ଆଜି କୃଷ୍ଣପ୍ରସାଦ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ; ମେଗା ଜଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ

Published By : Prameya-News7 Bureau | November 22, 2018 IST

ପୁରୀ ୨୨|୧୧:   ଆଜି ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବସୁଧା ଯୋଜନାରେ ମେଗା ଜଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ । ଏହା ସହ କୃଷ୍ଣପ୍ରସାଦ ଚାରିଛକ ପଡିଆରେ ଜନସାଧାରଣଙ୍କୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି । ରୁଷିକୂଲ୍ୟା ନଦୀରୁ କୃଷ୍ଣପ୍ରସାଦ ବ୍ଲକକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ହେବ ।  ଏଥିରେ ୧୪ଟି ପଞ୍ଚାୟତର ୯୨ଟି ଗାଁ ଉପକୃତ ହେବେ । ଏଥିପାଇଁ ୨୬୩ କୋଟି ୬୪ ଲକ୍ଷ ଟଙ୍କା ବ୍ୟୟ ବରାଦ କରାଯାଇଛି । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରକଳ୍ପର ଶିଳାନ୍ୟାସ କରିବେ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ସୁରକ୍ଷା ବ୍ୟବସ୍ଥା କରାଯାଇଛି । କୃଷ୍ଣପ୍ରସାଦ ବ୍ଲକ୍ ଚିଲିକା ଟାପୁରେ ଥିବା ୧୪ଟି ପଞ୍ଚାୟତର ୧୪୭ ଗାଁରେ ପାନୀୟ ଜଳ ମୁଖ୍ୟ ସମସ୍ୟା । ଏ ନେଇ ବାରମ୍ବାର ସରକାରଙ୍କ ପାଖରେ ଦାବି ପରେ ଆଜି ସେହି ସ୍ବପ୍ନ ସାକାର ହେବାକୁ ଯାଉଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.