୧୭ତାରିଖରେ ସୁରଟ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Published By : Prameya-News7 Bureau | December 07, 2018 IST

ଭୁବନେଶ୍ବର ୦୭|୧୨: ଆସନ୍ତା ୧୭ତାରିଖରେ ସୁରଟଠାରେ ଅନୁଷ୍ଠିତ ହେଉଥିବା ଓଡିଶା ମହୋତ୍ସବରେ ଯୋଗଦେବାପାଇଁ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁରଟ ଯିବେ । ସେଠାରେ ପ୍ରବାସୀ ଓଡିଆମାନଙ୍କୁ ଉଦବୋଧନ ଦେବେ । କିଛିଦିନ ତଳେ ସୁରଟ ଓଡିଆ ସମାଜର କର୍ମକର୍ତ୍ତାମାନେ ସେମାନଙ୍କବିଭିନ୍ନ ସମସ୍ୟା ନେଇ ମୁଖ୍ୟମନ୍ତ୍ରୀଙ୍କୁ ନବୀନ ନିବାସଠାରେ ଭେଟିଥିଲେ । ସୂଚନାଯୋଗ୍ୟ ଯେ, ମୁଖ୍ୟମନ୍ତ୍ରୀଙ୍କ ନିଜ ଜିଲ୍ଲା ଗଞ୍ଜାମରୁ ସର୍ବାଧିକ ଲୋକ ସୁରଟର ବିଭିନ୍ନ ସୂତାକଳରେ କାମ କରୁଛନ୍ତି । ସୁରଟରେ ରହୁଥିବା ଓଡିଆଙ୍କ ସମସ୍ୟା ବୁଝିବା ପାଇଁ ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା ମଧ୍ୟ କିଛିଦିନ ତଳେ ସୁରଟ ଗସ୍ତକରିଥିଲେ । ରାଜନୈତିକ ଦୃଷ୍ଟିକୋଣରୁ ସୁରଟକୁ ଅଧିକ ଗୁରୁତ୍ବ ଦିଆଯାଉଛି । ପ୍ରାୟ ୩୦ଲକ୍ଷ ଭୋଟର ସୁରଟରେ ରହୁଥିବାରୁ ସବୁ ରାଜନୈତିକ ଦଳର ନଜର ସୁରଟ ଉପରେ ରହିଛି । ଗତମାସରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ସୁରଟ ଗସ୍ତ କରି ସେଠାରେ ଆୟୋଜିତ ଉତ୍ସବରେ ଯୋଗଦେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.