ଆଜି ସୁରଟ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Published By : Prameya-News7 Bureau | December 17, 2018 IST

ଭୁବନେଶ୍ବର ୧୭|୧୨:  ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁଜରାଟ ଗସ୍ତରେ ଯାଉଛନ୍ତି । ଗୁଜରାଟରେ ରହୁଥିବା ଓଡ଼ିଆ ଲୋକଙ୍କୁ ଭେଟିବା ସହ ଓଡ଼ିଆ ମହୋତ୍ସବରେ ଯୋଗଦେବେ ନବୀନ । ଏହା ଆଗରୁ ସୁରଟରେ କମ୍ୟୁନିଟି ସେଣ୍ଟର ନିର୍ମାଣ ପାଇଁ ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କୁ ଚିଠି ଲେଖିଛନ୍ତି । ପ୍ରାୟ ୭ ଲକ୍ଷ ପ୍ରବାସୀ ଓଡ଼ିଆଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ନବୀନ ଗୁଜୁରାଟ ମୁଖ୍ୟମନ୍ତ୍ରୀଙ୍କୁ ଏକ ଏକର ଜମି ଯୋଗାଇବାକୁ ଚିଠି ଲେଖି ନିବେଦନ କରିଛନ୍ତି ।

ସୁରଟ ଯାଇ ନବୀନ ଶକ୍ତି ପ୍ରଦର୍ଶନ କରୁଛନ୍ତି। ଏପଟେ ଆଜି ଓଡ଼ିଶା ଆସୁଛନ୍ତି ଗୁଜରାଟ ମୁଖ୍ୟମନ୍ତ୍ରୀ। ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ ଆଜି ଭୁବନେଶ୍ବର ଆସୁଛନ୍ତି । ଭୁବନେଶ୍ବରରେ ସେ ଏକ ସାମ୍ବାଦିକ ସମ୍ମିଳନୀ କରିବେ । ଯେଉଁଥିରେ ମୁଖ୍ୟ ପ୍ରସଙ୍ଗ ରାଫେଲ ଉପରେ ବିଜେପିର ଆଭିମୁଖ୍ୟ ରଖିବା । ବିଶେଷ କରି ସୁପ୍ରିମକୋର୍ଟଙ୍କ ରାୟ ପରେ ବିଜେପି ରାଫେଲ୍ ଦେଶବ୍ୟାପୀ ଜନମତ ସୃଷ୍ଟି କରିବା ଅଭିଯାନ ଆରମ୍ଭ କରିଛି ।  ଏହି କ୍ରମରେ ଆଜି ଭୁବନେଶ୍ବରରେ ସାମ୍ବାଦିକ ସମ୍ମିଳନୀ କରିବେ ବିଜୟ ରୂପାଣୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.