ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୋଧରେ ସୋସିଆଲ ମିଡିଆରେ ଅପମାନଜନକ ମନ୍ତବ୍ୟ, ଉମରକୋଟ ଥାନାରେ ଏତଲା ଦେଲା ବିଜେଡି, ୩ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି
18/09/2020 at 9:54 PM

ଉମରକୋଟ, ୧୮|୦୯ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସୋସିଆଲ ମିଡିଆକେ ଅଶ୍ଳୀଳ ଭାଷାରେ ଗାଳି କରିବା ପଡିଲା ମହଙ୍ଗା । ଯୁବକଙ୍କ ନାଁରେ ଥାନାରେ ଦିଆଗଲ ଏଫଆଇଆର । ସୋସିଆଲ ମିଡ଼ିଆରେ ଗାଳିକୁ ପ୍ରତିବାଦ କରି ଶୁକ୍ରବାର ଉମରକୋଟ ବିଜୁ ଜନତା ଦଳର ସଦସ୍ୟ ଥାନାରେ ଏତଲା ଦେଇଥିବା ଜଣାପଡିଛି ।
ସୂଚନାନୁସାରେ, ଗୁରୁବାର ସୋସିଆଲ ମିଡ଼ିଆରେ ଓଡିଶା ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଅଭଦ୍ର ଭାଷାରେ ଗାଳି ଦେଇଥିଲେ ଜଣେ ଯୁବକ । ଯାହାକୁ ଦେଖି ଶୁକ୍ରବାର ଉମରକୋଟ ବିଜୁ ଜନତା ଦଳ ତରଫରୁ ଯେଉଁ ବ୍ୟକ୍ତି ଗାଳି ପୋଷ୍ଟ କରିଥିଲେ ଓ ଯେଉଁ ବ୍ୟକ୍ତିମାନେ ଅଭଦ୍ର ଭାଷା ରେ କମେଣ୍ଟ କରିଥିଲେ ସେମାନଙ୍କ ବିରୋଧରେ ଏତଲା ଦିଆଯାଇଛି ।
ଗାଳି କରିଥିବା ବ୍ୟକ୍ତି ହେଲେ ଅଜୟ ମହାନ୍ତି, ସୁଦେବ ନନ୍ଦୀ, ମନୋହର ସେନା । ଏହି ତିନି ଜଣଙ୍କ ନାଁରେ ଉମରକୋଟ ଥାନାରେ ଏତଲା ହୋଇଛି । ଯଦି ଏମାନଙ୍କୁ ତୁରନ୍ତ ଗିରଫ ନ କଲେ ଆଗାମୀ ଦିନରେ ଆନ୍ଦୋଳନ ହେବବୋଲି ଚେତାବନୀ ଦେଇଛି ଉମରକୋଟ ବିଜୁ ଜନତା ଦଳ ।