ପାଇଲଟ୍ ଅଭିନନ୍ଦନଙ୍କ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ କାମନା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Published By : Prameya-News7 Bureau | February 28, 2019 IST

ଭୁବନେଶ୍ବର ୨୮|୨: ଭାରତୀୟ ବାୟୁସେନାର ପାଇଲଟ୍ ଅଭିନନ୍ଦନ ସୁରକ୍ଷିତ ଭାବେ ଭାରତ ଫେରିଆସନ୍ତୁ ବୋଲି କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ଟ୍ବିଟ୍ କରି ଭାରତୀୟ ବୀରତ୍ବ ଏବଂ ସାହାସକୁ ସାଲ୍ୟୁଟ୍ କରିଛନ୍ତି । ସାହାସୀ ପାଇଲଟ୍ ଅଭିନନ୍ଦନଙ୍କ ନିରାପଦ ପ୍ରତ୍ୟାବର୍ତ୍ତନ ଆଶା କରିଛନ୍ତି ମୁଖ୍ୟମନ୍ତ୍ରୀ । ପାଇଲଟ୍‌ଙ୍କ ସୁସ୍ଥତା ନେଇ ମଧ୍ୟ ପ୍ରାର୍ଥନା ମଧ୍ୟ କରିଛନ୍ତି ।

wp:core-embed/twitter {"url":"https://twitter.com/Naveen_Odisha/status/1100996040063279111","type":"rich","providerNameSlug":"twitter","className":""}
https://twitter.com/Naveen_Odisha/status/1100996040063279111
/wp:core-embed/twitter

ଭାରତ ଏୟାରଷ୍ଟ୍ରାଇକ୍ କରି ପାକିସ୍ତାନରେ ଆତଙ୍କବାଦୀ ଠିକଣା ଧ୍ବଂସ ଠିକ୍ ଗୋଟିଏ ଦିନ ପରେ ପାକିସ୍ତାନ ପକ୍ଷରୁ ଭାରତକୁ ଜବାବ ଦେବାକୁ ପ୍ରୟାଶ କରାଯାଇଥିଲା । ୨୭ଫେବୃଆରୀରେ ପାକିସ୍ତାନ ବାୟୁସେନାର ବିମାନ ଭାରତୀୟ ବାୟୁସୀମାରେ ଅନୁପ୍ରବେଶ କରିଥିଲା । ପାକିସ୍ତାନୀ ବାୟୁସେନା ବିମାନକୁ ସୀମାରୁ ତଡିବା ପାଇଁ ଭାରତୀୟ ବାୟସେନା ପାକିସ୍ତାନୀ ବିମାନର ପିଛା କରିଥିଲା । ଏହି ପ୍ରୟାସ ସମୟରେ ପାକିସ୍ତାନ ସୀମାରେ ପ୍ରବେଶ କରିଥିଲା ଭାରତୀୟ ବାୟୁସେନାର ମିଗ୍ ବିମାନ । ତେବେ ମିଗ୍ ବିମାନର ପାଇଲଟ୍ ଅଭିନନ୍ଦନଙ୍କୁ ପାକିସ୍ତାନୀ ସେନା ବନ୍ଦୀ କରିନେଇଥିବା ଖବର ପ୍ରଚାରିତ ହେଉଛି ।

ଅନ୍ୟପଟେ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ମଧ୍ୟ ସ୍ବୀକାର କରାଯାଇଛି ଯେ, ଭାରତୀୟ ବାୟୁସେନାର ଜଣେ ପାଇଲଟ୍ ନିଖୋଜ ଅଛନ୍ତି । ମାତ୍ର ମନ୍ତ୍ରଣାଳୟ ପକ୍ଷରୁ ଏହା କୁହାଯାଇନାହିଁ ଯେ ନିଖୋଜ ପାଇଲଟ ଜଣଙ୍କ ପାକିସ୍ତାନ କବଜାରେ ରହିଛନ୍ତି । ସେପଟେ ପାକିସ୍ତାନ ପକ୍ଷରୁ ସୋସିଆଲ ମିଡିଆରେ ଭିଡିଓ ଏବଂ ଫଟୋ ସେୟାର କରାଯାଇ ଏହାକୁ ସ୍ପଷ୍ଟ ପ୍ରମାଣିତ କରାଯାଉଛି ଯେ, ପାଇଲଟ୍ ଅଭିନନ୍ଦନ ପାକିସ୍ତାନ କବଜାରେ ଅଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.