବିଜେପି ପ୍ରଭାରୀ ଡି.ପୁରନ୍ଦରେସ୍ଵରୀ ପିପିଲି ହରିଅନ୍ତା, ଗୋବିନ୍ଦପୁର, ପୋପରଙ୍ଗାରେ ବିଜେପି ପ୍ରାର୍ଥୀ ଆଶ୍ରିତଙ୍କ ପାଇଁ ଭୋଟ୍ ଭିକ୍ଷା କରିଥିବା ବେଳେ ପିପିଲି ଏନଏଏସିରେ ମହିଳାମାନଙ୍କୁ ନେଇ ଏକ ସଭା ଆୟୋଜନ କରି ପ୍ରଧାନମନ୍ତ୍ରୀ ମୋଦିଙ୍କ ସଫଳତା ବର୍ଣ୍ଣନା କରି ସ୍ଥାନୀୟ ଅଞ୍ଚଳର ବିକାଶ ପାଇଁବିଜେପିକୁ ଭୋଟ୍ ଦେବା ପାଇଁ ଆହ୍ବାନ ଦେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.