Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତରେ ପହଞ୍ଚିଲା ଓମିକ୍ରନ୍‌ ଭ୍ୟାରିଆଣ୍ଟ । କର୍ଣ୍ଣାଟକର ୨ ଜଣ ବ୍ୟକ୍ତି ଓମିକ୍ରନ୍‌ ଭ୍ୟାରିଆଣ୍ଟରେ ସଂକ୍ରମିତ
  • ||
  • ହଜିନି ମାନବିକତା, ପାଇଥିବା ସୁନା ଗହଣାକୁ ଫେରାଇଦେଲେ ଅଟୋ ଚାଳକ
  • ||
  • ଭୁବନେଶ୍ବର : STF ମୋଷ୍ଟ ୱାଣ୍ଟେଡ ଲିଷ୍ଟରେ ଅନୀଲ ପାଣ୍ଡି, ସୂଚନା ଦେଲେ ମିଳିବ ପୁରସ୍କାର
  • ||
  • ଭୁବନେଶ୍ବର : ୩ ନିର୍ବାହୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଓ ଜଣେ ଆରଆଇ ଚାକିରୀରୁ ବହିଷ୍କୃତ
  • ||
  • ନୂଆଦିଲ୍ଲୀ : ବାତ୍ୟା ଅପଡେଟ୍ : ୩ରୁ ଓଡିଶାରେ ବର୍ଷା, ୪ରେ ପବନର ବେଗ ଛୁଇଁବ ୯୦ କି.ମି.
  • ||
  • ନୂଆଦିଲ୍ଲୀ : ଶୁକ୍ରବାରଠୁ ରାଜଧାନୀରେ ସମସ୍ତ ସ୍କୁଲ ବନ୍ଦ, ଘୋଷଣା କଲେ କେଜ୍ରିଓ୍ୱାଲ୍‌ ସରକାର
  • ||
  • ବାଇକକୁ ପିଟିଲା ଜୁସ୍ ବୋଝେଇ ଟ୍ରକ୍, ୨ ଆରୋହୀ ମୃତ
  • ||
  • କଣ୍ଟାବାଞ୍ଜି : ମମିତା ମେହେର ହତ୍ୟାକାଣ୍ଡ ମାମଲା : ADG କୋର୍ଟରେ ଜାମିନ ଆବେଦନ କଲା ଗୋବିନ୍ଦ ସାହୁ
  • ||
  • ସାନଖେମୁଣ୍ଡି : ୩୦ ଏକର ଗଞ୍ଜେଇ ଚାଷ ନଷ୍ଟ କଲା ପ୍ରଶାସନ
  • ||
  • ଘାରିଛି ଓମିକ୍ରନ ବିପଦ : ବିଳମ୍ବିତ ହେବ ଟିମ୍ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଗସ୍ତ ! ସମୟ ମାଗିଲା ବିସିସିଆଇ
  • ||

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପୁରୀ ଗସ୍ତ ; ୮ଟି ଜିଲ୍ଲାର ୧୦ହଜାର ବସ୍ତି ବାସିନ୍ଦାଙ୍କୁ ଜମି ପଟ୍ଟା ବାଣ୍ଟିବେ

15/11/2018 at 11:25 AM

ପୁରୀ ୧୫|୧୧: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପୁରୀ ଗସ୍ତ । ଏହି ଗସ୍ତ ଅବସରରେ ୮ଟି ଜିଲ୍ଲାର ୧୦ହଜାର ବସ୍ତି ବାସିନ୍ଦାଙ୍କୁ ସେ ଜମି ପଟ୍ଟା ବାଣ୍ଟିବା ସହିତ ଟିଟିଲାଗଡ଼ ଜୋନ ତୀର୍ଥଯାତ୍ରୀ ଯୋଜନାର ଶୁଭାରମ୍ଭ କରିବେ । ତାଳ ବଣିଆରେ ଆୟୋଜିନ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଜମିପଟ୍ଟା ବଣ୍ଟନ କରିବେ । ନବୀନଙ୍କ ଗସ୍ତକୁ ଦୃଷ୍ଟିରେ ରଖି ପୁରୀରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ମୋଟ୍ ୨୦ ପ୍ଲାଟୁନ ଫୋର୍ସ ମୁତୟନ ହେବେ ବୋଲି ଜଣାପଡ଼ିଛି । ୧୧ଟା୩୦ ବେଳେ ମୁଖ୍ୟମନ୍ତ୍ରୀ  ତାଳବଣିଆ ହେଲିପ୍ୟାଡ଼ରେ ଓହ୍ଲାଇ ସଭାସ୍ଥଳକୁ ଯିବେ । ଗଞ୍ଜାମ,ବାଲେଶ୍ବର, ବରଗଡ଼, କେନ୍ଦ୍ରାପଡ଼ା, ବୌଦ୍ଧ, ଭଦ୍ରକ, ଢ଼େଙ୍କାନାଳ ଆଦି ଜିଲ୍ଲାର ବାସିନ୍ଦା ଏହି ସଭାରେ ଯୋଗଦେବେ । ତେବେ ଏହି ୧୦ ହଜାର ହିତାଧିକାରୀଙ୍କ ମଧ୍ୟରେ କେବଳ ପୁରୀ ପୌରାଞ୍ଚଳର ୬ ହଜାର ୬ ଶହ ହିତାଧିକାରୀ ଅଛନ୍ତି । ଏହା​ ପରେ ଭିଡ଼ିଓ କନଫରେନ୍ସିଂ ଜରିଆରେ ତୀର୍ଥ ଯୋଜନାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ।

   Related Posts