Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାତ୍ୟା ପାଇଁ ଟ୍ରେନ ବାତିଲ, ଯାତ୍ରୀଙ୍କୁ ଟ୍ରେନର ଷ୍ଟକ୍ ରଖିବାକୁ ଅନୁରୋଧ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୩ କରୋନା ସଂକ୍ରମିତ, ୧୦୫୦୦୬୦ରେ ପହଞ୍ଚିଲା ସଂଖ୍ୟା
  • ||
  • ଚିଲିକାରେ ବଢୁଛି ବର୍ଷା ଓ ପବନ, ରାସ୍ତାଘାଟ ଖାଁ ଖାଁ
  • ||
  • ଅନୁଗୁଳ : ଟ୍ରକ-ଇନୋଭା ମୁହାଁମୁହିଁ ଧକ୍କା, ୨ ମୃତ
  • ||
  • ନୟାଗଡ : ଭିଜିଲାନ୍ସ ପଞ୍ଝାରେ ଅତିରିକ୍ତ ଯୋଗାଣ ଅଧିକାରୀ, ଏକାସାଙ୍ଗେ ୬ଟି ସ୍ଥାନରେ ରେଡ୍
  • ||
  • ପୃଥିବୀକୁ ବଡ ବିପଦ ! ମାଡି ଆସୁଛି ଗ୍ରହାଣୁ, ମାଡ ହେଲେ ପରମାଣୁ ବୋମାଠୁ ଭୟଙ୍କର ବିସ୍ଫୋରଣ
  • ||
  • ଯବାନଙ୍କ ଆତ୍ମହତ୍ୟା, ସର୍ଭିସ ରାଇଫଲରୁ ଗୁଳି ଚଳାଇ ହାରିଲେ ଜୀବନ
  • ||
  • ଜଗତସିଂହପୁରରେ ଲାଗି ରହିଛି ବର୍ଷା, ବାତ୍ୟା ମୁକାବିଲା ପାଇଁ ସଜାଗ ପ୍ରଶାସନ
  • ||
  • ଜଓ୍ୱାଦ ପ୍ରଭାବ : ମାଡି ଆସିବ ସମୁଦ୍ର, ଉଠିବ ବଡ ଜୁଆର
  • ||

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦିନିକିଆ ବ୍ରହ୍ମପୁର ଗସ୍ତ ; ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ ସହ କରିବେ ଶିଳାନ୍ୟାଶ

1/12/2018 at 9:40 AM

ଭୁବନେଶ୍ବର ୦୧|୧୨:  ଆଜି ଦିନିକିଆ ବ୍ରହ୍ମପୁର ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପାଖାପାଖି ୨୫୦ କୋଟି ଟଙ୍କା ବ୍ୟୟ ଅଟକଳରେ  ବିଭିନ୍ନ ପ୍ରକଳ୍ପର ଶୁଭ ଉଦଘାଟନ ସହ ଶିଳାନ୍ୟାସ କରିବେ । ଏନେଇ  ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ସୁରକ୍ଷା ବ୍ୟବସ୍ଥା ପାଇଁ ୪୦ ପ୍ଲାଟିନ୍ ପୋଲିସ ଫୋର୍ସ ନିୟୋଜିତ ହୋଇଥିବା ଏସ୍‌ପି ସୂଚନା ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବ୍ରହ୍ମପୁର ଓ ଗୋପାଳପୁର ନିର୍ବାଚନମଣ୍ଡଳୀ ଅଞ୍ଚଳରେ ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଶୁଭ ଉଦ୍‌ଘାଟନ ସହ ଶିଳାନ୍ୟାସ କରିବେ । ପ୍ରଥମେ ଗୋପାଳପୁର ନିର୍ବାଚନମଣ୍ଡଳୀର ପାଲୁର୍ ହିଲ୍‌ ଠାରେ ନିର୍ମିତ ବିଜୁ ପଟ୍ଟନାୟକ ଆଦର୍ଶ ବିଦ୍ୟାଳୟର ଶୁଭ ଉଦ୍ ଘାଟନ କରିବା କାର୍ଯ୍ୟକ୍ରମ ରହିଛି । ପରେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ନୂତନ ଏଚ୍.ଆର୍.ଡି କୋଠା, ଲାଇବ୍ରେରୀ ନୂତନ କୋଠା, ନୂତନ ଏକାଡେମିକ୍ ବ୍ଳକ୍ ପ୍ରମୁଖ ପ୍ରକ୍ଳପର ଶୁଭ ଉଦ୍ ଘାଟନ ସହ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ କରିବେ । ଏହାସହ ବ୍ରହ୍ମପୁର – ଗୋପାଳପୁରକୁ ସଂଯୋଗ କରୁଥିବା ନୂତନ ଓଭର୍ ବ୍ରିଜ୍ କୁ ଉଦ୍ ଘାଟନ କରିବେ ମୁଖ୍ୟମନ୍ତ୍ରୀ । ବ୍ରହ୍ମପୁର ମହାନଗରନିଗମ ଅଞ୍ଚଳର ୧୧୦ କୋଟି ଟଙ୍କା ଅଟକଳ ବ୍ୟୟରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ସହ ଶୁଭ ଉଦ୍ ଘାଟନ କରିବେ ।

   Related Posts