ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପୁରୀ ଗସ୍ତ ; ମିଶନ ଶକ୍ତି ମହିଳା ସମାବେଶରେ ଦେବେ ଯୋଗ

Published By : Prameya-News7 Bureau | January 05, 2019 IST

ପୁରୀ ୦୫|୦୧: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପୁରୀ ଗସ୍ତ କାର୍ଯ୍ୟକ୍ରମ ରହିଛି । ପୁରୀରେ ମହିଳାମାନଙ୍କର ଏକ ବଡ଼ ସମାବେଶ ଯୋଗଦେବେ ମୁଖ୍ୟମନ୍ତ୍ରୀ । ରାଜ୍ୟର ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ପ୍ରାୟ ୫୦ ହଜାର ମହିଳା ଏହି ସମାବେଶରେ ଯୋଗ ଦେଉଛନ୍ତି। ମୁଖ୍ୟମନ୍ତ୍ରୀ ଏହି ବଡ଼ ସମାବେଶରେ ସ୍ବୟଂ ସହାୟକ ଗୋଷ୍ଠୀକୁ ଆର୍ଥିକ ପ୍ରୋତ୍ସାହନ ରାଶି ଓ ମୋବାଇଲ ପ୍ରଦାନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ। ଆଜି ପୂର୍ବାହ୍ନ ୧୧ ଟାରେ ଅନୁଷ୍ଠିତ ହେବାକୁ ଥିବା ସମାବେଶରେ ରାଜ୍ୟର ୨୫ ହଜାର ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ସଭାପତି ଓ ସଂପାଦକମାନେ ଯୋଗ ଦେବେ। ପୂର୍ବରୁ ଘୋଷିତ ହୋଇଥିବା ଏହି ଯୋଜନାରେ ପ୍ରତ୍ୟେକ ମହିଳା ସ୍ବୟଂ ସହାୟକ ଗୋଷ୍ଠୀକୁ ୧୫ ହଜାର ଟଙ୍କା ଓ ୩ ହଜାର ଟଙ୍କାର ଏକ ମୋବାଇଲ ପାଇଁ ଅର୍ଥରାଶି ପ୍ରଦାନ କରାଯିବ।

{"id":70509}

ସେପଟେ ଆଜି ଦିନିକିଆ ଓଡିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବାରିପଦା ଗସ୍ତରେ ଏଥର ଓଡିଶାକୁ ପାଖାପାଖି ଚାରି ହଜାର କୋଟିର ଉପହାର ଦେବେ। ବାରିପଦାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ପୁରୀରେ ନବୀନ ଶକ୍ତି ପ୍ରଦର୍ଶନ କରିବେ । ତାପୂର୍ବରୁ ନବୀନ ମୋଦିଙ୍କ ଆଗରେ ପ୍ରଶ୍ନ ବାଣ ଠିଆ କରାଇସାରିଲେଣି । ଖୋର୍ଦ୍ଧା ସମାବେଶ ମୋଦି ଯାହା ପ୍ରଶ୍ନ ପଚାରିଥିଲେ ତାର ଜବାବ ରଖି ନବୀନ କାଉଣ୍ଟର ଚ୍ୟାଲେଞ୍ଜ କରିଛନ୍ତି । ପୁରୀରେ ୫୦ହଜାର ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ସଦସ୍ୟାଙ୍କୁ ଏକାଠି କରିବେ ମୁଖ୍ୟମନ୍ତ୍ରୀ ।

{"id":70510}

ତେବେ ବିଜେଡି ପ୍ରଶ୍ନ କରିଛି ପ୍ରଧାନମନ୍ତ୍ରୀ ଜଳ ସେଚନ ବାବଦରେ କେନ୍ଦ୍ରର କେତେ ଅର୍ଥ ଓଡ଼ିଶାକୁ ଦେଇଛି ତାହା ସ୍ବଷ୍ଟ କରନ୍ତୁ।  ଆଜି ବି ପୁଣି ମୁଖ୍ୟମନ୍ତ୍ରୀ  ଖୋର୍ଦ୍ଧା ବଲାଙ୍ଗୀର ରେଳ ପ୍ରକଳ୍ପ ନେଇ କେନ୍ଦ୍ର ରେଳ ମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି। ଖୋର୍ଦ୍ଧା ରୁ ନୟାଗଡ ଏକ୍ସପ୍ରେସ ଟ୍ରେନ ଏବଂ ଗରିବ ରଥ ଚଲାଇବାକୁ ଅନୁରୋଧ କରିବା ସହ ବଲାଙ୍ଗୀରରୁ ଭାଇଁସାପାଲି ୧୬ କିଲୋମିଟର ସମ୍ପୂଣ୍ଣ ହୋଇଥିବାରୁ ଏହି ରୂଟରେ ଟ୍ରେନ ଚଳାଚଳ କରିବାକୁ ଦାବି କରିଛନ୍ତି।  ଚିଠିରେ ଓଡିଶାର ଦାବି କରିବା ସହିତ ମୋଦିଙ୍କ ସଭାକୁ  କାଉଣ୍ଟର କରିବାକୁ  ପୁରୀରେ ମୁଖ୍ୟମମନ୍ତ୍ରୀ ମହିଳା ସ୍ବଂୟ ସହାୟଗୋଷ୍ଠୀଙ୍କୁ ଏକାଠି କରିବେ। ପ୍ରାୟ ୫୦ ହଜାର ମହିଳାଙ୍କୁ ନେଇ ଶକ୍ତି ପ୍ରଦର୍ଶନ କରିବ ବିଜେଡି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.