ଆଜି ମୁଖ୍ୟମନ୍ତ୍ରୀଙ୍କ ଦିନିକିଆ ସମ୍ବଲପୁର ଗସ୍ତ ; ବିଭିନ୍ନ ପ୍ରକଳ୍ପର କରିବେ ଉଦ୍‌ଘାଟନ ଓ ଶିଳାନ୍ୟାସ, ଯୁବ ସମାବେଶରେ ଦେବେ ଯୋଗ

Published By : Prameya-News7 Bureau | February 01, 2019 IST

ସମ୍ବଲପୁର ୧|୨:  ଆଜି ମୁଖ୍ୟମନ୍ତ୍ରୀଙ୍କ ଦିନିକିଆ ସମ୍ବଲପୁର ଗସ୍ତ । ସ୍ଥାନୀୟ ବୀର ସୁରେନ୍ଦ୍ର ସାଏ ଷ୍ଟାଡିୟମରେ ବିଜୁ ଯୁବବାହିନୀର ଯୁବ ସମାବେଶରେ ଯୋଗଦେବେ ନବୀନ । ଏହି ରିଜିଓନାଲ୍ ୟୁଥ୍ କନକ୍ଲେଭରେ ସାମିଲ୍ ହେଉଛନ୍ତି ୬ ଜିଲ୍ଲାର ପ୍ରାୟ ୩୦ ହଜାରରୁ ଅଧିକ ଯୁବକ ଯୁବତୀ ।

{"id":80413}

ଏହି ଅବସରରେ ମୁଖ୍ୟମନ୍ତ୍ରୀ ମହାନଦୀ ଉପରେ ନିର୍ମିତ ଦ୍ବିତୀୟ ପୋଲର ଉଦଘାଟନ କରିବେ ।  ହୀରାକୁଦରେ ନିର୍ମିତ ରୋପ-ୱେର ମଧ୍ୟ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ । ମୋଟ୍ ୨ ଶହ ୫୦କୋଟି ଟଙ୍କାର ପ୍ରକଳ୍ପର ଉଦ୍‌ଘାଟନ କରିବା ସହ, ୬ଶହ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବା କାର୍ଯ୍ୟକ୍ରମ ରହିଛି ।

{"id":80414}

ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଆଖି ଆଗରେ ରଖି କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ୨୫ ପ୍ଲାଟୁନ୍ ପୋଲିସ ଫୋର୍ସ ସହ ୪ ଅତିରିକ୍ତ ଏସପି, ୧୫ ଡିଏସପି, ୩୮ ଇନ୍ସପେକ୍ଟର, ୧୩୩ ଏସ୍ ଆଇ ଓ ଏଏସ୍ ଆଇଙ୍କୁ ନିୟୋଜିତ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.