କେନ୍ଦ୍ରୀୟ ବଜେଟ ୨୦୨୦କୁ ନେଇ ଏଭଳି ପ୍ରତିକ୍ରିୟା ରଖିଛନ୍ତି ନବୀନ, ଜାଣନ୍ତୁ କହିଛନ୍ତି କ'ଣ?

Published By : Prameya-News7 Bureau | February 01, 2020 IST

ଭୁବନେଶ୍ୱର ୧।୨: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଶନିବାର ସଂସଦରେ ୨୦୨୦-୨୧ ବର୍ଷ ଲାଗି ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିଛନ୍ତି। ଏହା ନିର୍ମଳାଙ୍କ ଦ୍ୱିତୀୟ ବଜେଟ୍ ତେବେ ଅନେକ ଦୃଷ୍ଟିରୁ ଏବେ ଏହାକୁ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି। ବେଜଟ୍‌ରେ ନିର୍ମଳା ଉପସ୍ଥାପନ କରିଥିବା ଅନେକ ପ୍ରସ୍ତାବ ମଧ୍ୟରୁ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ଦୃଷ୍ଟିରୁ କିଛି ପ୍ରସ୍ତାବକୁ ସ୍ୱାଗତ କରିବା ସହ ଏଥିରେ ରାଜ୍ୟ ଲାଗି କିଛି ସୁବିଧା ସୁଯୋଗ ମଧ୍ୟ ଦାବି କରିଛନ୍ତି। ତେବେ ଆସନ୍ତୁ ଜାଣିବା ୨୦୨୦-୨୧ ବଜେଟର କେଉଁ ସବୁ ପ୍ରସ୍ତାବକୁ ସ୍ୱାଗତ କରିଛନ୍ତି ନବୀନ।

{"id":218836,"sizeSlug":"large"}

କେନ୍ଦ୍ର ଅର୍ଥମନ୍ତ୍ରୀ ବଜେଟ୍‌ରେ ଆଣିଥିବା କୃଷି ରେଳ , କୃଷି ଉଡାନ ସମେତ ପିଏମ କୁସୁମ ସୋଲାର ପମ୍ପ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱାଗତ କରିଛନ୍ତି। ଏହା ଦ୍ୱାରା ଦେଶର କୃଷି କ୍ଷେତ୍ରରେ ପ୍ରଗତି ଆସି ପାରିବ ବୋଲି ନବୀନ ଆଶାବ୍ୟକ୍ତ କରିଛନ୍ତି । ସେହିପରି ଶୁଳ୍କ କ୍ଷେତ୍ରରେ ଡିଭିଡେଣ୍ଟ ଡିଷ୍ଟ୍ରିବ୍ୟୁସନ ଟ୍ୟାକ୍ସ ବଦଳେ କନସେସନାଲ କମ୍ପୋନେଣ୍ଟ ଟ୍ୟାକ୍ସର ଘୋଷଣା  କରାଯାଇଛି। ତେବେ ଏଥିରେ ଓଡିଶା ନିମନ୍ତେ ଶୁଳ୍କ ରିହାତି ସମ୍ପ୍ରସାରଣ ଲାଗି ନବୀନ ନିବେଦନ କରିଛନ୍ତି ।

{"id":218837,"sizeSlug":"large"}

ଏଥିରେ କେନ୍ଦ୍ର ଅର୍ଥମନ୍ତ୍ରୀ ବଜେଟରେ କର୍ପୋରେଟ୍ ଲାଇନରେ କୋ-ଅପରେଟିଭ କ୍ଷେତ୍ରକୁ ଶୁଳ୍କ ରିହାତି ଦେବା ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ରାଜ୍ୟ ସରକାର କୋ-ଅପରେଟିଭ ଶୁଳ୍କରେ ରିହାତିକୁ ସ୍ୱାଗତ କରୁଥିବା ନବୀନ କହିଥିବା ବେଳେ ଜମା ବୀମା ସମ୍ପ୍ରସାରଣ ଲାଗି ବେଜଟରେ ସରକାରଙ୍କ ନିଷ୍ପତ୍ତିକୁ ଉଲ୍ଲେଖ ଯୋଗ୍ୟ କହିଛନ୍ତି । ଏବେ ବ୍ୟାଙ୍କରେ ସଞ୍ଚୟ କରୁଥିବା ଲୋକଙ୍କ ଟଙ୍କା ଆଉ ବୁଡିଯିବନି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । କେନ୍ଦ୍ର ସରକାରଙ୍କ ନୂଆ ଶିକ୍ଷା ନୀତିରେ ଦେଶର ଶିକ୍ଷାକ୍ଷେତ୍ରରେ ସିଧା ବିଦେଶୀ ନିବେଶ ନିଷ୍ପତି କୁ ମଧ୍ୟ ସ୍ୱାଗତ କରିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.