Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସୁନ୍ଦରଗଡରେ ମାରାଥନ ପ୍ରଚାର

10/04/2019 at 8:04 AM

ସୁନ୍ଦରଗଡ ୧୦|୪ : ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିନିକିଆ ସୁନ୍ଦରଗଡ଼ ଗସ୍ତରେ ଆସୁଛନ୍ତି ମାରାଥନ ନିର୍ବାଚନୀ ପ୍ରଚାରରେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୦ଟା ୧୫ମିନିଟରେ ସ୍ବତନ୍ତ୍ର ବିମାନ ଯୋଗେ ଭୁବନେଶ୍ବରରୁ ଆସି ଅବତରଣ କରିବେ ଝାରସୁଗୁଡ଼। ବିମାନ ବନ୍ଦରରେ ।

ସେଠାରୁ ସେ ହେଲିକାପ୍ଟର ଯୋଗେ ପ୍ରଥମେ ସୁନ୍ଦରଗଡ଼ର ହେମଗିରି ରେ ଅନୁଷ୍ଠିତ ନିର୍ବାଚନୀ ସଭାରେ ୧୦ଟା ୩୫ ମିନିଟରେ ଯୋଗଦେଇ ନିର୍ବଚନୀ ଅଭିଭାଷଣ ଦେବେ। ସେଠାରୁ ତଳସରା ନିର୍ବାଚନ ମଣ୍ଡଳୀର ତିଲେଇକାନିରେ ୧୧ଟାରେ ପହଂଚି ନିର୍ବାଚନୀ ଉଦବୋଧନ ଦେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜଗାଙ୍ଗପୁର ନିର୍ବାଚନ ମଣ୍ଡଳୀ ପାଇଁ ଜାମପାଲିରେ ଠିକ୍ ୧୨ଟାରେ ଯୋଗଦେବେ ନିର୍ବାଚନୀ ସଭାରେ । ରାଜଗାଙ୍ଗପୁରରୁ ମୁଖ୍ୟମନ୍ତ୍ରୀ ବଣେଇ ନିର୍ବାଚନ ମଣ୍ଡଳୀର ବଣେଇରେ ୧୨ଟା ୪୦ରେ ପହଞ୍ଚି ସେଠାରେ ନିର୍ବାଚନୀ ସାଧାରଣ ସଭାରେ ଉପସ୍ଥିତ ରହି ବିଜେଡ଼ିକୁ ଭୋଟ୍ ଦେବା ପାଇଁ ଉଦବୋଧନ ଦେବା ପରେ । 

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୀରମିତ୍ରପୁର ନିର୍ବାଚନ ମଣ୍ଡଳରୀ ରାଏବଗାଠାରେ ପହଚିଂବେ ୧ଟା ୫୫ମିନିଟରେ । ରାଏବଗାରେ ମୁଖ୍ୟମନ୍ତ୍ରୀ ପ୍ରଚାର ଅଭିଭାଷଣ ଦେଇସାରିବା ପରେ ୨ଟା ୨୦ ମିନିଟରେ ଅବତରଣ କରିବେ ରାଉରକେଲା ବିମାନ ବନ୍ଦରରେ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଉରକେଲା ବିମାନ ବନ୍ଦରରେ ଅବତରଣ କରିସାରିବା ପରେ ୨ଟା ୩୫ ମିନିଟରେ ଯୋଗଦେବେ ରୋଡ଼ ସୋରେ, ରୋଡ଼ ସୋ ପାଇଁ ପ୍ରସ୍ତୁତ କରାଯାଇଥିବା ସ୍ବତନ୍ତ୍ର ବସରେ ନବୀନ କରିବେ ରୋଡ଼ ସୋ । ରାଉରକେଲା ନିର୍ବ।ଚନ ମଣ୍ଡଳୀ ଓ ରଘୁନାଥପଲ୍ଲୀ ନିର୍ବାଚନ ମଣ୍ଡଳୀ ପାଇଁ ମୁଖ୍ୟମନ୍ତ୍ରୀ କରିବେ ରୋଡ଼ ସୋ ।

ଗୋଟିଏ ଦିନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁନ୍ଦରଗଡ ଜିଲ୍ଲାର ୭ଟି ନିର୍ବାଚନ ମଣ୍ଡଳୀରେ ମାରାଥନ ନିର୍ବାଚନ ପ୍ରଚାର କରି ୭ଗୋଟି ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀ ମାନଙ୍କ ସହ ସାଂସଦ ପ୍ରାର୍ଥୀ ସୁନିତା ବିଶ୍ବାଳଙ୍କୁ ବିପୁଳ ମାତ୍ରାରେ ଭୋଟ୍ ଦେଇ ଜିତେଇବା ପାଇଁ ଜନତାଙ୍କୁ ଅନୁରୋଧ କରିବେ ନବୀନ । ପରେ ୫ଟା ୩୦ମିନିଟରେ ମୁଖ୍ୟମନ୍ତ୍ରୀ ସ୍ବତନ୍ତ୍ର ବିମାନ ଯୋଗେ ଫେରିଯିବେ ଭୁବନେଶ୍ବର ।

   Related Posts